ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

ବାହାନଗା, ୩୧ା୫(ଡି.ଏନ.ଏ.)-ଗୁରୁବାର ରାତି ସାଢେ ୮ଟାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ଗ୍ରାମର ବାସିନ୍ଦା ଗୋପାଳପୁର ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ଅଟକ ରଖିଛନ୍ତି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କନଷ୍ଟେବଳଙ୍କୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି ା
ବାଙ୍ଗାଲୋର ଜଣେ ନାବାଳିକାଙ୍କୁ ତାଳକୁରୁରିଆଁ ଅଞ୍ଚଳର ଜଣେ ଯୁବକ ଅପହରଣ କରିଆଣିଥିବା ସେଠାକାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାଙ୍ଗାଲୋର ଥାନା ପୋଲିସ ଯୁବକଙ୍କ ମୋବାଇଲ ଟ୍ରାକିଂ କରି ବାଲେଶ୍ୱର ଜିଲା ଖନ୍ତାପଡା ଥାନା ତାଳକୁରୁଣିଆଁ ଗ୍ରାମର ପ୍ରଭାକର ଯେନାଙ୍କ ଘରେ ଉକ୍ତ ମୋବାଇଲ ଥିବା ଜାଣିବାକୁ ପାଇଥିଲା। ସେଠାରେ ଅପହରଣ ହୋଇଥିବା ନାବାଳିକା ସେଠାରେ ଥିବା ପୋଲିସ ସନ୍ଦେହ କରିଥିଲା। ବାଙ୍ଗାଲୋର ପୋଲିସ ସହିତ ଗୋପାଳପୁର ଫାଣ୍ଡି ପୋଲିସ ପ୍ରଭାକର ଯେନାଙ୍କ ଘରକୁ ସନ୍ଧ୍ୟାରେ ଆସି ତାଙ୍କ ପୁଅ ସରୋଜ କୁମାର ଯେନାଙ୍କୁ ଜବରଦସ୍ତ ଟାଣି ଫାଣ୍ଡିକୁ ନେଇଯାଇଥିଲେ। ସେଠାକାର ପୋଲିସ ଆଣିଥିବା ଫଟୋ ସହିତ ଅଳ୍ପବହୁତ ସରୋଜ ସହିତ ମିଶୁଥିବା ବେଳେ ପରେ ପୋଲିସ ଜାଣିବାକୁ ପାଇଲେ ଯେଉଁ ଯୁବକଙ୍କୁ ଆଣିଛନ୍ତି ସେ ଯୁବକ ନୁହନ୍ତି। ତେଣୁ କରି ତାକୁ ଛାଡି ଦେବା ପରେ ଗୋପାଳପୁର ପୋଲିସ ସହିତ ସ୍ଥାନୀୟ ହୋମଗାର୍ଡ ଜଗନ୍ନାଥ ବାରିକ ଓ କନଷ୍ଟେବଳ କିଶ୍ୱର ପାତ୍ର ପୁନର୍ବାର ତାଳକୁରୁଣିଆଁ ଗ୍ରାମକୁ ଆସିଥିଲେ। ମାତ୍ର ବିନା କାରଣରେ ଯୁବକଙ୍କୁ ନେଇ ଥାନାରେ ମାଡ ମାରିଥିବାରୁ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖିଥିଲେ। ମାତ୍ର ମାଡ ମାରିଥିବା ହୋମ୍‌ଗାର୍ଡ ଜଗନ୍ନାଥ ସେଠାରୁ ଖସି ପଳାଇଯିବା କାରଣରୁ ଗ୍ରାମବାସୀ ଅଧିକ ଉତ୍ତ୍ୟକ୍ତ ହୋଇପଡିଥିଲେ। ଯେପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ଏଠାକୁ ଅଣା ନ ଯିବ ଗ୍ରାମବାସୀ ଅଟକ କନଷ୍ଟେବଳଙ୍କୁ ଛାଡିବେ ନାହିଁ ଜିଦ୍‌ରେ ଖବର ଲେଖାହେବା ପର୍ଯ୍ୟନ୍ତ ଅଟକ ରଖିଛନ୍ତି। ମାତ୍ର ଫାଣ୍ଡି ଅଧିକାରୀ ପର୍ଶୁରାମ ଜେନା କହିଛନ୍ତି, ବାଙ୍ଗାଲୋର ପୋଲିସ କରିଥିବା ମୋବାଇଲି ଟ୍ରାକିଂ ସେହି ଘର ଦେଖାଇବାରୂୁ ସେଠାକୁ ପୋଲିସ ଯାଇଥିଲେ। ତେବେ ଧରିଆଣିଥିବା ଯୁବକ ସରୋଜ ନୁହେଁ ବୋଲି ଜଣାପଡିବା ପରେ ଛାଡିଦେଇଥିଲେ। ମାତ୍ର ଏହି ଘଟଣାକୁ ନେଇ ସେମାନେ ଜଣେ ପୋଲିସ୍‌କୁ ଅଟକ ରଖିଛନ୍ତି। ଏହି ଘଟଣା ପରେ ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri