Odisha Elections 2024

ଆଙ୍କୁଲି ଶିଳ୍ପାଞ୍ଚଳ ଭିତ୍ତିଭୂମି ବଦଳୁଛି

ବ୍ରହ୍ମପୁର,୫ା୨(ଅଶୋକ କୁମାର ସାହୁ): ଦୀର୍ଘ ୪୧ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଆଙ୍କୁଲି ଶିଳ୍ପାଞ୍ଚଳର ଭିତ୍ତିଭୂମି ଏବେ ବଦଳିବାରେ ଲାଗିଛି। ଇଡକୋ ହାତକୁ ନେବା ପରେ ବିକାଶର କଳେବର ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଭିତ୍ତିଭୂମି ସମ୍ପୂର୍ଣ୍ଣ ବଦଳାଯିବ ଓ ସେହି ଅନୁସାରେ କାମ ଚାଲିଥିବା ଇଡକୋ ପକ୍ଷରୁ ସୂଚନା ମିଳିଛି।
ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିର ପରିକଳ୍ପନା ହେବା ପରେ ବ୍ରହ୍ମପୁରର ଆଙ୍କୁଲି ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ପଡିଲା। ୧୩.୧୩୮ ଏକର ଜମିରେ ନିର୍ମାଣ କରାଗଲା ଶିଳ୍ପ କରିଡର। ରାସ୍ତାଘାଟ ଓ ଡ୍ରେନେଜ ପାଇଁ ଜାଗା ଛଡ଼ାଯିବା ପରେ ଏଠାରେ ପ୍ରାୟ ୫୪ଟି ସେଡ ନିର୍ମାଣ କରାଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ହାତରେ ଥିବା ଏହି ଶିଳ୍ପାଞ୍ଚଳ ୧୯୮୧ ମସିହାରେ ଇଡକୋ ପ୍ରତିଷ୍ଠା ହେବା ପରେ ଏହାର ଦାୟିତ୍ୱ ଇଡକୋ ହାତରେ ରହିଛି। ତେବେ ଏହି ୫୪ଟି ସେଡରୁ ୫୩ଟି ସେଡ ବିଭିନ୍ନ ଉଦ୍ୟୋଗପତିଙ୍କୁ ଆଲଟମେଣ୍ଟ ହୋଇଛି। ସେଥିରୁ ୪୮ଟି ଉଦ୍ୟୋଗ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଆଉ ୫ଟି ବିଭିନ୍ନ କାରଣରୁ ବନ୍ଦ ରହିଛି। ତେବେ କାହିଁକି ବନ୍ଦ ରହିଛି ସେ ସମ୍ପର୍କରେ ସମ୍ପୃକ୍ତ ଉଦ୍ୟୋଗପତିଙ୍କୁ ନୋଟିସ କରାଯାଇଛି ବୋଲି ଇଡକୋ ପକ୍ଷରୁ କୁହାଯାଇଛି। ପୂର୍ବରୁ ଯାହା ରାସ୍ତାଘାଟ, ଡ୍ରେନେଜ ସୁବିଧା ଏବଂ ବୈଦ୍ୟୁତିକ ସୁବିଧା ଥିଲା ତାହାକୁ ଏବେ ସଜଡା ଯାଇଛି। ତଥାପି ଅନେକଗୁଡିଏ କାର୍ଯ୍ୟ ବାକି ରହିଛି। ଅନ୍ୟପକ୍ଷରେ ସେଡ ଆଲଟମେଣ୍ଟ ପରେ ଉଦ୍ୟୋଗପତିମାନେ ସେଡର ଆଉ ସବୁ କାର୍ଯ୍ୟ କରିବା ନିୟମ ରହିଛି। ସବୁଠୁ ବଡ କଥା ହେଲା ପ୍ରାୟ ୪ରୁ ୫ଟି ସେଡ ରେସିଡେନ୍ସ କମ୍‌ ଉଦ୍ୟୋଗ କରିଛନ୍ତି, ଯାହାକି ବେନିୟମ। ସେମାନଙ୍କୁ ମଧ୍ୟ ନୋଟିସ କରାଯାଇଛି। ଉକ୍ତ ଅଞ୍ଚଳରେ ଆସାମାଜିକ କାର୍ଯ୍ୟ ପାଇଁ ଉଦ୍ୟୋଗପତିମାନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସକୁ ଅବଗତ କରାଯାଇଛି ବୋଲି ଇଡକୋ କାର୍ଯ୍ୟାଳୟ କହିଛି। ଏବେ ବର୍ତ୍ତମାନ ୧୦ଟି ଦୋକାନ ଘର ଦିଆଯାଇଛି। ଯେଉଁଠି ପୁରୁଣା ଅଫିସ ଥିଲା ସେଠାରେ ଏବେ ସପିଂ କମ୍ପ୍ଲେକ୍ସ କରାଯିବା ନେଇ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ତେବେ ଉଦ୍ୟୋଗପତିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ କେତେକ ଉଦ୍ୟୋଗ ରୁଗ୍‌ଣ ହୋଇପଡିଛି। କିନ୍ତୁ ଶିଳ୍ପାଞ୍ଚଳରେ ରାସ୍ତାଘାଟଗୁଡିକ ପକ୍କା ହୋଇପାରିନାହିଁ। ସେହିପରି ଡ୍ରେନେଜଗୁଡିକ କେତେକ ସ୍ଥାନରେ ପକ୍କା ହୋଇନାହିଁ। ବିଦ୍ୟୁତକରଣ କ୍ଷେତ୍ରରେ ବି ଅନୁରୂପ ବ୍ୟବସ୍ଥା ଦେଖାଦେଇଛି। ଏ ସଂକ୍ରାନ୍ତରେ ଶିଳ୍ପାଞ୍ଚଳ ଆସୋସିଏସନର ସାଧାରଣ ସମ୍ପାଦକ ମନୋରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ କହିଲେ ଯେ, ବର୍ତ୍ତମାନ ଶିଳ୍ପାଞ୍ଚଳର ଭିତ୍ତିଭୂମି ଧିରେ ଧିରେ ବଦଳିବାରେ ଲାଗିଛି। ସବୁଠୁ ବଡ ସମସ୍ୟା ହେଲା ଯେଉଁ ଓଭରବ୍ରିଜ ଶିଳ୍ପାଞ୍ଚଳରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ନିକଟକୁ ଲାଗିଛି ତାହା ଦୁର୍ଘଟଣା ଜୋନରେ ପରିଣତ ହୋଇଛି। ଦୁଇ ଚକିଆ ଓ ଚାରିଚକିଆ ଯାନ ବୁଲାଣିରେ ଯିବା ଅସମ୍ଭବ ହୋଇଛି। ଏହି ସମସ୍ୟାର ସମାଧାନ ହେବା ଉଚିତ। ଏଥି ସହିତ ପାଓ୍ବାର ଲୁମ ଭଳି ବଡ ବଡ ଶିଳ୍ପ ବନ୍ଦ ହୋଇରହିଛି। ଏହା ବର୍ତ୍ତମାନ ଇଡକୋ ହାତକୁ ଆସିପାରୁନାହିଁ। ଏହା ଯଦି ଇଡକୋକୁ ଆସିପାରନ୍ତା ତାହା ଅନ୍ୟାନ୍ୟ ଉଦ୍ୟୋଗପତିଙ୍କୁ ମିଳିପାରନ୍ତା। ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ ଶିଳ୍ପାଞ୍ଚଳ ପାଇଁ ଏକ ଫିଡର ସ୍ଥାପନ ପାଇଁ ଯୋଜନା କରାଯାଉଥିଲେ ବି ତାହା ହୋଇପାରିନାହିଁ। ଏ ସଂକ୍ରାନ୍ତରେ ଇଡକୋର ଡିଭିଜନାଲ ମୁଖ୍ୟ ସ୍ମରଣିକା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ ଯେ, ଭିତ୍ତିଭୂମିର ବିକାଶ କିଭଳି ହେବ ସେଥିନେଇ ଉଦ୍ୟମ ଜାରି ରହିଛି। ଇଡ୍‌କୋର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯାହା ଦାୟିତ୍ୱ ରହିଛି ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉଛି। ଧୀରେ ଧୀରେ ଭିତ୍ତିଭୂମିର ରୂପ ବଦଳିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri