Posted inଖେଳ

ଡ୍ରେସିଂ ରୁମ୍‌ରେ ରାହୁଲ ଦ୍ରାଭିଡଙ୍କ ଉପସ୍ଥିତିକୁ ନେଇ ପୂଜାରାଙ୍କ ବଡ଼ ଖୁଲାସା

କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ କାନପୁରରେ ଆରମ୍ଭ ହେବ। ରାହୁଲ ଦ୍ରାବିଡଙ୍କ ଟିମ ଇଣ୍ଡିଆର ମୁଖ୍ୟ କୋଚଭାବରେ ଏହା ପ୍ରଥମ ଟେଷ୍ଟ ସିରିଜ ହେବ। ଏଭଳି ପରିସ୍ଥିତିରେ ସେ ଜିତିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ଟେଷ୍ଟ ପୂର୍ବରୁ ଚେତେଶ୍ୱର ପୂଜାରା ଡ୍ରେସିଂ ରୁମରେ କୋଚ ଦ୍ରାବିଡଙ୍କ ଉପସ୍ଥିତି ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦ୍ରାବିଡ଼ଙ୍କ ଡ୍ରେସିଂ ରୁମରେ ରହିବା ଅଧିକାଂଶ ଖେଳାଳିଙ୍କୁ ଉପକୃତ କରିବ। ବିଶେଷକରି ସେହି ଯୁବକ ଖେଳାଳିମାନେ ଯେଉଁମାନେ ରାହୁଲ ଭାଇଙ୍କ ତତ୍ତ୍ୱାବଧାନରେ ଅଣ୍ଡର -୧୯ କିମ୍ବା ଇଣ୍ଡିଆ-ଏ ଦଳରେ ଖେଳିଛନ୍ତି । କେବଳ ଏତିକି ନୁହେଁ, ଆମ ଭଳି ଅଭିଜ୍ଞ ଖେଳାଳିମାନେ ମଧ୍ୟ ତାଙ୍କଠାରୁ ଅନେକ କିଛି ଶିଖିବାକୁ ପାଇବେ।
କାନପୁରରେ ଦଳର ପ୍ରଶିକ୍ଷଣ ଅଧିବେଶନ ପୂର୍ବରୁ ଚେତେଶ୍ୱର ପୂଜାରା କହିଛନ୍ତି, ମୁଁ ଏ ସିରିଜ ସମୟରେ ରାହୁଲ ଦ୍ରାବିଡଙ୍କ ସହ କାମ କରିସାରିଛି, ତେଣୁ ଆମେ ସମସ୍ତେ ତାଙ୍କ ମାର୍ଗଦର୍ଶନକୁ ଅପେକ୍ଷା କରିଛୁ। ଦଳର ଖେଳାଳି ଏବଂ କୋଚ ଭାବରେ ତାଙ୍କର ଅଭିଜ୍ଞତା ପରିମାଣ ବହୁତ ସାହାଯ୍ୟ କରେ। ତାଙ୍କ ବ୍ୟାଟିଂ ସମ୍ପର୍କରେ ସେ କହିଛନ୍ତି ଯେ ୩ ବର୍ଷ ଧରି ଟେଷ୍ଟରେ ଶତକ ହାସଲ କରିପାରି ନ ଥିବାରୁ ସେ ବ୍ୟସ୍ତ ନୁହଁନ୍ତି। ଅନ୍ତତଃପକ୍ଷେ ଦଳର ବିଜୟରେ ୮୦କିମ୍ବା ୯୦ର ଇନିଂସ ଖେଳିବା ଦଳ ପାଇଁ କାମ ଆସୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri