‘ଇଚ୍ଛାଧୀନ କୋଟା’ ଭେଳିକି: ୧୨ବର୍ଷରେ ମାତ୍ର ୭ ପ୍ଲଟ୍‌ ଉଚ୍ଛେଦ

ଭୁବନେଶ୍ୱର,୨୦।୫(ରବିନାରାୟଣ ଜେନା):ପୂର୍ବ ସରକାରରେ ବହୁ ଚର୍ଚ୍ଚିତ ଇଚ୍ଛାଧୀନ କୋଟା(ଡିକ୍ୟୁ)ରେ ବିଭିନ୍ନ ବର୍ଗଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆବଣ୍ଟନ କରାଯାଇଥିବା ପ୍ଲଟ୍‌ ସଂକ୍ରାନ୍ତରେ ତାରା ଦତ୍ତ କମିଟି ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଏବେ ପ୍ରଭାବଶୂନ୍ୟ ହୋଇଛି। ୨୦୧୪ ଡିସେମ୍ବରରେ ତାରା ଦତ୍ତ କମିଟି ଯେଉଁ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା, ସେଥିମଧ୍ୟରୁ କଟକକୁ ବାଦ୍‌ ଦେଇ କେବଳ ଭୁବନେଶ୍ୱରରେ ୮୦୫ ପ୍ଲଟ୍‌ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ଆବଣ୍ଟିତ ୭ଟି ବେଆଇନ ପ୍ଲଟ୍‌ ତଥା ଘରକୁ ବିଡିଏ ପକ୍ଷରୁ ବାତିଲ (କ୍ୟାନ୍‌ସଲ)କରାଯାଇଛି। ତାରା ଦତ୍ତ କମିଟି ରିପୋର୍ଟରେ କେତେକ କେଁ ରହିଥିବା ଯୋଗୁ ଅଧିକାଂଶ ପ୍ଲଟ୍‌ ବାତିଲ ହୋଇପାରୁ ନାହିଁ। ହେଲେ ବିଡିଏର ଅନ୍ୟାନ୍ୟ ଯୋଜନାରେ ବେଆଇନ ଭାବେ ହାତେଇଥିବା ପ୍ଲଟ ମଧ୍ୟରୁ ୨୦୨୩ରୁ ଅଦ୍ୟାବଧି ୧୨୦ରୁ ଊର୍ଦ୍ଧ୍ୱ ପ୍ଲଟ୍‌ ଓ ଘର ବାତିଲ କରାଯାଇଛି ବୋଲି ବିଡିଏ ପକ୍ଷରୁ ଜଣାଯାଇଛି।
ବିଡିଏ ଆଇନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ତାରା ଦତ୍ତ କମିଟି ରିପୋର୍ଟ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ଏକ ତଦନ୍ତ କମିଟିର ରିପୋର୍ଟ, ଯାହା ଭୁବନେଶ୍ୱର ଓ କଟକରେ ‘ଡିକ୍ୟୁ’ ମାଧ୍ୟମରେ ପ୍ଲଟ, ଘର ଓ ଫ୍ଲାଟ ବଣ୍ଟନରେ ହୋଇଥିବା ଅନିୟମିତତାକୁ ଯାଞ୍ଚ କରିଥିଲା। ଏହି କମିଟି ୧୯୯୫ରୁ ହୋଇଥିବା ବଣ୍ଟନକୁ ଯାଞ୍ଚ କରିବା ପରେ ୧,୭୯୧ଟି ପ୍ଲଟ୍‌ ଓ ଘର ଅନିୟମିତତା ଦର୍ଶାଇ ଥିଲା। ଇଚ୍ଛାଧୀନ କୋଟାରେ ବଣ୍ଟନ କରାଯାଇଥିବା ବେଆଇନ ପ୍ଲଟ୍‌କୁ ବାତିଲ କରିବା ପାଇଁ କମିଟି ସେତେବେଳେ ସୁପାରିସ କରିଥିଲା।
ଏହାସହିତ ସ୍ବଚ୍ଛ ତଦନ୍ତ କରି ଅନିୟମିତ ଭାବେ ବଣ୍ଟନ ହୋଇଥିବା ଜମି ଓ ପ୍ଲଟ୍‌କୁ ସରକାରୀ ନିୟନ୍ତ୍ରଣକୁ ଫେରାଇ ଆଣିବା ପାଇଁ ମଧ୍ୟ କମିଟି ସୁପାରିସ କରିଥିଲା। ବିଡିଏ ପକ୍ଷରୁ ଏହି ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ସେତେବେଳେ ତନାଘନା ଆରମ୍ଭ ହୋଇଥିଲା। ବେଆଇନ ଇଚ୍ଛାଧୀନ କୋଟା ତାଲିକାରେ ବହୁ ନେତା, ରାଜନେତା, ପ୍ରଶାସକ, ଡାକ୍ତର ଓ ସାମ୍ବାଦିକଙ୍କ ନାମ ରହିଥିବାରୁ ଏହାକୁ ନେଇ ବିଡିଏ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା। ହେଲେ କମିଟି ରିପୋର୍ଟ ପ୍ରସ୍ତୁତ କଲା ବେଳେ ବିଡିଏର ‘ବ୍ରୋଶର’ ସହିତ ବେଆଇନ ଇଚ୍ଛାଧୀନ କୋଟା ମଧ୍ୟରେ ସମନ୍ବୟ ରଖାଯାଇ ନ ଥିଲା। ତେଣୁ ଯେଉଁ କେତେକେ ବେଆଇନ ଭାବେ ଇଚ୍ଛାଧୀନ କୋଟାରେ ପ୍ଲଟ୍‌ କିବା ଘର ହାତେଇଛନ୍ତି ସେମାନଙ୍କୁ ଉଚ୍ଛେଦ ତଥା ବାତିଲ କରାଯାଇ ପାରୁନାହିଁ। ‘ବ୍ରୋଶର’ର ହୁଗୁଳା ବାଟ ଦେଇ ସେମାନେ ଖସି ଯାଉଛନ୍ତି।
ସୂଚନା ଅନୁଯାୟୀ, ତାରା ଦତ୍ତ କମିଟି ପକ୍ଷରୁ ଭୁବନେଶ୍ୱରରେ ୮୦୫ଟି ବେଆଇନ ପ୍ଲଟ୍‌ ଓ ଘର ଆବଣ୍ଟନକୁ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ କାଗଜପତ୍ର ଯାଞ୍ଚ ବେଳେ ଜଣାଯାଇଥିଲା ଯେ ଗୋଟିଏ ଲେଖାଏଁ ପ୍ଲଟ୍‌ ଦୁଇଥର ଉଲ୍ଲେଖ ରହିଛି। ଯାଞ୍ଚ ପରେ ୭୧୩ଟି ପ୍ଲଟ୍‌ ‘ଡିକ୍ୟୁ’ରେ ପ୍ରଦାନ କରାଯାଇଥିବା ଜଣାଯାଇଥିଲା। ସେଥିମଧ୍ୟରୁ ଅଦ୍ୟାବଧି ୬୦୦ଜଣ ସମ୍ପୂର୍ଣ୍ଣ ମୁକ୍ତ ହୋଇସାରିଲେଣି। ଅବଶିଷ୍ଟ ୧୧୩ଟି ‘ଡିକ୍ୟୁ’ ମଧ୍ୟରୁ ୭୦ଟିରେ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯିବା ସହିତ ତାହା ନ୍ୟାୟିକ ପରିସରଭୁକ୍ତ ରହିଛି। କିନ୍ତୁ ୩୬ଟିରେ ବିଡିଏର ଅନ୍ୟାନ୍ୟ ଯୋଜନା ସହିତ ‘ଡିକ୍ୟୁ’ ଘର ଆବଣ୍ଟିତ ହୋଇଥିବାରୁ ଏହା ଏବେ ଯାଞ୍ଚ ପରିସର ଭିତରେ ରହିଛି। ବିଡିଏ ପକ୍ଷରୁ ଏ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ତଥ୍ୟକୁ ସାର୍ବଜନୀନ କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?