Posted inଖେଳ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-
ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ୧୪ତମ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ ହୋଇଛି। ଏଥିରେ ଖୋର୍ଦ୍ଧା ଆସୋସିଏଶନ, କଟକ, ରାଉରକେଲା, କୋରାପୁଟ, ଅନୁଗୋଳ, ପୁରୀ, ବଲାଙ୍ଗୀର, ଭଦ୍ରକ, ପାରାଦୀପ, ଗଞ୍ଜାମ, ଝାରସୁଗୁଡ଼ା, ରେଲଓ୍ବେ, ଆରଏସପି, ଆଇଆଇଟି(ଭୁବନେଶ୍ୱର), ଏମ୍ସ, ଏମସିଏଲ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଏଜି ଏବଂ ପିଏସୟୁରୁ ପାଖାପାଖି ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ରାଜ୍ୟ ପ୍ରତିଯୋଗିତା କ୍ୟାଡେଟ, ସବ୍‌ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ଉଭୟ ବାଳିକା ଓ ବାଳକ ବିଭାଗରେ ଅନୁଷ୍ଠିତ ହେଉଛି। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ(ଓଏସଟିଟିଏ) ଅନୁମୋଦନକ୍ରମେ ଏହା ହେଉଛି ପ୍ରଥମ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟ। ଏଥିରୁ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରି ଖେଳାଳିମାନେ ନିର୍ଦ୍ଧିଷ୍ଟ ବିଭାଗରେ ଆଗାମୀ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ। ତେଣୁ ପ୍ରତି ଖେଳାଳିଙ୍କ ପାଇଁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତା ପାଇଁ ୨୦,୦୦୦ଟଙ୍କାର ପୁରସ୍କାର ରାଶି ରଖା ଯାଇଛି।
ଓଏସଟିଟିଏ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। କୋଷାଧ୍ୟକ୍ଷ ଚୌଧୁରୀ ନିହାର ରଞ୍ଜନ ମିଶ୍ର, ଆୟୋଜକ କମିଟି ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, ମୁଖ୍ୟ ରେଫରି ବିଜନ ଦାସ ମହାପାତ୍ର ଉପସ୍ଥିତ ଥିଲେ। ଆୟୋଜକ ଆସୋସିଏଶନ ସମ୍ପାଦକ ସ୍ମୃତି ରଞ୍ଜନ ଦାସ ଉତ୍ସବରେ ସଭାପତିତ୍ୱ କରିଥିଲେ। ବିଜନଙ୍କ ବ୍ୟତୀତ ଅନ୍ତର୍ଜାତୀୟ ରେଫରି ତପନ ଖା, ସୁଜିତ କୁମାର ରୟ, ଜୀବନ ବଲ୍ଲଭ ସାମଲ ମ୍ୟାଚ ଗୁଡ଼ିକ ପରିଚାଳନା କରୁଛନ୍ତି। ସେମାନଙ୍କୁ କେଭିପି ରାମାରାଓ, ସ୍ବେତା ସାହୁ, ସୁରଭି ପରିଜା, କେ. ରାଜୁ, ହସ୍ରତୁନ ନିଶା ପ୍ରମୁଖ ସହଯୋଗ କରୁଛନ୍ତି।
ପ୍ରଥମ ଦିବସରେ ଅନୁଷ୍ଠିତ ସବ୍‌ଜୁନିୟର ବାଳକ ବିଭାଗରେ ଦ୍ୱାରିକା ଏନ. ସ୍ବାଇଁ, ଅବିସ୍ମାର ଚୌଧୁରୀ, ସୌମେନଦୀପ ତ୍ରିପାଠୀ, ଦେବାଶିଷ କୁମାର ଦେ, ମହମମଦ ଜିସନ, ଆରୁଶ ତ୍ୟାଗି, ୟୁସୁଫ ଖାଁ, ନକୁଳ ଜାମୁଲା, ଆର୍ଯ୍ୟନ ଭାଗାରିଆ, ଅଚିତ କୁମାର ବେହେରା, ପ୍ରେୟାଂଶ ପଣ୍ଡା, ଅଙ୍କିତ ସାହୁ, ଆଦିତ୍ୟ କୁମ୍ଭାର, ଆବୁ ସୁଫିଆନ ତାଜି, ଫରଜ ରାଜା, ତ୍ରିଦେବ ତୀର୍ଥଙ୍କର, ଅବଦୁଲ ଆୟାନ, ଅନିନ୍ଦ୍ୟ ଦାସ, ଆ୍ରନ ମୁସ୍ତାକ, ମେଦାଂଶ ଜଲନ ପ୍ରମୁଖ ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରିଛନ୍ତି। କ୍ୟାଡେଟ ବାଳକ ବିଭାଗରେ ଅନିନ୍ଦ୍ୟ ଦାସ, ଦୁର୍ଗା ରଥ, ଆର୍ଯ୍ୟନ ବାଗାରିଆ, ପ୍ରତ୍ୟୁଷ ମିଶ୍ର, ସୌମେନଦୀପ ତ୍ରିପାଠୀ, ଅଙ୍କିତ କିଣ୍ଡୋ, କିରନ ମୁଣ୍ଡାରୀ, ଶ୍ରେୟାନ ଧର, ଅର୍ଚ୍ଚିତ କୁମାର ବେହେରା, ରିଶବ ରୟ, ଜୟସ୍ତୁ ଦାସଗୁପ୍ତା, ସାଇ ଇଶାନ ମିତ୍ର, ଅବିସ୍ମାର ଚୌଧୁରୀ, ଓମ୍‌ ଗନ୍ତାୟତ, ରତିକାନ୍ତ ଗୌଡ଼ା, ଜିଜ୍ଞାସୁ ସାହୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାଡେଟ ବାଳିକାରେ ସାଦିକା ସୋଦାବର୍ମା, ଉର୍ଜା ବର୍ମା, ସାକ୍ଷୀ ଭଗତ, ଭୁମିକା ବଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri