ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ୨୦୦ ମିଲିଗ୍ରାମ ହ୍ୟାଣ୍ଡ ସାନିଟାଇଜର ବୋତଲର ସର୍ବାଧିକ ରିଟେଲ ମୂଲ୍ୟ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କରୋନା ପ୍ରଭାବରେ ସାନିଟାଇଜର ମୂଲ୍ୟ ବଢିବା ଆଶଙ୍କା କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାବାଦ ୨ ପ୍ଲାଏ ସର୍ଜିକାଲ ମାସ୍କର ମୂଲ୍ୟକୁ ୮ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ୩ ପ୍ଲାଏ ସର୍ଜିକାଲ ମାସ୍କର ମୂଲ୍ୟ ଜୁନ ୩୦ ଯାଏ ୧୦ ଟଙ୍କା ବିକ୍ରି ହେବ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ଫେସ୍‌ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଉପଲବ୍ଧତା ବଢାଇବା ଲାଗି ସରକାର ପଦକ୍ଷେପ ନେଇଥିବା ପାଶ୍ୱାନ କହିଛନ୍ତି। କଳାବଜାରୀ ଏବଂ ମୂଲ୍ୟ ବୃଦ୍ଧିକୁ ଧ୍ୟାନରେ ରଖି ଚଳିତ ମାସ ସରକାର ସାନିଟାଇଜର ଏବଂ ମାସ୍କକୁ ଆବଶ୍ୟକ ସାମଗ୍ରୀ ବୋଲି ଘୋଷଣା କରିଥିଲେ। ଏହାବାଦ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଆଲକହଲର ମୂଲ୍ୟକୁ ମାର୍ଚ୍ଚ ୧୯ରେ ସୀମା ନିର୍ଦ୍ଧାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri