Posted inଜାତୀୟ

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ କରିଛନ୍ତି। ମାର୍ଚ୍ଚ ୩ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ନିୟମିତ ଭିଜା ଓ ଇ- ଭିଜା ପ୍ରତ୍ୟାହାର କରାଯାଇଛି। ନିହାତି ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିକଟସ୍ଥ ଭାରତୀୟ ଦୂତାବାସରେ ପୁନଃ ଭିଜା ଆବେଦନ କରିବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ପୂର୍ବରୁ ଫେବୃୟାରୀ ୫ରେ ଚାଇନା ନାଗରିକଙ୍କ ଲାଗି ଭିଜା ରଦ୍ଦ କରାଯାଇଥିଲା। ସେହିଭଳି ଭାରତକୁ ଆସିବା ଲାଗି ଗତ ଫେବୃୟାରୀ ପହିଲାରୁ ଭିଜା ହାସଲ କରିଥିବା ଏହି ୫ ଦେଶର ନାଗରିକ ଭାରତରେ ପ୍ରବେଶ କରି ନ ଥିଲେ, ନିହାତି ଜରୁରି କ୍ଷେତ୍ରରେ ସେମାନଙ୍କୁ ପୁଣି ଏଥିଲାଗି ଆବେଦନ କରିବାକୁ ପଡ଼ିବ। ତେବେ ବିଦେଶୀ କୂଟନୀତିଜ୍ଞ, ଜାତିସଂଘ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ କରାଯାଇ ନ ଥିଲେ ହେଁ ସେମାନଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ବିଦେଶରୁ ଭାରତ ଆସୁଥିବା ବିମାନଯାତ୍ରୀ ବ୍ୟକ୍ତିଗତ ତଥ୍ୟ, ଫୋନ ନମ୍ବର, ଠିକଣା, ଗସ୍ତ ଇତିହାସ ଦେବା ସହ ମେଡିକାଲ ପରୀକ୍ଷା କରାଯିବା ବାଧ୍ୟତାମୂଳକ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହ ଏନେଇ କେନ୍ଦ୍ର ସରକାର ସମୀକ୍ଷା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ସମ୍ପ୍ରତି ବିଶ୍ୱବ୍ୟାପୀ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୯୦ ହଜାର ସଂକ୍ରମିତ ଥିବା ଜଣାପଡ଼ିଛି। ଚାଇନା ପରେ ଇରାନ, ଇଟାଲୀ, ଦକ୍ଷିଣ କୋରିଆ ଓ ଅନ୍ୟ ଦେଶଗୁଡ଼ିକୁ ଏହା ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମିତ ଦେଶଗୁଡ଼ିକୁ ଯାତ୍ରା ନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ବିଦେଶରୁ ଆସୁଥିବା ଲୋକଙ୍କୁ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ସହ ଜେରା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଲୋଚନା କରିଛନ୍ତି। ଯାଞ୍ଚ୍‌ କଡ଼ାକଡ଼ି କରିବା ଓ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ନେବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଛି। ତେବେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଭୟ କରିବାର କିଛି ନାହିଁ। ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୋଦି କହିଛନ୍ତି।
ଗତ ସୋମବାର ଦିଲ୍ଲୀର ନୋଏଡାରେ ଜଣେ ଯୁବକ ଓ ହାଇଦ୍ରାବାଦ ଫେରନ୍ତା କର୍ନାଟକର ଜଣେ ଯନ୍ତ୍ରୀ(୨୪)ଙ୍କୁ କରୋନା ସଂକ୍ରମଣ କରିଥିବା ଜଣାପଡ଼ିଥିଲା। ତେବେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ବୋଲି ମୋଦି କହିଛନ୍ତି। କରୋନା ସଂକ୍ରମଣ ଭୟରେ ଦିଲ୍ଲୀର ନୋଏଡାରେ ଥିବା ୨ ଘରୋଇ ସ୍କୁଲକୁ ବୁଧବାରଠାରୁ ୩ ଦିନ ବନ୍ଦ କରାଯାଇଛି। ଏହି ସ୍କୁଲରେ ପଢ଼ୁଥିବା ୨ ଛାତ୍ରଙ୍କ ବାପା (ଇଟାଲି ଫେରନ୍ତା) କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଗ୍ରାରେ ତାଙ୍କ ପୁଅର ବାର୍ଥ ଡେ ପାର୍ଟିରେ ଯୋଗ ଦେଇଥିବା ୬ ଲୋକଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ସେମାନେ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ସ୍କୁଲ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେହିପରି ଜଣେ ଇଟାଲି ପର୍ଯ୍ୟଟକ ଜୟପୁରରେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଗତ ମାସରେ ଇଟାଲରୁ ଦିଲ୍ଲୀ ଆସି ରାଜସ୍ଥାନ ଯାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ସେ ଜଣେ। ପ୍ରକାଶଥାଉ କି, ପୂର୍ବରୁ କେରଳରେ ୩ ଏଭଳି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଭାରତରେ ଏପର୍ଯ୍ୟନ୍ତ ମୋଟ ୬ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣି। ତେବେ ଏଥିପ୍ରତି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri