କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି କ୍ଷତି ହୋଇନାହିଁ। ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇବା ସନ୍ଦେହରେ ପୋଲିସ ଉଠାଇ ନେଇଛି। ସହରର ଜଣେ ଗ୍ୟାଙ୍ଗଷ୍ଟରଙ୍କ ପୁଅ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଆଲୋଚନା ହେଉଛି। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏକ ଠିକା କାମକୁ ନେଇ ସନ୍ଧ୍ୟାରେ ଜଣେ କାଉନ୍‌ସିଲର ଓ ତାଙ୍କ ଶଳାଙ୍କୁ ସମ୍ପୃୃକ୍ତ ବ୍ୟକ୍ତି ଗୁଳିମାଡ଼ ମାରିଥିବା ସୂଚନା ମିଳିଛି। ପରେ କାଉନ୍‌ସିଲର ଶଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା କାହାରି ଦେହରେ ବାଜି ନ ଥିଲା।
ଏ ସମ୍ପର୍କରେ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି, ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ଅଦ୍ୟାବଧି କୌଣସି ଅଭିଯୋଗ ହୋଇନାହିଁ। ଅପରପକ୍ଷରେ ସମ୍ପୃକ୍ତ କାଉନ୍‌ସିଲର କହିଛନ୍ତି, ଥାନାରେ ଅଭିଯୋଗ କରିବା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri