୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ବସ୍ତା,୨୯।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ବସ୍ତା ଓ ଆଖ ପାଖ ଅଞ୍ଚଳରେ ବ୍ରାଉନସୁଗାର ଚୋରା କାରାବାର ଦିନକୁ ଦିନ ବ୍ୟାପକ ହେବେରେ ଲାଗିଛି। ବୁଧବାର ବସ୍ତା ପୋଲିସ ଚଢ଼ାଉ କରି ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ସେକ ଆଲାମଉଦ୍ଦିନ ଓରଫ ବାଙ୍ଗୁରୁ (୨୭) କୁ ଗିରଫ କରାଯାଇଛି। ବ୍ରାଉନସୁଗାର ଚୋରା କାରାବାର ଘଯଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ଧରପଗଡ ଚାଲିଛି ବୋଲି ଏକ ଖବରଦାତା ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ ବ୍ରାଉନସୁଗାର ବିକ୍ରି ହେଉଥିବା ବିଶ୍ୱସ୍ତସୂତ୍ରରୁ ଖବରପାଇ ବସ୍ତା ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ସେହି ଗ୍ରାମର ସେକ ଆଲାମଉଦ୍ଦିନ ଓରଫ ବାଙ୍ଗୁରୁ (୨୭)ଙ୍କ ଘରେ ଚଢାଉ କରିଥିଲା। ମାଜିଷ୍ଟ୍ରେଟ ଭାବେ ବସ୍ତା ବିଡ଼ିଓ ଉପସ୍ଥିତ ଥିଲେ। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ୧୦୫ ଗ୍ରାମ ଓଜନ୍‌ର ବ୍ରାଉନସୁଗାର ଜବତ କରାଯିବା ସହ ଅଭିଯୁକ୍ତ ଆଲାମଉଦ୍ଦିନକୁ ଗିରଫ କରାଯାଇଥିଲା। ଏ ନେଇ ପୋଲିସ ଏକ ମାମଲା (ନଂ. ୨୨୫।୧୯) ରୁଜୁ କରି ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ । ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୨୪ ତାରିଖରେ ସେହି ଗ୍ରାମରେ କେନ୍ଦ୍ରୀୟ ଅବକାରୀ ବିଭାଗ ଚଢ଼ାଉ କରି ୧୫୫ ଗ୍ରାମ ଓଜନ୍‌ର ବ୍ରାଉନସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଥିଲା। ପଶ୍ଚିମବଙ୍ଗ ଦେଇବାଂଲଶ ଦେଶରୁ ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବାଲେଶ୍ୱରକୁ ଅଣାଯାଇ ଏଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଜଣାପଡିଛି। ହେଲେ ଏହି ଚୋରା ଚାଲାଣର ଅସଲ ସୌଦାଗରଙ୍କୁ ପୋଲିସ କିମ୍ବା ଅବକାରୀ ବିଭାଗ ଧରି ପାରୁ ନାହିଁ ା କାଁଁ ଭାଁ ଚଢାଉରେ ପୋଲିସକୁ ସଫଳତା ମିଳୁଥିଲେ ମଧ୍ୟ ଏହାର କାରବାରକୁ ରୋକାଯାଇ ପାରୁ ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri