ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

କୋକସରା,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ବୁଧବାର ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ମୋଟର ଯାନ ଆଇନକୁ ନେଇ ପୋଲିସ କର୍ମଚାରୀ, ଜବହାର ଉଚ୍ଚ ବିଦ୍ୟାପିଠ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଭାଗ ନେଇ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିଥିଲେ। ଦୁଇ ଚକିଆ ଯାନରେ ଯାତ୍ରା କରୁଥିବାବେଳେ ହେଲମେଟ ବ୍ୟବହାର ସହ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ବୁଝାଇଥିଲେ। ରାସ୍ତାରେ ଦୁଇ ଚକିଆ ଯାନରେ ବିନା ହେଲମେଟରେ ଯାଉଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ନିଜର ଭୁଲ ବୁଝିବା ସହ ଆଗାମୀ ଦିନରେ ସୁରକ୍ଷିତ ଯାତ୍ରା କରିବା ପାଇଁ ବୁଝାଇଥିଲେ। ଏହି ଅଭିଯାନରେ କୋକସରା ମହିଳା ଏଏସଆଇ, ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା, ମହିଳା କନଷ୍ଟେବଳ ସୁଜତା ଦାସ, ଚନ୍ଦନ ମହାପାତ୍ର, ଶୈଳେସ ସିଂ, ଚନ୍ଦ୍ର ମାଝି, କୁଶଧ୍ୱଜ ନାଏକଙ୍କ ସହିତ ଜବହାର ଉଚ୍ଚ ବିଦ୍ୟାପୀଠ ଶିକ୍ଷକ ଖଗେଶ୍ୱର ମାଝି, ବନିତାରାଣୀ ଦତ୍ତ, ମଧୁସ୍ମିତା ନାଏକ, ସୀମାରାଣୀ ସିଂ ପ୍ରମୁଖ ଉପସ୍ଥିତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri