ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାରୀଙ୍କୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନୂଆପଡା ଅଫିସ/ତରବୋଡ/କୋମନା,୬।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ତରବୋଡ ଫାଣ୍ଡି ସଦର ଗାଁ ବଜାର ମଧ୍ୟରେ ଏକ କୁଡିଆ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଜନ୍ମେଜୟ ମାଝି (୨୨)। ଯୋଜନାବଦ୍ଧ ଭାବେ ଜନ୍ମେଜୟଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ପରିବାର ସହ ଗ୍ରାମବାସୀ ଗୁରୁବାର ୩ ଘଣ୍ଟା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରଶାସନର ନିର୍ଭର ପ୍ରତିଶ୍ରୁତି ପରେ ରାସ୍ତାରୋକୋ ହଟିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୫/୧୯) ରୁଜୁ ହୋଇଛି। ପୋଲିସ ଡଗସ୍କ୍ବାର୍ଡ ଲଗାଇ ତଦନ୍ତ ଚଳାଇଥିବା ବେଳେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ।
ସୂଚନାଯୋଗ୍ୟ ଯେ, ମା’ବାପାଙ୍କ ମୃତ୍ୟୁ ପରେ ଜନ୍ମେଜୟ ଆଜକୁ ୪/୫ବର୍ଷ ହେବ ନିଜ ବଡବାପା କୁଶ ମାଝିଙ୍କ ଘରେ ରହୁଥିଲେ। ତାଙ୍କ ସହ ନିଜର ଦୁଇ ନାବାଳକ ଭାଇ ମଧ୍ୟ ରହୁଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ ନୂଆଁଖାଇବାସି ଦିନ ଅର୍ଥାତ ବୁଧବାର ରାତିରେ ପରିବାର ମଧ୍ୟରେ ବହୁ ବାକବିତଣ୍ଡା ହୋଇଥିବା ପଡୋଶୀମାନେ ଶୁଣିଛନ୍ତି । ଇତିମଧ୍ୟରେ ଜନ୍ମେଜୟ ଘରୁ ଚାଲିଯାଇଥିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଗୁରୁବାର ସକାଳେ ଦେଖିବାବେଳକୁ ବଜାର ମଧ୍ୟରେ ଏକ କୁଡିଆ ଘରେ ମୃତଦେହ ଝୁଲୁଛି । ବେକରେ ରସି ଲାଗିଥିବାବେଳେ ମୃତଦେହ ଗୋଡ ତଳକୁ ଛୁଇଁଛି । ନିକଟରେ କିଛି ମଦ ବୋତଲ ମଧ୍ୟ ପଡିଥିବା ଲୋକେ କହୁଛନ୍ତି । ପୋଲିସ ଖବର ପାଇ ପୂର୍ବାହ୍ନ ୯ଟାରେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିଥିଲା । ଗ୍ରାମବାସୀ ଏହି ମୃତ୍ୟୁକୁ ନେଇ ନାନାଦି ସନ୍ଦେହ କରିଥିଲେ। ଏହାର ଠୋସ ତଦନ୍ତ କରା ନ ଯିବା ଯାଏଁ ଏହାକୁ ଛାଡିବେ ନାହିଁ ବୋଲି ଅଡିବସିଥିଲେ। ଡଗସ୍କ୍ବାର୍ଡ ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଥିଲା। ପୋଲିସ ତରଫରୁ ଡଗସ୍କ୍ବାର୍ଡ ପୂର୍ବାହ୍ନ ସାଢେ ୧୧ଟାବେଳେ ଆସି ତଦନ୍ତ ଆରମ୍ଭ କରିଥିଲା। କୁକୁର ସିଧା ଜନ୍ମେଜୟ ରହୁଥିବା ଘର ପର୍ଯ୍ୟନ୍ତ ଯାଇ ଫେରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢୀଭୂତ ହୋଇଥିଲା । ଅସନ୍ତୋଷ ଲୋକେ ୩୫୩ ନଂ. ଜାତୀୟ ରାଜପଥକୁ ଚାଲିଆସି ଅବରୋଧ କରିଥିଲେ । ଏହାକୁ ନେଇ ଜନ୍ମେଜୟଙ୍କ ପିଉସି ଜଣେ ନିର୍ଦ୍ଦିଷ୍ଟବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିବାବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ଯାଏଁ ଉଠିବେନାହିଁ ବୋଲି ଅଡିବସିଥିଲେ । ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଥିଲା । ଘଟଣାସ୍ଥଳକୁ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଆସି ବୁଝାଶୁଝା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଥାନାକୁ ନେଇ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଲଚ୍ଛିନ୍ଦ୍ର ଚଲାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri