୧.୨୮କୋଟିର ଗଡ଼ପଦା ପାନୀୟଜଳ ପ୍ରକଳ୍ପ: ଅବଧି ସରିଲା, ନିର୍ମାଣ ସରୁନି

ରୂପ୍‌ସା, ୩୦।୧୦(ବାଞ୍ଛାନିଧି ଦେ)-ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ବିଭିନ୍ନ ସ୍ଥାନରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାମ ସରୁ ନ ଥିବାରୁ ସରକାରଙ୍କ ଏହି ଯୋଜନା ଦିଗହରା ହୋଇପଡ଼ିଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଦା ଗ୍ରାମାଞ୍ଚଳରେ ନିର୍ମାଣାଧୀନ ପାନୀୟଜଳ ପ୍ରକଳ୍ପ ଏହାର ଉଦାହରଣ।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗଡ଼ପଦା ପଞ୍ଚାୟତରେ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକାଦାର ପ୍ରବୀର ପ୍ରଧାନଙ୍କ ନାମରେ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା। ୨୦୧୮ ସେପ୍ଟେମ୍ବର ୧ତାରିଖରୁ ୨୦୧୯ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହାର ନିର୍ମାଣ ଅବଧି ଥିଲା। ହେଲେ ୧୦ମାସ ଅବଧି ମଧ୍ୟରେ ନିର୍ମାଣ ଅଧାପନ୍ତରିଆ ଯୋଗୁ ଅସନ୍ତୋଷ ବଢ଼ି ଚାଲିଛି। ଆଉ ଅଧିକ ୪ମାସ ବିତିଯାଇଥିଲେ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ କୌଣସି ତପତ୍ରତା ନ ଥିବା ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ଜଳଯୋଗାଣ ଓ ପରିମଳ ବିଭାଗ ଚୁପ୍‌ ହୋଇ ବସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧କୋଟି ୨୮ଲକ୍ଷ ୭୯ହଜାର ଟଙ୍କା। ଓଡ଼ିଆ ଶାସନ ଏବଂ ଗଡ଼ପଦାରେ ଗୋଟିଏ ଲେଖାଏ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣାଧୀନ ରହିଛି। ପଞ୍ଚାୟତ ଅନ୍ତର୍ଗତ ଗଡ଼ପଦା, ଓଡ଼ିଆଶାସନ ୱାର୍ଡ଼ ସହ ଆଂଶିକ ବାଖରାବାଦ ୱାର୍ଡ଼ରେ ମୋଟ ୧୯୪୦ ଜଣ ହିତାଧିକାରୀଙ୍କୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସମସ୍ତଙ୍କ ଘରକୁ ପାଣି ପାଇପ୍‌ ସଂଯୋଗ କରାଯାଇ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହେବ। ଏଥିପାଇଁ ମୋଟ୍‌ ୧୧କି.ମି. ୬ଶହ ମିଟର ପରିବ୍ୟାପ୍ତ ପାଇପ୍‌ ମାଟିତଳେ ବିଛାଣ ହେବା କଥା। ଏଯାବତ୍‌ ମାତ୍ର ୩କି.ମି. ମଧ୍ୟରେ ପାଣି ପାଇପ୍‌ ବିଛାଯାଇଥିବା ଯୋଗୁ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦିଗରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରା ନ ଗଲେ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ସରପଞ୍ଚ କାଳୀଚରଣ ଯେନା କହିଛନ୍ତି, ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଠିକାଦାର ଓ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଜନସାଧାରଣ ସରକାରୀ ସୁବିଧାରୁ ବଞ୍ଚତ୍ତ ରହୁଛନ୍ତି। ଆରଡବ୍ଲ୍ୟୁଏସ୍‌ଏସ୍‌ ଜେଇ ଚିତ୍ତରଞ୍ଜନ ପାତ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପାଣି ଟାଙ୍କି ନିର୍ମାଣ ଚାଲିଛି। ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇ ତାର ଟଣାଯାଇଛି। ଟ୍ରାନ୍ସଫର୍ମର ବସିବାର ବ୍ୟବସ୍ଥା ହେଉଛି। ଅବଶିଷ୍ଟ ପାଇପ୍‌ ଲାଇନ୍‌ ବିଛାଯାଇ ଘରକୁ ଘର ସଂଯୋଗ ଦିଆଯିବ। ୨ଟି ଯାକ ସ୍ଥାନରେ ବୋରିଂ ସରିଛି। ମାତ୍ର ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ସମ୍ପୃକ୍ତ ଠିକାଦାରଙ୍କୁ ୪ଥର କାରଣ ଦର୍ଶାଅ ନୋଟିସ୍‌ ବିଭାଗ ପକ୍ଷରୁ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri