Posted inଖେଳ

ଟୁଇଟରରେ ରୋନାଲ୍ଡୋଙ୍କ ଫଲୋଅର୍ସ ସବୁଠୁ ଅଧିକ, ତାଲିକାରେ ଅଛନ୍ତି କୋହଲି

ନୂଆଦିଲ୍ଲୀ,୨୯।୧୨- ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ, ବ୍ରାଜିଲର ନେମାର କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତଙ୍କ ଟୁଇଟରରେ ଫଲୋଅର୍ସ ସଂଖ୍ୟା ସବୁଠୁ ଅଧିକ। ରୋନାଲ୍ଡୋଙ୍କ ୮୧.୭ ନିୟୁତ ପ୍ରଶଂସକ ସହ ଶୀର୍ଷରେ ରହିଛନ୍ତି। ଏହା କେବଳ ତାଙ୍କ ଟୁଇଟରରେ ଫଲୋଅର୍ସ ସଂଖା। ୨୦୧୦ରୁ ଟୁଇଟର ବ୍ୟବହାର କରୁଥିବା ରୋନାଲ୍ଡୋ କେବଳ ୫୧ଜଣଙ୍କୁ ଫଲୋ କରୁଛନ୍ତି। ଏହି ତାଲିକାରେ ପ୍ରାୟତଃ ବର୍ତ୍ତମାନ ଓ ପୂର୍ବତନ ସାଥୀ ଖେଳାଳି ରହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ବିଶ୍ୱରେ ସର୍ବାଧିକ ଫଲୋଅର୍ସ ଥିବା ବ୍ୟକ୍ତିଙ୍କ ମଧ୍ୟରେ ରୋନାଲ୍ଡୋ ୬ଷ୍ଠ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ନେମାର। ପିଏସ୍‌ଜି ଖେଳାଳିଙ୍କୁ ଟୁଇଟରରେ ୪୫ ନିୟୁତ ଫଲୋ କରୁଛନ୍ତି। ବିଶ୍ୱରେ ତାଙ୍କ ର଼୍ୟାଙ୍କ ୨୨। ଆମେରିକାର ବାସ୍କେଟବଲ ଖେଳାଳି ଲେବ୍ରନ ଜେମ୍ସ ୩ୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୪.୩ ନିୟୁତ। ୩୪ ବର୍ଷୀୟ ଷ୍ଟାରଙ୍କ ଲୋକପ୍ରିୟତା ଚଳିତବର୍ଷ ଖୁବ ବୃଦ୍ଧି ପାଇଛି। ଏହି ତାଲିକାରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ତାଙ୍କୁ ଟୁଇଟରରେ ୩୨.୯ ନିୟୁତ ୟୁଜର୍ସ ଫଲୋ କରୁଛନ୍ତି। ଖେଳାଳିଙ୍କ ମଧ୍ୟରେ ୪ର୍ଥ ଓ ବିଶ୍ୱରେ ୪୮ତମ ସ୍ଥାନରେ ଅଛନ୍ତି। କୋହଲିଙ୍କ ପଛରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଏବେ ତାଙ୍କ ଲୋକପ୍ରିୟତା କମି ନାହିଁ। ବର୍ତ୍ତମାନ ଟୁଇଟରରେ ତାଙ୍କୁ ୩୧.୩ ୟୁଜର୍ସ ଫଲୋ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri