ଶିକ୍ଷକ ବଦଳି ବିରୋଧରେ ଅଭିଭାବକଙ୍କ ଧାରଣା

ରୂପ୍‌ସା, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦାସ୍ଥିତ ଜନାର୍ଦ୍ଦନ ସରକାରୀ ଉପ୍ରା ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୭୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷା ବିଭାଗର ନିୟମ ଅନୁଯାୟୀ ୩୦ଜଣ ଛାତ୍ରୀଛାତ୍ରଙ୍କ ଲାଗି ଜଣେ ଲେଖାଏ ଶିକ୍ଷକ ହିସାବରେ ଏଠାରେ ୯ଜଣ ଶିକ୍ଷକ ରହିବା କଥା। ମାତ୍ର ଏବେ ୬ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବିଜ୍ଞାନଶିକ୍ଷକଙ୍କୁ ବଦଳି କରାଯାଉଥିବା ଜାଣି ଅଭିଭାବକମାନେ ଏହାକୁ ବିରୋଧ କରୁଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତି ଦେବା ପ୍ରସଙ୍ଗ ଉଠାଯାଉ ନ ଥିବାରୁ ଏଭଳି ବଦଳି ନ କରିବାକୁ ଦାବି କରି ସ୍କୁଲ ମ୍ୟାନେଜମେଣ୍ଟ କମିଟି (ଏସଏମସି)ର ସଭ୍ୟାସଭ୍ୟ ସୋମବାର ସ୍କୁଲ ଫାଟକ ଆଗରେ ଧାରଣା ଦେଇଥିଲେ। କମିଟିର ସଭାପତି କାର୍ତ୍ତିକ ସାହୁ, ସଭ୍ୟା ଆରତୀ ଜେନା, କମଳିନୀ ମହାପାତ୍ର, ସରସ୍ବତୀ ରଣା, ସଭ୍ୟ ଲକ୍ଷ୍ମୀକାନ୍ତ ସାହୁ, ପରେଶ ପାଣିଗ୍ରାହୀ, ଗଣେଶ ଚନ୍ଦ୍ର ଜେନା ଓ ସେକ ମୀନାର ପ୍ରମୁଖ ଏହି ଧାରଣା ଆନ୍ଦୋଳନରେ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ, ସ୍କୁଲର ବିଜ୍ଞାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତାବ ଆଗତ ହୋଇଛି। ଏ ସମ୍ପର୍କରେ ଏସଏମସି କର୍ମକର୍ତ୍ତା ଓ ଅଭିଭାବକମାନେ ଜାଣିବା ପରେ ଶିକ୍ଷକ ବଦଳିକୁ ବାତିଲ୍‌ କରା ନ ଗଲେ ଅଭିଭାବକ ଓ ଛାତ୍ରୀଛାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ଆଗୁଆ, ପଛରେ ପଡିଲେ ଶ୍ରୀକାନ୍ତ-ଲେଖାଶ୍ରୀ

ଭୁବନେଶ୍ୱର,୪।୬: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଭାଜପା ଆଗରେ ଥିବା ବେଳେ ପଛରେ ପଡି ଯାଇଛି ବିଜେଡି ଓ...

ବାପାଙ୍କ ଚିତ୍କାର ଶୁଣି ଫେରିଗଲା ହାତୀ:ମରଣ ମୁହଁରୁ ବଞ୍ଚିଗଲେ ଝିଅ

ନୀଳଗିରି, ୪।୬(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିର ବ୍ଲକ କୁଲଡ଼ିହା ଅଭୟାରଣ୍ୟ ପାଦଦେଶ କେସିପୁର ପଞ୍ଚାୟତ ଅଧୀନ ଟୁଲୁଙ୍କଡ଼ାବ ଗାଁର ଏକ ନାବାଳିକା ମରଣମୁହଁରୁ ରକ୍ଷା ପାଇଯାଇଛନ୍ତି।...

ବର୍ଷକ ପରେ ବାହାନଗା

ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ୨୦୨୩ ଜୁନ୍‌ ୨ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୪୦ ମିନିଟ୍‌। ଏହି ସମୟରେ ଘଟିଥିଲା...

ଭୋଟ୍‌ ଦେବାକୁ ଆସିଲେନି ୨୦୦ ଭୋଟର

ସିମୁଳିଆ,୧ା୬(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତର ଦକ୍ଷିଣଅଡ଼ା ମହିଁଷାମୁଣ୍ଡା ଆଦିବାସୀ ସାହିର ୨ଶହ ଭୋଟର ଭୋଟ୍‌ ବର୍ଜନ କରିଛନ୍ତି। ଗାଁରେ ବିଜୁଳି,...

ମିଶନ ଶକ୍ତି ଅଫିସରୁ ଟଙ୍କା ଜବତ, ଜଣେ ମହିଳା ଅଟକ

ବାଲେଶ୍ୱର, ୧।୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟରେ ସଭାପତି ଓ ଉପସଭାପତି ଶୁକ୍ରବାର ସନ୍ଧ୍ୟାରେ ଟଙ୍କା ବାଣ୍ଟୁଥିବା...

ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ

ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ), ୧ା୬: ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ଭୋଟ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଚାର ଶେଷ ପରେ ଭାଜପା ବିଧାୟକ...

ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ହେବ ବିଜୁଳି ବିଲ୍‌ ଛାଡ଼

ସୋର,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ...

ବିଜେଡି-ଭାଜପା ମିଶିକି ଅଛନ୍ତି, ଚିନ୍ତାଧାରା ବି ଗୋଟିଏ: ରାହୁଲ

ସିମୁଳିଆ,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri