Posted inଖେଳ

ଡବଲ୍ସ ର଼୍ୟାଙ୍କିଙ୍ଗ୍‌: ଟପ୍‌- ୧୦୦ରୁ ବାଦ୍‌ ପଡିଲେ ପେସ୍‌

ନୂଆଦିଲ୍ଲୀ,୧୧।୧୧(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଗତ ୧୯ ବର୍ଷ ପ୍ରଥମଥର ପାଇଁ ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୫ଟି ସ୍ଥାନ ତଳକୁ ଖସି ସେ ୧୦୧ତମ ସ୍ଥାନରେ ରହିଛନ୍ତି। ୮୫୬ ପଏଣ୍ଟ ସହ ପେସ୍‌ ଏବେ ର଼୍ୟାଙ୍କିଙ୍ଗ୍‌ରେ ଚତୁର୍ଥ ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ଡବଲ୍ସ ତାଲିକାରେ ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନା ୩୮, ଦିଭିଜ ଶରନ ୪୬ ଓ ପୁରବ ରାଜା ୯୩ତମ ସ୍ଥାନରେ ରହିଛନ୍ତି। ରାଜା ୮ଟି ସ୍ଥାନ ଉପରକୁ ଉଠି ୯୩ତମ ସ୍ଥାନରେ ରହି ପୁଣି ଟପ୍‌-୧୦୦ରେ ସ୍ଥାନ ପାଇଛନ୍ତି।
୯୦ ଦଶକର ଶେଷ ଭାଗରେ ଓ ୨୦୦୦ର ପ୍ରାରମ୍ଭରେ ପେସ ନିଜ ଦେଶର ମହେଶ ଭୂପତିଙ୍କ ସହ ସାଥି ହୋଇ ବିଶ୍ୱ ଡବଲ୍ସ ଟେନିସରେ ସଫଳତାର ଶୀର୍ଷକୁ ଛୁଇଁଥିଲେ ଓ ଆଧିପତ୍ୟ ଜାହିର କରିଥିଲେ। ୨୦୧୪ ଅଗଷ୍ଟରେ ପେସ୍‌ ଟପ୍‌-୧୦ରୁ ବାଦ୍‌ ପଡିଥିଲେ। ଏହାର ଦୁଇ ବର୍ଷ ପରେ ପେସ୍‌ ଟପ୍‌- ୫୦ରୁ ବାଦ୍‌ ପଡିଥିଲେ। ୧୮ଟି ଗ୍ରାଣ୍ଡସ୍ଳାମ ଟାଇଟଲ ଜିତିଥିତ୍ବା ପେସ୍‌ ସେପ୍ଟେମ୍ବରରେ ୟୁଏସ୍‌ ଓପନ୍‌ ଅଂଶଗ୍ରହଣ କରିବାପରେ ଆଉ ଖେଳିନାହାନ୍ତି। ଆଗାମୀ ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ପାଇଁ ସେ ଉପଲବ୍ଧ ହେବ ବୋଲି କହିଛନ୍ତି।
ଅପରପକ୍ଷରେ ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ପ୍ରାଜନେସ ଗୁଣେଶ୍ୱରନ ଗୋଟିଏ ସ୍ଥାନ ତଳକୁ ଖସି ୯୫ତମ ସ୍ଥାନରେ ରହିଥିଲେ ମଧ୍ୟ ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ସେହିପରି ସୁମିତ ନାଗାଲ ଦୁଇଟି ସ୍ଥାନ ଉପରକୁ ଉଠି ୧୨୭, ରାମକୁମାର ରାମନାଥନ ୯ଟି ସ୍ଥାନ ଉପରକୁ ଉଠି ୧୯୦, ଶଶି କୁମାର ମୁକୁନ୍ଦ ୨ଟି ସ୍ଥାନ ଉନ୍ନତି କରି ୨୫୦ ଓ ସାକେତ ମିନେନି ଗୋଟିଏ ସ୍ଥାନ ତଳକୁ ଖସି ୨୬୭ ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri