କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା

ଯୋଡ଼ା, ୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ କମାର ଯୋଡା ଅଞ୍ଚଳର ରବି କେରାଇ। କମ୍ପାନୀ ପକ୍ଷରୁ ଦାବି କରାଯାଉଥିବା କ୍ଷତିପୂରଣ ବାବଦରେ ୩ ଲକ୍ଷ ଟଙ୍କା ଏବଂ ଏକ ମାସ ପରେ ଆଉ ୧ଲକ୍ଷ ଟଙ୍କା ଦିଆଯିବା ସହ ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ରାଶି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଅପରପକ୍ଷେ ରବିଙ୍କ ମୃତ୍ୟୁକୁ ସହଜରେ ପରିବାରଲୋକେ ଗ୍ରହଣ କରିପାରୁନାହାନ୍ତି। କାର୍ଯ୍ୟ ସମୟରେ ଶ୍ରମିକଙ୍କ ମୃତ୍ୟୁ ଘଟିଲେ କମ୍ପାନୀ ଅଥବା ଠିକାସଂସ୍ଥା ପକ୍ଷରୁ ପୋଲିସକୁ ଖବର ଦିଆଯିବାର ନିୟମ ଥିବା ବେଳେ ଏହା କରାଯାଇନାହିଁ। ଏପରିକି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ରବିଙ୍କ ସ୍ତ୍ରୀ ପ୍ୟାରି କହିଛନ୍ତି।

ସୂଚନାନୁଯାୟୀ, ଉକ୍ତ କାରଖାନାରେ ନିୟୋଜିତ ଥିବା ଏଲ୍‌.ଏନ୍‌.ଦାସ ଠିକା ସଂସ୍ଥାରେ ରବି ହେଲପର ଭାବେ କାର୍ଯ୍ୟ କରୁଥିଲେ। ତେବେ ଶନିବାର ସେ କାର୍ଯ୍ୟରତ ଥିବା ବେଳେ ଅପରାହ୍ନରେ କୌଣସି କାରଣରୁ ଗୁରୁତର ହୋଇପଡିଥିଲେ। ତାଙ୍କୁ କମ୍ପାନୀ ପକ୍ଷରୁ ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜାମସେଦପୁରସ୍ଥିତ ଟିଏମ୍‌ଏଚ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ କମ୍ପାନୀ ଠିକାସଂସ୍ଥା ରବିଙ୍କ ମୃତଦେହକୁ କମାରଯୋଡାସ୍ଥିତ ତାଙ୍କ ଘରେ ଛାଡିଦେଇ ଚାଲିଯାଇଥିଲେ। ହେଲେ କମ୍ପାନୀ କିମ୍ବା ଠିକାସଂସ୍ଥା ପକ୍ଷରୁ ତାଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ପରିବାର ପ୍ରତିବାଦ କରିଥିଲା। ସେମାନେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଓ ଆର୍ଥିକ କ୍ଷତିପୂରଣ ରାଶି ବାବଦକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ମାତ୍ର ଠିକାସଂସ୍ଥା ପକ୍ଷରୁ ପ୍ରଥମେ ମନା କରାଯାଇଥିଲେ ହେଁ ଉକ୍ତ ପ୍ଲାଣ୍ଟ ଗେଟ୍‌ ସମ୍ମୁଖରେ ମୃତଦେହ ରଖି ଧାରଣା ଦିଆଯିବା ନେଇ କୁହାଯିବାପରେ ଠିକାସଂସ୍ଥା ପକ୍ଷରୁ ପରିବାରକୁ ଟଙ୍କା ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରବିଙ୍କ ପରିବାର ଗରିବ ଓ ଅଶିକ୍ଷିତ ହୋଇଥିବାରୁ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଉଚିତ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ଟାଟାଷ୍ଟିଲ କର୍ପୋରେଟ କମ୍ଯଯନିକେସନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯେହେତୁ ଶ୍ରମିକଙ୍କ ମୃତ୍ୟୁ ଜାମସେଦପୁର ଟିଏମ୍‌ଏଚ୍‌ ଡାକ୍ତରଖାନାରେ ହୋଇଛି, ତାଙ୍କ ମତ୍ୟୁର କାରଣ ସମ୍ପର୍କରେ ଟିଏମ୍‌ଏଚ୍‌ ଡାକ୍ତରଖାନା ସହିତ ଯୋଗାଯୋଗ କରି ତଥ୍ୟ ନେବା ପରେ ସେ ଏ ବାବଦରେ ସ୍ପଷ୍ଟୀକରଣ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri