ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ହେବ

ନୂଆଦିଲ୍ଲୀ,୧୨।୭: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କାର୍ଯ୍ୟକ୍ରମ ଉପରେ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସରକାର ଏବଂ ଏଲ୍‌ଆଇସି ଏହି ବ୍ୟାଙ୍କରେ ରହିଥିବା ସମ୍ପୂର୍ଣ୍ଣ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଚୂଡ଼ାନ୍ତ ହେଲେ କେତେ ଅଂଶଧନ ଖସିଲା ତାହା ଜଣାପଡ଼ିବ। ଆଗାମୀ ଦିନରେ ଆଇଡିବିଆଇ ବ୍ୟାଙ୍କ ଲାଗି ଏଲ୍‌ଆଇସି ଏବଂ ସରକାର ସହ ପ୍ରମୋଟର ରହିବେ କି ନାହିଁ ସେ ନେଇ ମଧ୍ୟ ଶେଷ ନିଷ୍ପତ୍ତି ହୋଇନାହିଁ। ବିଭିନ୍ନ କମ୍ପାନୀର ଘରୋଇକରଣ ଉପରେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ବର୍ତ୍ତମାନ କାର୍ଯ୍ୟପନ୍ଥା ଗ୍ରହଣ କରୁଛି। ନୂଆ ସଂସ୍ଥା ହାତକୁ ଗଲେ ବ୍ୟାଙ୍କ ଯେଭଳି ସମ୍ପୂର୍ଣ୍ଣ ଭାବେ ନିଜର ଯୋଜନା ଗ୍ରହଣ କରିବ ସେ ନେଇ ନୀତି ପ୍ରସ୍ତୁତ କରାଯାଇଛି। ସେହିଭଳି ବ୍ୟାଙ୍କର ଘରୋଇକରଣ ପରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ତାକୁ ନେଇ ମଧ୍ୟ ନୀତି ଆୟୋଗ ସରକାରଙ୍କୁ ପରାମର୍ଶ ପ୍ରଦାନ କରିଥିବା ଜଣାପଡିଛି।
ପାଇଁ ନୀତି ଆୟୋଗ ଏକକ ବିଡିଂ ସପକ୍ଷରେ ରହିଛି। ଅର୍ଥାତ୍‌ ଏହି ବ୍ୟାଙ୍କ ପରିଚାଳନା ଯିଏ ବି ନେବେ ଏକାକୀ ନେବେ। ଗୋଷ୍ଠୀଗତ ବା କନସୋର୍ଟିୟମ ସପକ୍ଷରେ ସରକାର ନାହାନ୍ତି। ଅଂଶଧନ ବିକ୍ରି ଲାଗି ରିଜର୍ଭ ବ୍ୟାଙ୍କର ଚୂଡାନ୍ତ ମଞ୍ଜୁରୀ ଲୋଡ଼ା ପଡ଼ିବ। ଉକ୍ତ ବ୍ୟାଙ୍କରେ ରହିଥିବା ୧୦୦% ଅଂଶଧନକୁ ସରକାର ଏବଂ ଏଲ୍‌ଆଇସି ଖସାଇପାରିବେ ବୋଲି ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି(ସିସିଇଏ) ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହାବାଦ୍‌ ପରିଚାଳନା ନିୟନ୍ତ୍ରଣ ମଧ୍ୟ ହସ୍ତାନ୍ତର କରାଯିବ। ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ନୀତି ଆୟୋଗ କହିସାରିଛି। ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ ପକ୍ଷରୁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହ ଟ୍ରାଞ୍ଜାକ୍‌ଶନ ଆଡଭାଇଜରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖାଯାଇଛି। ସେହିଭଳି ଟ୍ରାଞ୍ଜାକ୍‌ଶନ ଆଡ୍‌ଭାଇଜରଙ୍କ ଲାଗି ଆବେଦନ କରିବା ଅବଧିକୁ ଚଳିତବର୍ଷ ଜୁଲାଇ ୨୩ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଇଡିବିଆଇ ବ୍ୟାଙ୍କରେ ବର୍ତ୍ତମାନ ସରକାରଙ୍କ ୪୫.୫% ଏବଂ ଏଲ୍‌ଆଇସିର ୪୯% ଅଂଶଧନ ରହିଛି। ବ୍ୟାଙ୍କ ଗତ କିଛିବର୍ଷ ହେବ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri