Posted inଖେଳ

୮୫ବର୍ଷରେ ଅବସର ନେବେ ପେସ୍‌ ବୋଲର

ଲଣ୍ଡନ,୨୮ା୮(ଏଏଫ୍‌ପି)-ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାର୍ଡ, ଗ୍ୟାରି ସୋବର୍ସ ଏବଂ ଫ୍ରାଙ୍କ୍‌ ଓରେଲ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହିତ ଯଦିଓ ସମକକ୍ଷ ନୁହଁନ୍ତି କିନ୍ତୁ କ୍ରିକେଟରେ ଅଧିକ ଦିନ ଧରି ତିଷ୍ଠି ରହିବାରେ ଏହି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ସେସିଲ ରାଇଟ୍‌। ଏହି ଫାଷ୍ଟ ବୋଲର ଜଣକ ‘ସେସ୍‌’ ନାମରେ ପରିଚିତ। ଦୁଇ ସପ୍ତାହ ମଧ୍ୟରେ ୮୫ବର୍ଷ ବୟସରେ ସେ ଖେଳରୁ ଅବସର ନେବାକୁ ସ୍ଥିର କରିଛନ୍ତି। ରାଇଟ୍‌ ଅତୀତରେ ବାର୍ବାଡୋସ ବିପକ୍ଷରେ ଜମାଇକା ତରଫରୁ ଖେଳିଛନ୍ତି। ଯେଉଁ ଦଳରେ ସୋବର୍ସ ଏବଂ ଓ୍ବେସ୍‌ ହଲ୍‌ଙ୍କ ଭଳି ଖେଳାଳି ରହିଥିଲେ। ୧୯୫୯ରେ ସେ ଇଂଲଣ୍ଡ ପଳାଇଥିଲେ। ସେଠାରେ କ୍ରମ୍ପଟନ ଦଳ ତରଫରୁ ସେଣ୍ଟ୍ରାଲ ଲାଙ୍କାଶାୟାର ଲିଗ୍‌ରେ ଜଣେ ପ୍ରଫେସନାଲ ଭାବେ ଏକ କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ ତାଙ୍କ ଭାବି ସ୍ତ୍ରୀ ଏନିଡ୍‌ଙ୍କ ଭେଟ ହୋଇଥିଲା। ୩ବର୍ଷ ପରେ ସେ ଇଂଲଣ୍ଡରେ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ୧୯୭୦ ଦଶକ ବିଳମ୍ବ ଏବଂ ୧୯୮୦ ଦର୍ଶକ ପ୍ରାରମ୍ଭରେ ରିଚାଡର୍‌ସ ଏବଂ ଜୋଏଲ ଗାର୍ନରଙ୍କ ସହିତ ଖେଳିଛନ୍ତି। ରାଇଟ୍‌ ତାଙ୍କ ଦୀର୍ଘ ୬୦ବର୍ଷ କ୍ୟାରିୟରରେ ୭,୦୦୦ରୁ ଊର୍ଦ୍ଧ୍ୱ ଉଇକେଟ ଅକ୍ତିଆର କରିଛନ୍ତି। ଏକଦା ସେ ୫ଟି ସିଜନରେ ୫୩୮ ଉଇକେଟ ଅକ୍ତିଆର କରିଥିଲେ। ହାରାହାରି ଗୋଟିଏ ଉଇକେଟ ପିଛା ତାଙ୍କ ବଲ୍‌ ସଂଖ୍ୟା ୨୭ ରହିଥିଲା। ତାଙ୍କ ହିସାବରେ ସେ ଦୁଇ ନିୟୁତରୁ ଅଧିକ ମ୍ୟାଚ ଖେଳିଛନ୍ତି। ରାଇଟ୍‌ କହିଛନ୍ତି, ସେ ଖାଲି ବସି ରହିବା ଅବା ଟିଭି ଦେଖିବାକୁ ପସନ୍ଦ କରି ନ ଥାନ୍ତି ବରଂ ଚଳାବୁଲା କରିବା କିମ୍ବା କୌଣସି କର୍ଯ୍ୟରେ ଲିପ୍ତ ରହିଥାନ୍ତି। ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ। ଅପରମିଲ୍‌ ତରଫରୁ ପେନାଇନ୍‌ ଲିଗ୍‌ ଦଳ ସ୍ପ୍ରିଙ୍ଗ୍‌ହେଡ୍‌ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri