ଜମିବିକ୍ରିରେ ଜାଲିଆତି: ଜଣେ ଗିରଫ

ଚାନ୍ଦବାଲି, ୧୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଧାମରା ଆର୍‌ଆଇ ସର୍କଲର ଅମରନଗର ମୌଜାରେ ଏକ ଜମିବିକ୍ରିରେ ଜାଲିଆତି ଅଭିଯୋଗରେ ବସନ୍ତ ମହତା ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ପୋଲିସ ସୋମବାର ଗିରଫ କରିଛି। ଏ ନେଇ ଚାନ୍ଦବାଲି ଥାନାରେ ଏକ ମାମଲା(ନଂ.୧୮୮/୨୦୧୯) ରୁଜୁ ହୋଇଛି। ବସନ୍ତ ତାଙ୍କ ବାପାଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଲୋକଙ୍କୁ ଠିଆ କରାଇ ବାପାଙ୍କ ନାମରେ ଥିବା ୬୦ ଡିସିମିଲ ଜମିକୁ ଶନିବାର ବିକ୍ରି କରୁଥିବା ବେଳେ ଘଟଣାଟି ପଦାକୁ ଆସିଥିଲା। ଶନିବାର ପୋଲିସ ବସନ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା।
ପୋଲିସ ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ଅମରନଗରରେ ବସନ୍ତଙ୍କ ବାପାଙ୍କ ନାମରେ ଖାତା ନଂ.୧୧୫/୧୮୨ ପ୍ଲଟ ନଂ. ୮୬ର ବାରିପାଖ ଶାରଦ ଏକ କିସମ ୬୦ ଡିସିମିଲ ଜମି ଅଛି। ଉକ୍ତ ଜମିକୁ ୬ ଲକ୍ଷ ୬୦ ହଜାର ଟଙ୍କାରେ ବସନ୍ତ ଧାମରାସ୍ଥିତ ଏକ କମ୍ପାନୀର ଭୁବନେଶ୍ୱରର ଜଣେ ଦଲାଲଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲେ। ବସନ୍ତ ତାଙ୍କ ବାପାଙ୍କ ନକଲି ଆଧାରକାର୍ଡ ଓ ପରିଚୟପତ୍ର ପ୍ରସ୍ତୁତ କରି ଜମି ବିକ୍ରି ପାଇଁ ମସୁଧା କରିଥିଲେ। ଚାନ୍ଦବାଲି ସବରେଜିଷ୍ଟ୍ରାରଙ୍କର ଅଫିସରେ ଜମି ବିକ୍ରି କରୁଥିବା ବସନ୍ତଙ୍କ ପିତା ହୋଇ ଆସିଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯିବାରୁ ଉକ୍ତ ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ଚାନ୍ଦବାଲି ପୋଲିସ ପହଞ୍ଚି ବସନ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବାରୁ ସେ ସ୍ବୀକାର କରିଥିଲେ। ଚାନ୍ଦବାଲି ସବରେଜିଷ୍ଟ୍ରାରଙ୍କ ଅଭିଯୋଗ କ୍ରମେ ପୋଲିସ ବସନ୍ତଙ୍କୁ ଗିରଫ କରିଛି। ଜମିର କ୍ରେତା ଓ ବସନ୍ତଙ୍କ ବାପାଙ୍କ ବଦଳରେ ଆସିଥିବା ନକଲି ବିକ୍ରେତାଙ୍କୁ ପୋଲିସ ଖୋଜୁଛି। ଉଲ୍ଲେଖନୀୟ ଯେ, ଧାମରାରେ ବନ୍ଦର ପ୍ରତିଷ୍ଠା ହେବା ପରେ ଜମି ଜାଲିଆତି ବଢ଼ିବାରେ ଲାଗିଛି। ବିସ୍ଥାପନକୁ ଏଡ଼ାଇବା ପାଇଁ କେତେକ କମ୍ପାନୀ ନିଜର ଦଲାଲଙ୍କ ମାଧ୍ୟମରେ ଏଠାରେ ଜମି କ୍ରୟ କରୁଛନ୍ତି। କେତେକ କ୍ଷେତ୍ରରେ ନକଲି କାଗଜପତ୍ର ଓ ବିକ୍ରେତାଙ୍କୁ ନେଇ ଏହି ଜମି ଜାଲିଆତି ହେଉଛି। ଗୋଟିଏ ଜମିକୁ ଏକାଧିକ ଥର ବିକ୍ରି ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri