Posted inଖେଳ

‘୪୫ ମିନିଟ୍‌ ଖରାପ କ୍ରିକେଟ୍‌ ଖେଳ ବଦଳାଇ ଦେଇଥିଲା’

ମାଞ୍ଚେଷ୍ଟର, ୧୧।୭ (ପି.ଟି.)- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର ‘ପ୍ରଥମ ୪୫ ମିନିଟ୍‌ ଖରାପ କ୍ରିକେଟ୍‌’ ଖେଳ ବଦଳାଇ ଦେଇଥିଲା ବୋଲି କହିଛନ୍ତି। ୨୪୦ ରନର ଲକ୍ଷ୍ୟକୁ ପିଛା କରିଥିବା ଭାରତ ପ୍ରାରମ୍ଭରୁ ୨୪ ରନ ମଧ୍ୟରେ ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମହେନ୍ଦ୍ର ସିଂ ଧୋନୀ (୫୦) ଓ ରବୀନ୍ଦ୍ର ଜାଡେଜା (୭୭) ୭ମ ଉଇକେଟ୍‌ ଯୋଡ଼ିରେ ୧୧୬ ରନର ଚମତ୍କାର ପାର୍ଟନରଶିପ୍‌ କରି ପୁଣିଥରେ ଭାରତ ସପକ୍ଷକୁ ମ୍ୟାଚ୍‌ ଆଣିଥିଲେ। କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ଧୋନୀଙ୍କ ରନ୍‌ଆଉଟ୍‌ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ସପକ୍ଷକୁ ନେଇଯାଇଥିଲା।
ମିନିଟ୍‌ର ଖରାପ କ୍ରିକେଟ୍‌ ତୁମକୁ ଟୁର୍ନାମେଣ୍ଟରୁ ବାହାର କରିଦେଇଛି। ଯେତେବେଳେ ତୁମେ ଭଲ କ୍ରିକେଟ୍‌ ଖେଳୁଥାଅ ସେତେବେଳେ ଏହା ତୁମକୁ ନିରାଶ କରିଥାଏ। ଏହାକୁ ଗ୍ରହଣ କରିବା କଷ୍ଟଦାୟକ’ ବୋଲି ସେମିଫାଇନାଲ ପରାଜୟ ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋହଲି ଏହା କହିଛନ୍ତି। ‘ନ୍ୟୁଜିଲାଣ୍ଡ ବୋଲରଙ୍କୁ ଶ୍ରେୟ ଦିଆଯିବ। ନୂଆ ବଲରେ ସେମାନେ ବାସ୍ତବରେ ବହୁତ ଭଲ ବୋଲିଂ କରିଥିଲେ ଏବଂ ଚମତ୍କାର ସ୍ଥାନରେ ବଲ୍‌କୁ ପକାଇବାରେ ସଫଳ ହୋଇଥିଲେ। ଆମ ବ୍ୟାଟିଂର ପ୍ରଥମ ଅଧଘଣ୍ଟା ଯେଉଁଭଳି ଭାବେ ସେମାନେ ବୋଲିଂ କରିଥିଲେ ତାହା ମ୍ୟାଚ୍‌ରେ ଫରକ ଆଣିଥିଲା। ସେମାନଙ୍କ ଏହି ପ୍ରଦର୍ଶନରେ କୌଶଳସ୍ତର ଦେଖିବାକୁ ମିଳିଥିଲା। ଫଳରେ ଆମର ବ୍ୟାଟ୍ସମ୍ୟାନଙ୍କ ପାଇଁ ବ୍ୟାଟିଂ କରିବା କଠିନ ହୋଇଯାଇଥିଲା’ ବୋଲି ବିରାଟ ଏହି ଅବସରରେପ୍ରକାଶ କରିଛନ୍ତି। ଜାଡେଜା ଓ ଧୋନୀଙ୍କ ପ୍ରଦର୍ଶନକୁ ନେଇ ଭାରତୀୟ ଦଳର ଅଧିନାୟକ କହିଛନ୍ତି, ‘ଗତ କେତୋଟି ମ୍ୟାଚ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ଆଜି ତାଙ୍କର ବ୍ୟାଟିଂରେ କୌଶଳ ଦେଖିବାକୁ ମିଳିଥିଲା। ସେହିଭଳି ଏମ୍‌ଏସ୍‌ (ଧୋନୀ) ଜାଡେଜାଙ୍କ ସହ ମିଶି ଭଲ ପାର୍ଟନରଶିପ୍‌ କରିଥିଲେ। ଅନ୍ତିମ ମୁହୂର୍ତ୍ତରେ ସେ ରନ୍‌ଆଉଟ୍‌ ହୋଇ ନ ଥିଲେ ମ୍ୟାଚ୍‌ କାହା ସପକ୍ଷରେ ବି ଯାଇପାରିଥାନ୍ତା ଆମେ ଭଲ କ୍ରିକେଟ୍‌ ଖେଳିଲୁ, କିନ୍ତୁ ଆମର ଶଟ୍‌ ଚୟନ ଆହୁରି ଶ୍ରେଷ୍ଠ ହୋଇପାରିଥାନ୍ତା’।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri