ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ: ଏମିତି ଚେକ୍‌ କରନ୍ତୁ ରେଜଲ୍ଟ

ଭୁବନେଶ୍ୱର, ୨୦।୫: ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ। CHSE ଅଫିସରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ବାହାରିଛି। କଳାରେ ପାସ ହାର ୮୪.୫୦% ଥିବାବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୭୭.୯୭%, ଛାତ୍ରୀଙ୍କ ପାସ ହାର ୮୯.୪୫% ରହିଛି। ବାଣିଜ୍ୟରେ ପାସ ହାର ୮୮.୦୭% ଥିବାବେଳେ ଛାତ୍ରଙ୍କ ପାସ ହାର ୮୬.୬୭% , ଛାତ୍ରୀଙ୍କ ପାସ ହାର ୯୦.୪୩%। ସେହିପରି ବିଜ୍ଞାନରେ ପାସ ହାର ୮୮.୮୦ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ହାର ୮୭.୪୧% ଏବଂ ଛାତ୍ରୀଙ୍କ ପାସ ହାର ୯୦.୨୪% ରହିଛି। ଛାତ୍ରୀଛାତ୍ର https://results.odisha.gov.in କିମ୍ବା https://results.digilocker.gov.in ୱେବସାଇଟ ମାଧ୍ୟମରେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେଶନ ନମ୍ବର ଦେଇ ପରୀକ୍ଷାଫଳ ଦେଖିପାରିବେ। ସେହିପରି ଛାତ୍ରୀଛାତ୍ର ନିଜ ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କଶିଟ ଡାଉନଲୋଡ କରିପାରିବେ। ଏଥିସହ ସାମ୍ସ କଲେଜ ଇ-ପେସ ପୋର୍ଟାଲ ମାଧ୍ୟମରେ ରେଜଲ୍ଟ ପାଇପାରିବେ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏ ଯୁକ୍ତ୨ ପରୀକ୍ଷା ଚାଲିଥିଲା। ୪ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri