ଧନଦାତ୍ରୀଙ୍କ ଧରାବତରଣକୁ ଅପେକ୍ଷା

ଢେଙ୍କାନାଳ ଅଫିସ, ୧୦।୧୦ – ଧରାବତରଣ କରିବେ ଧନଦାତ୍ରୀ। ପରମ୍ପରା ଏବଂ ଐତିହ୍ୟକୁ ଜାବୁଡ଼ି ଧରିଥିବା ଏହି ମହାଜାଗତିକ ପର୍ବର ସାକ୍ଷୀ ରହିବେ ହଜାର ହଜାର ଶ୍ରଦ୍ଧାଳୁ। ପୂଜାକୁ ଆଉ ମାତ୍ର ୩ଦିନ ବାକି ଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଆଉ ଏସବୁ ଭିତରେ ମା’ଙ୍କ ଅପେକ୍ଷାରେ ଏକାକାର ହୋଇପଡ଼ିଛନ୍ତି ସହରବାସୀ। ଚଳିତ ବର୍ଷ ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ୫୦ବର୍ଷ ପୂର୍ତ୍ତି ପାଳନ କରିବ। ଏହାକୁ ଆହୁରି ଖାସ୍‌ କରିବାକୁ ପୂଜା କମିଟି ଦିନରାତି ଏକ୍‌ କରିଦେଇଛନ୍ତି। ଏ ବର୍ଷ ୩୮ ପୂଜା ମଣ୍ଡପରେ ମା’ଙ୍କ ଆବାହନ କରାଯାଉଛି। ୧୩ ତାରିଖ ରାତିରୁ ପୂଜା ଆରମ୍ଭ ହୋଇ ୨୩ ତାରିଖ ଯାଏ ଚାଲିବ। ୨୪ରେ ଭସାଣି ପାଇଁ ନିଷ୍ପତ୍ତି ହୋଇଛି।


ପୂଜାରେ ସାଜସଜ୍ଜାକୁ ନେଇ ଚାଲିଛି ପ୍ରତିଯୋଗିତା। ଐତିହ୍ୟ, ସଂସ୍କୃତି, ପୌରାଣିକ କଥାବସ୍ତୁ ଆଧାରରେ ଅଧିକାଂଶ ପୂଜା ମଣ୍ଡପରେ ସାଜସଜ୍ଜା ଚାଲିଛି। ତଦନୁଯାୟୀ ମା’ଙ୍କ ମୃଣ୍ମୟୀ ପ୍ରତିମା ମଧ୍ୟ ପ୍ରସ୍ତୁତ କରାଯାଉଛି। ମିନାବଜାର, କୈବଲ୍ୟ ବଜାର, ଗଣେଶ ବଜାର ପୂଜାମଣ୍ଡପରେ ମା’ଙ୍କ ଚାନ୍ଦିମେଢ଼ ଆକର୍ଷଣ ସାଜିବ। ଲକ୍ଷ୍ମୀ ବଜାରରେ ମା’ଙ୍କର ଅଳଙ୍କାର ସାଙ୍ଗକୁ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ କଳାକୁଞ୍ଜ ମୁଖ୍ୟ ଆକର୍ଷଣ ପାଲଟିବ। ଜବାହରଚୌକ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ପେଣ୍ଡାଲରେ ସ୍ବର୍ଣ୍ଣ ମନ୍ଦିରରେ ବିଜେ ହେବେ ସ୍ବର୍ଣ୍ଣଲକ୍ଷ୍ମୀ। ଆନନ୍ଦ ବଜାରରେ ରାଜମହଲ ମଧ୍ୟରେ ମା’ଙ୍କ ଆବିର୍ଭାବକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି। ବାଜିଚୌକ ପୂଜା ମଣ୍ଡପରେ ହିରଣ୍ୟ କଶ୍ୟପୁ ବଧ ଦୃଶ୍ୟ ପ୍ରଦର୍ଶିତ ହେବ। ମହାବୀର ବଜାର ପକ୍ଷରୁ ଲକ୍ଷ୍ମୀଙ୍କ ମାନଭଞ୍ଜନକୁ ମଣ୍ଡପରେ ସ୍ଥାନିତ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସାରି ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଅଭିମାନିନୀ ଲକ୍ଷ୍ମୀଙ୍କୁ ମାନଭଞ୍ଜନ କରୁଥିବା ଦୃଶ୍ୟ ଚଳିତବର୍ଷ ପ୍ରମୁଖ ଆକର୍ଷଣ ସାଜିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ମୂର୍ତ୍ତିକୁ ବାଦ୍‌ ଦେଲେ ସାଜସଜ୍ଜା, ତୋରଣକୁ ମଧ୍ୟ ପ୍ରତି ପୂଜା କମିଟି ଅଗ୍ରାଧିକାର ଦେଉଛନ୍ତି। ଗଣେଶ ବଜାର ପକ୍ଷରୁ କେରଳର ମ୍ୟାକ୍ସିକମ୍‌ ଘାସରେ ତୋରଣ ପ୍ରସ୍ତୁତ କରାଯିବ। କାଞ୍ଚନ ବଜାରରେ ମନ୍ଦିର ସଦୃଶ ତୋରଣ ଶୋଭା ପାଇବ। ସେହିପରି ଅତ୍ୟାଧୁନିକ ରଙ୍ଗିନ ଆଲୋକମାଳରେ ସହରକୁ ଆଲୋକିତ କରିବାକୁ ପ୍ରୟାସ ଜାରି ରହିଛି। ପୂଜା ଅବସରରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମଥର ପାଇଁ ସରସମେଳାର ଆୟୋଜନ କରାଯାଉଛି। ଏହାକୁ ନେଇ ମଧ୍ୟ ପ୍ରସ୍ତୁତି ପାଖାପାଖି ସରିଲାଣି।
ଅନ୍ୟପଟେ ପୂଜା ଉତ୍ସବ ଜମି ଆସୁଥିବାବେଳେ ବର୍ଷା ସବୁକିଛି ବିଗାଡ଼ିଦେବା ଆଶଙ୍କା ସୃଷ୍ଟି କରିଛି। ତୁହାକୁ ତୁହା ବର୍ଷା ଯୋଗୁ କାମରେ ବାଧା ସୃଷ୍ଟି ହେଉଛି। ତଥାପି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କାରିଗରମାନେ ଦିନରାତି କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri