ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। କମ୍ପାନୀ ଏବେ ନିଜର ଏହି ଲୋକପ୍ରିୟ ଆପ ଗୁଡ଼ିକୁ କେବଳ ମାଗଣା ସେବା ମଧ୍ୟରେ ସୀମିତ ନରଖି ଏହାକୁ ଏକ ନୂଆ ରୂପ ଦେବାକୁ ଘୋଷଣା କରିଛି। ବର୍ତ୍ତମାନ ମୋବାଇଲ ରିଚାର୍ଜ ଭଳି ୟୁଜର୍ସଙ୍କୁ ଏହି ଆପ୍ସ ଚଲାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ମେଟା ପକ୍ଷରୁ ନୂଆ Plus ସବସ୍କ୍ରିପସନ ପ୍ଲାନ (Paid Subscription Plans) ଲଞ୍ଚ କରାଯାଇଛି।

ଏହି ଯୋଜନାରେ ଭାରତ ମଧ୍ୟ ସାମିଲ ରହିଛି। ଅର୍ଥାତ୍‌ ଆଗାମୀ ଦିନରେ ଆମର ସୋସିଆଲ ମିଡିଆ ବ୍ୟବହାର କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। କମ୍ପାନୀ କହିଛି ଯେ ଏହି ପ୍ଲାନ ଗୁଡ଼ିକ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଅନେକ ଏକ୍ସକ୍ଲୁସିଭ ଫିଚର୍ସ, ଆଡଭାନ୍ସଡ ଟୁଲ୍ସ ଏବଂ ସର୍ବୋତ୍ତମ ପ୍ରିମିୟମ ଅନୁଭୂତି ମିଳିବ, ଯାହା ମାଗଣା ଭର୍ସନରେ ଉପଲବ୍ଧ ନାହିଁ।

କମ୍ପାନୀ ପକ୍ଷରୁ ବିଶ୍ୱସ୍ତରରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି:

Instagram Plus ଏବଂ Facebook Plus ପାଇଁ ଏହାର ମାସିକ ମୂଲ୍ୟ ୩.୯୯ ଡଲାର (ପ୍ରାୟ ୩୮୭ ଟଙ୍କା) ରଖାଯାଇଛି। WhatsApp Plus ପାଇଁ ଏହାର ମାସିକ ମୂଲ୍ୟ ୨.୯୯ ଡଲାର (ପ୍ରାୟ ୨୯୦ ଟଙ୍କା) ରହିବ। ଭାରତୀୟ ବଜାର ପାଇଁ ଏପର୍ଯ୍ୟନ୍ତ ଆଧିକାରୀକ ମୂଲ୍ୟ ଘୋଷଣା କରାଯାଇ ନାହିଁ, କିନ୍ତୁ ଖୁବ ଶୀଘ୍ର ଏହି ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, WhatsApp ପ୍ଲସ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଚାଟିଂର ଏକ ପ୍ରିମିୟମ ଅନୁଭୂତି ମିଳିବ। ଏଥିରେ ପସନ୍ଦ ମୁତାବକ କଷ୍ଟମ ଥିମ ଏବଂ ୟୁନିକ ରିଙ୍ଗଟୋନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଥିରେ ପୂର୍ବ ଅପେକ୍ଷା ଅଧିକ ଚାଟ ପିନ (Pin) କରିବାର ବିକଳ୍ପ ମିଳିବ।

Instagram ଏବଂ Facebook Plus ର ଦମଦାର ଫିଚର୍ସ:

ଇନଷ୍ଟାଗ୍ରାମ ଏବଂ ଫେସବୁକ ପ୍ଲସ ବ୍ୟବହାରକାରୀଙ୍କୁ ଅନେକ ଆକର୍ଷଣୀୟ ଏକ୍ସଟ୍ରା ଫିଚର୍ସ ମିଳିବାକୁ ଯାଉଛି:
ଷ୍ଟୋରୀ ରିୱାଚ (Rewatch): ଆପଣଙ୍କ ଷ୍ଟୋରୀକୁ କିଏ କେତେଥର ପୁନର୍ବାର (ଦ୍ୱିତୀୟଥର) ଦେଖିଛି, ତାହା ଆପଣ ଜାଣିପାରିବେ।

ସିକ୍ରେଟ ପ୍ରିଭ୍ୟୁ: ଷ୍ଟୋରୀ ଭ୍ୟୁଅର୍ସ ଲିଷ୍ଟ (Viewers list) ରେ ନିଜ ନାଁ ନ ଦେଖାଇ ମଧ୍ୟ ଆପଣ ଅନ୍ୟମାନଙ୍କ ଷ୍ଟୋରୀ ପ୍ରିଭ୍ୟୁ ଦେଖିପାରିବେ।
୨୪ ଘଣ୍ଟାରୁ ଅଧିକ ସମୟ: ଇନଷ୍ଟାଗ୍ରାମରେ ଷ୍ଟୋରୀକୁ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶେୟାର କରି ରଖାଯାଇପାରିବ।

ଷ୍ଟୋରୀ ସ୍ପଟ୍ଲାଇଟ: ପ୍ରତି ସପ୍ତାହରେ ଗୋଟିଏ ଷ୍ଟୋରୀକୁ ସ୍ପଟ୍ଲାଇଟ କରାଯାଇପାରିବ, ଯାହାଦ୍ୱାରା ତାହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ।

ସର୍ଚ୍ଚ ଅପ୍ସନ: ଆପଣଙ୍କ ଷ୍ଟୋରୀ କେଉଁମାନେ ଦେଖୁଛନ୍ତି, ତାହା ଆପଣ ନିଜ ଭ୍ୟୁଅର୍ସ ଲିଷ୍ଟରେ ସର୍ଚ୍ଚ କରି ଖୋଜିପାରିବେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?