Posted inଖେଳ

ଭିଡିଓ କଲରେ ପରିବାର ସହ କଥା ହେଲେ ବିରାଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୩: ସୋମବାର ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ବିରାଟ କୋହଲି ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବରେ ବିଚାର କରାଯାଇଥିଲା। ୧୧ ଚୌକା ଓ ଦୁଇଟି ଛକା ସହାୟତାରେ କୋହଲି ୪୯ ବଲରେ ୭୭ ରନ ସ୍କୋର କରିଥିଲେ। ମ୍ୟାଚ ପରେ କୋହଲି ପିତା ହେବାର କର୍ତ୍ତବ୍ୟ ପାଳନ କରିଥିଲେ ଏବଂ ପଡ଼ିଆରୁ ଭିଡିଓ କଲରେ ପରିବାର ସଦସ୍ୟ ଅର୍ଥାତ୍‌ ପତ୍ନୀ ଅନୁଷ୍କା, ଝିଅ ଭାମିକା ଓ କୁନି ପୁଅ ଅକାୟଙ୍କ ସହ କଥା ହୋଇଥିଲେ।
ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା, ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ସହ ଭିଡିଓ କଲରେ କଥା ହେଉଥିବା ଦେଖିବାକୁ ମିଳିଛି। ବିରାଟ କୋହଲି ଧ୍ୟାନ ଦେଇନଥିଲେ ଯେ ତାଙ୍କୁ ସବୁ ଦିଗରୁ କ୍ୟାମେରା ଘେରି ରହିଥିଲା ଏବଂ ପିଲାମାନଙ୍କ ସହିତ ତାଙ୍କ ଖୁସିର ମୁହୂର୍ତ୍ତରେ କଥାବାର୍ତ୍ତା ହେଉଥିବାର ଦେଖାଯାଇଥିଲା।
ଏହି ସମୟରେ ଭିଡିଓରେ ଦେଖାଯାଇଥିଲା ଯେ ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ ବିରାଟ ବିଭିନ୍ନ ପ୍ରକାରର ମୁଖ ଭଙ୍ଗି କରିଥିଲେ। ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନାଯୋଗ୍ୟ, କୋହଲିଙ୍କ ଉତ୍କୃଷ୍ଟ ଇନିଂସ ଆଧାରରେ ଆରସିବି ପଞ୍ଜାବକୁ ୪ଟି ୱିକେଟ ହରାଇ ୪ ଟି ବଲରେ ମାତ୍‌ ଦେଇଥିଲା।
ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍‌ କରିଥିଲା। ଏହାର ଜବାବରେ ଆରସିବି ୧୯.୨ ଓଭରରେ ୬ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରଥିଲା।
ତେବେ ବିରତି ସମୟରେ ସେ କିପରି ସମୟ ଅତିବାହିତ କରିଥିଲେ ସେ ବିଷୟରେ ବିରାଟ କୋହଲି ବ୍ରଡକାଷ୍ଟର ହର୍ଷ ଭୋଗଲେଙ୍କ ସହ କଥା ହୋଇଥିଲେ। କୋହଲି କହିଛନ୍ତି ଯେ ଅନେକ ମାସ ପରେ ସେ ସାଧାରଣ ଜୀବନଯାପନ କରିଥିଲେ। ଭାରତୀୟ କ୍ରିକେଟର କହିଛନ୍ତି ଯେ ସେ ରାସ୍ତାରେ ଯାଉଥିଲେ ଏବଂ ତାଙ୍କୁ କେହି ଚିହ୍ନି ନଥିଲେ ଏବଂ ସେଲଫି ଏବଂ ଅଟୋଗ୍ରାଫ ପାଇଁ କୌଣସି ଦାବି ନଥିଲା ବୋଲି ସେ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri