୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ୧୮୨ କେଜି ଭାଙ୍ଗ ଜବତ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଭୀଷ୍ମଗିରି ଗ୍ରାମ ରାସ୍ତାରେ ଏକ ବାଇକ ନଂ.(ଓଡ଼ି ୦୭ ଏଡି – ୩୯୦୨) ଯୋଗେ ବେଆଇନ ଭାବେ ୫୦ କେଜି ଭାଙ୍ଗ ଚାଲାଣ କରାଯାଉଥିବା ବେଳେ ଅବକାରୀ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ଗ୍ରାମର ମେରୁ ବଲ୍ଲଭ ମୁଳି ନାମକ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ବାଇକ ଜବତ କରିଥିଲେ। ଏନେଇ ଅବକାରୀ ମାମଲା ନଂ.୧୮୪/୨୫-୨୬ ପ୍ରକାରେ ମକଦ୍ଦମା ରୁଜୁ କରାଯାଇଥିଲା ।

ସେହିପରି ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଚଷାନିମଖଣ୍ଡି ଗ୍ରାମ ରାସ୍ତାରୁ ଏକ ଡାଲା ଅଟୋ ନଂ. ( ଓଡି ୧୩ ଏମ ୨୧୫୬) ଯୋଗେ ଭାଙ୍ଗ ଚାଲାଣ କରୁଥିବା ପୁରୀ ଜିଲା ବଳିଆ ପଣ୍ଡା ଧବଳେଶର ଗ୍ରାମର ଭାସ୍କର ବେହେରାଙ୍କୁ ଧରିଥିଲେ । ଯାଞ୍ଚ ପରେ ଅଟୋରେ ୧୩୨ କେଜି ଭାଙ୍ଗ ରହିଥିବା ଜଣାପଡିଥିଲା । ଅଟୋକୁ ଜବତ କରାଯିବା ପରେ ବ୍ରହ୍ମପୁର ଅବକାରୀ କାର୍ଯ୍ୟାଳୟ ମାମଲା ନଂ. ୧୧୬/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯିବା ସହ ଅପରାହ୍ନରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ବଜାର ଦର ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା...

ବାଲ୍ୟବିବାହ ବନ୍ଦ ନେଇ ଆଇନ ସେବା ପ୍ରାଧିକରଣ ପକ୍ଷରୁ ତତ୍ପରତା 

ପାଟଣା,୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଶୁକ୍ରବାର ଜିଲା ଆଇନ ସେବା ପ୍ରାଧିକରଣ ତତଫରୁ ବାଲ୍ୟବିବାହ ବନ୍ଦ, ନିଶାମୁକ୍ତ ରାଷ୍ଟ୍ର ଗଠନ...

ମହାନଦୀ ସହ ବାହୁଦାକୁ ସଂଯୋଗୀକରଣ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୯।୧(ଅଶେଷନାଥ ମିଶ୍ର): ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଆବାହକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ଶୁକ୍ରବାର ଓଡ଼ିଶା ରାଜ୍ୟପାଳ ହରିବାବୁ...

ଅଡୁଆରେ ଚାଷୀ, ଧାନବିକ୍ରି କରିବା ପାଇଁ ମଣ୍ଡିରେ ଜଗି ରହିଥିଲେ, କିନ୍ତୁ…

ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି।...

ବୃଦ୍ଧାଶ୍ରମରୁ ଦୁର୍ବୃତ୍ତ ଚୋରି କରିନେଲେ ବିଭିନ୍ନ ସାମଗ୍ରୀ, ପୋଲିସର ତନାଘନା

ଛତ୍ରପୁର,୯ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀସ୍ଥିତ ଯଶୋଦା ଫାଉଣ୍ଡେଶନ ଆଣ୍ଡ ଟ୍ରଷ୍ଟ ଆନୁକୂଲ୍ୟରେ ଥିବା ‘କସ୍ତୁରବା ବୃଦ୍ଧାଶ୍ରମ ଗୃହରୁ ବିଭିନ୍ନ ସାମଗ୍ରୀ...

ଚା’ ବଗିଚା ପାଇଁ ୨୨୦୦ ଏକର ଜାଗା ଚିହ୍ନଟ, ଆଜି ଜିଲାସ୍ତରୀୟ ବୈଠକରେ…

କେନ୍ଦୁଝର,୯ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଗତକାଲି କୋଲକାତାସ୍ଥିତ ଟି’...

ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ, ଜାତୀୟ ରାଜପଥରେ ମୃତଦେହ ରଖି…

ବଲାଙ୍ଗୀର,୯ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଶାନ୍ତିପଡ଼ାର ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ)ଙ୍କ ମୃତଦେହ ଶୁକ୍ରବାର ସଦରଥାନା ପଥରଚେପା ପୋଖରୀରୁ ୫ ଦିନ ପରେ ଉଦ୍ଧାର...

ସରିଲା ଦୁଲଦୁଲି: ୫ ଦିନରେ ୨.୭୮ କୋଟି କାରବାର

ଝାରସୁଗୁଡା, ୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାର ପାରମ୍ପରିକ ଲୋକକଳା ଓ ସଂସ୍କୃତିର ମହାକୁମ୍ଭ ’ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜି୍ୟକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri