ତଲସରା ନିର୍ବାଚନ ମଣ୍ଡଳୀରେ ଭାଜପାର ବାଜିମାତ:ଭୁଶୁଡ଼ିଲା କଂଗ୍ରେସ ଗଡ଼

ବଡ଼ଗାଁ/ ସବ୍‌ଡେଗା, ୨୪-୫(ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବାଜିମାତ କରିଛି । କଂଗ୍ରେସର ଗଡ ଭାବେ ରହି ଆସିଥିବା ଏହି ନିର୍ବାଚନ ମଣ୍ଡଳୀରେ ଭୋଟର କଂଗ୍ରେସ ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଠାରେ କଂଗ୍ରେସର ଗଡ଼ ଭୁଶୁଡ଼ି ପଡ଼ିଛି। ଭାଜପା ୫୯୪୦୩, ବିଜେଡି ୪୩୪୮୫ ଓ କଂଗ୍ରେସ ୪୦୩୫୬ ଭୋଟ ପାଇଛି। ଭାଜପାର ପ୍ରାର୍ଥୀ ଭବାନୀ ଭୋଇ ସରଳ ଭାବମୂର୍ତ୍ତିକୁ ଭୋଟର ପସନ୍ଦ କରିଥିଲାବେଳେ କଂଗ୍ରେସ ଓ ବିଜେଡିରେ ଥିବା କନ୍ଦଳର ଫାଇଦା ଭାଜପାକୁ ସୁହାଇଥିଲା । କଂଗ୍ରେସ ଦଳର ପ୍ରାର୍ଥୀ ଡା. ପ୍ରଫୁଲ୍ଲ ମାଝି ନିର୍ଦ୍ଦିିଷ୍ଟ କେତେ ଜଣ ହାତ ଗଣତି କର୍ମୀ, କର୍ମକର୍ତ୍ତାଙ୍କୁ ଠିକା ଦେବା ଓ ସେଇ କର୍ମକର୍ତ୍ତାମାନେ ୫ ବର୍ଷ ନିର୍ମାଣ କାମରେ ବ୍ୟସ୍ତ ରହି ଦଳୀୟ କର୍ମୀଙ୍କୁ ଅଣଦେଖା କରିବାରୁ ନିର୍ବାଚନ ବେଳେ ଅନେକ ପ୍ରଭାବୀ ସକ୍ରିୟ କର୍ମୀ ଘରେ ବସି ରହିଥିଲେ । କର୍ମୀମାନେ ଅସନ୍ତୁଷ୍ଟ ହେବାର ଅନ୍ୟ ଏକ କାରଣ ଥିଲା ଯେ, ସାଢ଼େ ୪ ବର୍ଷ ମଧ୍ୟରେ କର୍ମୀ ସଭା କରାଯାଇ ନ ଥିଲା। ସଭା କଲେ ଠିକାକୋଟାରେ ବ୍ୟସ୍ତଥିବା କେତେଜଣ କର୍ମକର୍ତ୍ତାଙ୍କ କଥା ସଭାରେ ଉଠିବା ଭୟରେ ସଭା କରାଯାଇ ନ ଥିଲା। ଯାହା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆକ୍ରୋସ ଭାବ ସୃଷ୍ଟି କରିଥିଲା । ଏହା ନିର୍ବାଚନରେ ପ୍ରଭାବ ପକାଇଥିଲା । ଏପରିକି ଯେଉଁମାନେ ଦଳୀୟ ପଦବୀରେ ଠିକାକୋଟା କଲେ ସେମାନେ ମିଶନ ଓ ମୁସଲିମ ଭୋଟ ଉପରେ ବିଶେଷ ଦୃଷ୍ଟି ଦେଲେ ଓ ଅନ୍ୟମାନଙ୍କୁ ତଥା କର୍ମୀଙ୍କୁ ହେୟଜ୍ଞାନ କଲେ। ତେଣୁ ପରିଣାମ ଏପରି ହେଲା ବୋଲି ସିଧାସଳଖ ପ୍ରକାଶ କରୁଛନ୍ତି । ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେଡିରେ ଗୋଷ୍ଠୀ କନ୍ଦଳ ସତ୍ତ୍ୱେ ଦଳ ୧୪ଶହ ଭୋଟରେ ହାରିଥିଲା। ଏଥର ପୂର୍ବତନ ବିଧାୟକ ସ୍ବର୍ଗତ ନିଲସନ ସୋରେଙ୍ଗ ପ୍ରାର୍ଥୀ ହୋଇଥିଲେ । ସେ ଏକବର୍ଷ ପର୍ଯ୍ୟବେକ୍ଷକ ଦାୟୀତ୍ୱରେ ରହି ଜନସମ୍ପର୍କ କରିଥିଲେ ମଧ୍ୟ ବହୁ ସଂଖ୍ୟକ ବ୍ୟବଧାନକୁ ଦେଖିଲେ ମିଶନ ଭୋଟ ହାତେଇବାରେ ସେତେଟା ସକ୍ଷମ ହୋଇନଥିବା ବେଳେ ବିଜେଡି ନେତାମାନଙ୍କ କାମ କାମରେ ଆସିନି। ବିଜେଡିର ବରିଷ୍ଠ ସ୍ଥାନୀୟ ଦଳୀୟ ନେତାମାନେ ବିଫଳ ହେବାର କେତେକ କାରଣ ହେଲା ଏହି ନେତାମାନେ ୫ବର୍ଷ ପର୍ଯ୍ୟନ୍ତ କୌଣସି ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା, ସଙ୍ଗଠନ କରାଇବା କର୍ମୀଙ୍କୁ ଉତ୍ସାହିତ କରିବା ଆଦି କାମ କରିବା କେବେ ଦେଖାଯାଏ ନାହିଁ । ୫ ବର୍ଷରେ ଥରେ ନବୀନ ପଟ୍ଟନାୟକ ସରକାରଙ୍କ ଗୁଣଗାନ କରି ଭୋଟ ମାଗିବା ଦେଖାଯାଏ । ଲୋକେ ସରକାରୀ କର୍ମଚାରୀମାନଙ୍କୁ ଜଣାଇଲେ ମଧ୍ୟ କେହି ନ ଶୁଣିବା, ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପରେ ମଧ୍ୟ କାମ ହେଉ ନ ଥିବା ଏପରିକି ଆନ୍ଦୋଳନ, ଧାରଣା ସତ୍ତ୍ବେ ସରକାରୀ ଅଧିକାରୀମାନେ ନ ଶୁଣିବା ଭଳି ମନମୁଖି ସତ୍ତ୍ବେ କୌଣସି ଦଳର ନେତା, ଜନ ପ୍ରତିନିଧି ମୁହଁ ଖୋଲିନଥାନ୍ତି। କାରଣ କଂଗ୍ରେସ ଓ ବିଜେଡିର କର୍ମୀମାନେ ଅର୍ଥ ଉପାର୍ଜନ ପାଇଁ ବିଭିନ୍ନ କାମ କରୁଥିବାରୁ ମୁହଁ ବନ୍ଦ କରିଥାନ୍ତି । ଏହିପରି କେତେକ କାରଣରୁ ବିଜେଡି ପ୍ରତି ଏଠାରେ ବିତସ୍ବହତା ରହିଛି। ଲୋକଙ୍କ ଅସନ୍ତୋଷ ଭାବକୁ ଦେଖି ତାର ସମାଧାନ ଦିଗରେ ଏମାନେ କେବେ କାମ କରିଥିବାର ନଜିର ନାହିଁ। ଏହାର ପ୍ରତିଫଳନ ନିର୍ବାଚନରେ ପଡିଛି। ନେତାମାନଙ୍କ ପାଇଁ ଆତ୍ମ ସମୀକ୍ଷାର ବେଳ ଆସିଛି । ପରିଣାମକୁ ନେଇ ମନ୍ଥନ କରିବା ରାଜନୈତିକ ଦୃଷ୍ଟି କୋଣରୁ ଉଚିତ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri