ବିବାଦରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):୨୦୧୭ ଏବଂ ୨୦୧୮ ମସିହା ଲାଗି ଘୋଷଣା ହୋଇଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ପୁଣିଥରେ ବିବାଦ ଉପୁଜିଛି। ନାଟ୍ୟାନୁଷ୍ଠାନ ‘ଏବଂ ଆମେ’ର ସଭାପତି ତଥା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଥିବା ଡ. ସଚ୍ଚି ଦାସ ଏବଂ ସମ୍ପାଦକ ତଥା ଅଭିନେତା ପ୍ରେମାଞ୍ଜନ ପରିଡ଼ା ଏକାଡେମୀ ପୁରସ୍କାରରେ ପ୍ରିୟାପ୍ରୀତିତୋଷଣ ହୋଇଥିବା ଅଭିଯୋଗ କରିଛନ୍ତି।
ଓଡ଼ିଶାର କଳା, ସଂସ୍କୃତି, ଲୋକକଳା, ମଞ୍ଚ ନାଟକ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରେ ବହୁ ସୁନାମଧନ୍ୟ ଓ ପ୍ରତିଭାସମ୍ପନ୍ନ କଳାକାର ନିଜ ଜୀବନକୁ ଉତ୍ସର୍ଗ କରି ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇଥିଲେ ମଧ୍ୟ ସେମାନଙ୍କୁ ଅବହେଳା କରାଯାଇଥିବା ସେମାନେ କହିଛନ୍ତି। ପୁରସ୍କାର ତାଲିକାରୁ ବହୁ ବରିଷ୍ଠ ଓ ପ୍ରତିଭାବାନ୍‌ କଳାକାରଙ୍କୁ ବାଦ୍‌ ଦିଆଯାଇଛି। କିଛି ହାତଗଣତି ନାଟକ କରି ଅଭିନୟ, ନିର୍ଦ୍ଦେଶନା ଭଳି କ୍ଷେତ୍ରରେ ଏକାଡେମୀ ପୁରସ୍କାର ହାତେଇଛନ୍ତି। ମଞ୍ଚନାଟକ ସହ ଜଡ଼ିତ ଭୁବନେଶ୍ୱରର କିଛି ମୁଷ୍ଟିମେୟ ବ୍ୟକ୍ତି ବାରମ୍ବାର ଚୟନ କମିଟିରେ ରହି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକୁ କବ୍‌ଜା କରି ଏଭଳି ଦୁର୍ନୀତି କରୁଛନ୍ତି। ଏପରି କି ଏକ ନିର୍ଦ୍ଦିଷ୍ଟ ନାଟ୍ୟସଂସ୍ଥାର ସଭାପତି ଏକାଡେମୀ କାର୍ଯ୍ୟକାରୀ ପରିଷଦରେ ରହି ପୁରସ୍କାର ପାଇଁ ପ୍ରତିଭା ଚୟନ କରିଥିବାବେଳେ ତାଙ୍କ ସଂସ୍ଥାର ଜଣେ ବ୍ୟକ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି, ଯାହାକୁ ନେଇ ଅଧିକ ବିବାଦ ଉଠିଛି। ସେହିଭଳି ଭୁବନେଶ୍ୱରର ଆଉ ଏକ ନାଟ୍ୟାନୁଷ୍ଠାନର ଏକାସଙ୍ଗେ ଦୁଇଜଣ ସଦସ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନାଟ୍ୟ ସଂଘ ମାଧ୍ୟମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହ ସିଧାସଳଖ ସମ୍ପୃକ୍ତ ଥିବା ଆଉ ଜଣେ ନାଟ୍ୟ ନିର୍ଦ୍ଦେଶକ ଏକାଡେମୀର ସାଧାରଣ ପରିଷଦ ଦ୍ୱାରା କିଭଳି ପୁରସ୍କୃତ ହେବାକୁ ମନୋନୀତ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏକାଡେମୀର କାର୍ଯ୍ୟକାରୀ ସମିତି ଦ୍ୱାରା ସିଧାସଳଖ ମନୋନୀତ ହୋଇଥିବା ବ୍ୟକ୍ତିତ୍ୱଙ୍କୁ ସାଧାରଣ ପରିଷଦ ଦ୍ୱାରା ବାଦ୍‌ ଦିଆଯିବା ଆଲୋଚନାର ବିଷୟ ହୋଇଛି। ଗତବର୍ଷ ମଧ୍ୟ ଏକାଡେମୀ ପୁରସ୍କାରକୁ ନେଇ ସମାନ ବିବାଦ ଉଠିଥିଲା। ପ୍ରବଳ ଜନ ଅସନ୍ତୋଷ ଓ ପ୍ରତିବାଦ ହେବା ପରେ ପୁରସ୍କାର ତାଲିକାରେ ସୁଧାର ଆସିଥିଲା। ତେବେ ବାରମ୍ବାର ଏଭଳି ବିବାଦ ହେବା ଦ୍ୱାରା ଏକାଡେମୀର ମର୍ଯ୍ୟଦା ହାନି ହେଉଥିବା ସେମାନେ କହିଛନ୍ତି। ଏନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଗୁରୁ ବିଜୟ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଆମେ କୌଣସି ବିବାଦ ଭିତରେ ପଶିନାହୁଁ। ସାଧାରଣ ପରିଷଦର ୩୨ଜଣ ସଦସ୍ୟ ମିଶି ସର୍ବସମ୍ମତିକ୍ରମେ ପୁରସ୍କାର ଚୟନ କରିଛନ୍ତି। ବିଭିନ୍ନ ଜିଲାର କଳାକାର, ମହିଳା କଳାକାର ଓ ଲୋକକଳା କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯୋଗ୍ୟତାଭିତ୍ତିରେ ଚୟନ ହୋଇଛି। ପୁରସ୍କାର ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନେ ଏ ବର୍ଷ ପାଇନାହାନ୍ତି, ସେମାନେ ଆସନ୍ତା ବର୍ଷ ପାଇବେ। ଏଥିରେ ମନଦୁଃଖ କରିବାର କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ବବିଙ୍କ କାଉଣ୍ଟର ଆଟାକ୍‌, କହିଦେଲେ ଏମିତି…

ଭୁବନେଶ୍ୱର,୩।୫: ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର ଆଟାକ୍‌ କରିଛନ୍ତି ବବି ଦାସ। ସେ କହିଛନ୍ତି, ଯେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri