ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ଅସୁରକ୍ଷିତ

କେନ୍ଦୁଝର ୫।୧୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ୭୨ ଫୁଟ ଉଚ୍ଚତା ବିଶିଷ୍ଟ କାଠ ତିଆରି ‘ନନ୍ଦିଘୋଷ’ ବିଶ୍ୱର ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରି ଜିଲାବାସୀଙ୍କ ଲାଗି ଗୌରବ ଆଣିଛି। ୨୦୧୮ ମସିହା ଡିସେମ୍ବରରେ ଗ୍ଲୋବାଲ ରେକର୍ଡସ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଏହା ସର୍ବୋଚ୍ଚ ରଥ ଭାବରେ ପ୍ରମାଣପତ୍ର ମିଳିଥିଲା। ବର୍ତ୍ତମାନ ଏହା ଗିନିଜ ବୁକ ଅଫ୍‌ ଓାଲଡ ରେକର୍ଡ ପାଇବା ଅପେକ୍ଷାରେ ରହିଛି। ପ୍ରତିବର୍ଷ ରଥଯାତ୍ରା ବେଳେ ଏହି ରଥ ଚର୍ଚ୍ଚାକୁ ଆସିଥାଏ। କିନ୍ତୁ ରଥଯାତ୍ରା ସରିଗଲେ ଏହା ସତେ ଯେମିତି ଅଲୋଡା ହୋଇପଡେ। ଖୋଲା ସ୍ଥାନରେ ଏହା ଖରା, ବର୍ଷା, କାକର ଖାଇ ଏହା ଜରାଜୀର୍ଣ୍ଣ ହୋଇ ପଡୁଥିଲେ ବି ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଏ ନେଇ ଶ୍ରଦ୍ଧାଳୁଙ୍କ ସମେତ ଜିଲାବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ବିଶ୍ୱର ଏହି ସର୍ବୋଚ୍ଚ ରଥକୁ ଦେଖିବା ଲାଗି ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ମଧ୍ୟ ଆସିଥାନ୍ତି। ଏଣୁ ଏହାକୁ ସୁରକ୍ଷିତ ଅବସ୍ଥାରେ ରଖାଗଲେ ସେମାନେ ଭଲଭାବେ ଏହାକୁ ନିରୀକ୍ଷଣ କରିପାରନ୍ତେ। ବିଭିନ୍ନ ସମୟରେ ଏଥିଲାଗି ଦାବି ହେଥିଲେ ମଧ୍ୟ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଛି। କାଠରେ ନିର୍ମିତ ଏହି ରଥକୁ କେବଳ ରଥଯାତ୍ରା ସମୟରେ ମରାମତି କରାଯାଇଥାଏ। ଶ୍ରୀଜୀଉଙ୍କୁ ରଥାରୁଢ କରି ହଜାର ହଜାର ଭକ୍ତ ବଡ ଦାଣ୍ଡରେ ମାଉସୀମା’ ମନ୍ଦିରକୁ ଟାଣି ନେଇଥାନ୍ତି। ବାହୁଡା ଯାତ୍ରା ସମୟରେ ପୁଣି ରଥକୁ ଟାଣି ଆଣି ଶ୍ରୀ ବଳଦେବଜୀଉ ମନ୍ଦିର ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଏ। ରଥ ରହୁଥିବା ସ୍ଥାନ ଉନ୍ମୁକ୍ତ ଥିବାରୁ ଅବାଧରେ ବୁଲା ଗୋରୁଗାଇ, କୁକୁର ସେଠାକୁ ପ୍ରବେଶ କରି ପରିବେଶକୁ ଅପରିଷ୍କାର କରିଦେଉଛନ୍ତି। ଏହା ଲୋକଙ୍କ ଭାବାବେଗରେ ଆଘାତ ପହଞ୍ଚାଉଥିବାରୁ ବିଭିନ୍ନ ସମୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପରିବେଶବିତ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଶ୍ରୀ ବଳଦେବଜୀଉଙ୍କ ରଥକୁ ସୁରକ୍ଷିତ ରଖା ଗଲେ ରଥଯାତ୍ରା ସମୟରେ ମରାମତି ପାଇଁ ଅଧିକ କାଠର ଆବଶ୍ୟକ ପଡିବ ନାହିଁ। ଏବେ ଖରାବର୍ଷା ଯୋଗୁଁ ରଥରେ ଲାଗିଥିବା କାଠ ନଷ୍ଟ ହେବା ସହ ରଙ୍ଗ ଧୋଇହୋଇ ଅସୁନ୍ଦର ଦେଖାଯାଉଛି। ଏହା ନିକଟକୁ ଲୋକେ ଅବାଧରେ ଯାତାୟତ କରବା ଏବଂ ନିକଟରେ ପରିବା ବଜାର ବସୁଥିବାରୁ ଏହା ଅଧିକ ଅସୁରକ୍ଷିତ ହୋଇ ପଡୁଥିବା ଶ୍ରଦ୍ଧାଳୁମାନେ କହିଛନ୍ତି। ଏଣୁ ରଥ ରହିଥିବା ସ୍ଥାନର ଚାରିପାଖରେ ବାରିକେଡ କରାଯାଇ ଆଲୋକ ବ୍ୟବସ୍ଥା କରାଗଲେ ଏହାର ସାୈନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ବରିଷ୍ଠ ଆଇନଜୀବୀ ନିମାଇ ଚରଣ ଦାସ କହିଛନ୍ତି। ସ୍ଥାନୀୟ ବରିଷ୍ଠ ସାହିତ୍ୟିକ ରାମକୃଷ୍ଣ ମହାପାତ୍ର ମଧ୍ୟ ଅନୁରୂପ ମତବ୍ୟକ୍ତ କରିଛନ୍ତି। ଏସମ୍ପକର୍ର୍ରେ ଉପଜିଲାପାଳ ତଥ ଦେବୋତ୍ତର ବିଭାଗ। ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ରଥର ସୁରକ୍ଷା କରିବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri