କୁନ୍ଦୁରା,୧୧ା୧(ଡି.ଏନ୍.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ ଦେଇ ବିଭାଗ କାମ ଚଳାଉଛି ପ୍ରଶାସନ। ବହୁ ବିଭାଗରେ ଭାରପ୍ରାପ୍ତ ଅଧିକାରୀ ହିଁ ଅତିରିକ୍ତ ଦାୟିତ୍ୱରେ ରହି ବ୍ୟବସ୍ଥା ସମ୍ଭାଳିଛନ୍ତି।
କୁନ୍ଦୁରା ବ୍ଲକର ପ୍ରାୟତଃ ୭ଟି ସ୍ଥାନରେ ଇନ୍ଚାର୍ଜମାନେ ହିଁ କାମ ଚଳାଉଥିବା ନଜରକୁ ଆସିଛି। ଗତ ସାଧାରଣ ନିର୍ବାଚନ ପରେ ବ୍ଲକର ଅଧିକାରୀମାନଙ୍କୁ ବଦଳି କରାଯିବା ପରେ ସେହି ସ୍ଥାନରେ ନୂତନ ନିଯୁକ୍ତି ହୋଇନାହିଁ। ବରଂ ପୁରୁଣା କର୍ମଚାରୀ ଓ କନିଷ୍ଠ ପଦବୀରେ ଥିବା ଅଧିକାରୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଲଦିଦେଇ ସରକାର ଚୁପ ହୋଇ ବସିଛନ୍ତି। ଏଠାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଚନ୍ଦ୍ର ପଟ୍ଟନାୟକଙ୍କ ଅବସର ପରେ କୋଟପାଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁନ୍ଦୁରା ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନେକ ବିଦ୍ୟାଳୟରେ ଶିକ୍ଷାବର୍ଷର ୮ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ପୂରଣ ହୋଇପାରୁନି। ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା ଥିବାବେଳେ ଚିନ୍ତାରେ ରହିଛନ୍ତି ଅଭିଭାବକ। ଏହି ସମସ୍ୟା ସୁଧାରିବା ପାଇଁ କୁନ୍ଦୁରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତତ୍କାଳୀନ ଜିଲାପାଳ ଭି. ଜୟକୁମାର, ଅନୁପମ ସାହା, କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବର୍ତ୍ତମାନ କାର୍ଯ୍ୟରତ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ମଧ୍ୟ ଅବଗତ କରାଯାଇଛି ା ପ୍ରାଥମିକ ବିଦ୍ୟାଳୟରେ ୨୫ରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଉଚ୍ଚ ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଆବଶ୍ୟକ। ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଡିଓ ପଦବୀରେ ଶ୍ୱେତା ସ୍ନିଗ୍ଧା ପ୍ରଧାନଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ସତ୍ୟସୁନ୍ଦର ରାଉତଙ୍କୁ ଯୋଗଦେବା ପାଇଁ ଚିଠି ହୋଇଛି। କିନ୍ତୁ ଏଯାବତ୍ ନୂତନ ବିଡିଓ ଯୋଗଦେଇ ନ ପାରିବା ପଛରେ ରାଜନୀତି କାମ କରୁଥିବା ସନ୍ଦେହ ଉପୁଜିଛି। ଗତ ଦିନରେ ଏମ୍ଜିଏନ୍ଆରଇଜିଏସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଗରିବ ଲୋକେ ଆବାସ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି କୁନ୍ଦୁରା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ପାଇଁ ଥାନାରେ ଇନ୍ସପେକ୍ଟର ପଦବୀ ରହିବା କଥା। କିନ୍ତୁ ତତ୍କାଳୀନ ଆଇଆଇସିମାନେ ଦୀର୍ଘ ଦିନ ସେହି ଦାୟିତ୍ୱ ଚିରାଚରିତ ଭାବେ ତୁଲାଇ ଆସୁଥିଲେ। ଯଦିଓ ନବ ନିଯୁକ୍ତ ଓଆଇସି ଗଞ୍ଜେଇ ଚାଲାଣ, ଡକାୟତି, କୁକୁଡ଼ାଗାଲି ବନ୍ଦ କରିବା ଭଳି ପଦକ୍ଷେପ ନେଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହେଉଛି ତହସିଲଦାର ପଦବୀ ଯାହା ଏଠାରେ ଖାଲି ପଡ଼ିଛି। ବନ ବିଭାଗ ଅଧୀନରେ ଏକ ରେଞ୍ଜର ପଦବୀ ରହିଥିବା ବେଳେ ଜଣେ ଡେପୁଟି ରେଞ୍ଜରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଫଳରେ ପ୍ରଶାସନିକ ବ୍ୟବସ୍ଥା କିପରି ପରିଚାଳିତ ହେଉଥିବ, ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲାପାଳ ଏ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ
ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...
ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ
କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...
ହଠାତ୍ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ
ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍...
ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ
କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...
ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ
କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...
କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ
କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ...
ଓଭରଟେକ୍ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍ ଚୁରମାର, ଡ୍ରାଇଭର…
କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।...
କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ
କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ।...
Archives


