Posted inଖେଳ

ଏସିଆନ୍‌ ଗେମ୍ସ ତ୍ରୁଟି ଦୋହରାଇବୁନି: ଲାଲରେମ୍‌ସିଆମି

ବେଙ୍ଗାଲୁରୁ,୪।୮(ପି.ଟି.)- ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆମେ ସକ୍ଷମ ହେବୁ ବୋଲି ଭାରତୀୟ ମହିଳା ହକି ଦଳ ଫରଓ୍ବାର୍ଡ ଲାଲରେମସିଆମି ବିଶ୍ୱାସର ସହିତ କହିଛନ୍ତି। ଗତବର୍ଷ ଏସିଆନ୍‌ ଗେମ୍ସରେ ଭାରତ ଫାଇନାଲରେ ଜାପାନଠାରୁ ୧-୨ ଗୋଲରେ ପରାସ୍ତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ପରାଜୟ କାରଣରୁ ଭାରତ ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ଆମେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥାନ୍ତୁ। କଠିନ ପରିଶ୍ରମ କରିଥିଲେ ମଧ୍ୟ କୋତୋଟି ତ୍ରୁଟି ଆମ ପାଇଁ ମହଙ୍ଗା ପଡିଥିଲା। ତେବେ ଆଗକୁ ଆମେ ଏହି ତ୍ରୁଟି ଦୋହରାଇବୁ ନାହିଁ ବୋଲି ସେ କହିଛନ୍ତି। ରାନୀ ରାମପାଲଙ୍କ ନେତୃତ୍ୱରେ ଭାରତ ଗତ ଜୁନ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସରେ ଜାପାନକୁ ଫାଇନାଲରେ ୩-୧ ଗୋଲରେ ହରାଇ ଏହି ପରାଜୟର ପ୍ରତିଶୋଧ ନେଇଥିଲା। ଏହା ପରେ ଆମେ ପୂର୍ବ ତ୍ରୁଟି ନ ଦୋହରାଇବାକୁ ନିଷ୍ପତ୍ତି ନେଇଥିଲୁ। ଜାପାନକୁ ହରାଇବାରେ ଆମେ ସଫଳ ହୋଇଥିଲୁ। କିନ୍ତୁ ଏସିଆନ ଗେମ୍ସରେ ଆମର ତ୍ରୁଟି ଯୋଗୁ ଜାପାନ ଆମଠାରୁ ମ୍ୟାଚ୍‌ ଛଡାଇ ନେଇଥିଲା।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦଶମ ସ୍ଥାନରେ ରହିଛି। ଆସନ୍ତା ୧୭ ତାରିଖରୁ ଟୋକିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ଭାରତ ଅଂଶଗ୍ରହଣ କରିବ। ତେବେ ଅଷ୍ଟ୍ରେଲିଆ, ୧୧ ନମ୍ବର ଦଳ ଚାଇନା ଓ ଆୟୋଜକ ତଥା ୧୪ ନମ୍ବର ଦଳ ଜାପାନ ଏହି ଟୁର୍ନାମେଣ୍ଟରେ ଭାରତକୁ କଡ଼ା ଚ୍ୟାଲେଞ୍ଜ୍‌ ଦେବେ। ଏହି ଇଭେଣ୍ଟ ପୂର୍ବରୁ ଭାରତୀୟ ଦଳର ଆତ୍ମ ବିଶ୍ୱାସ ବେଶ୍‌ ଉଚ୍ଚରେ ରହିଛି। ଅଭ୍ୟାସ ଶିବିରରେ ଆମେ କଠିନ ପରିଶ୍ରମ କରିଛୁ। ଆମ ଦଳ ବେଶ୍‌ ସନ୍ତୁଳିତ ଓ ପୁଣି ଥରେ ଆମେ ଅଲିମ୍ପିକ ଯୋଗ୍ୟତା ହାସଲ କରିବୁ। ହକି ଇଣ୍ଡିଆ ଦ୍ୱାରା ଆୟୋଜିତ ବିଭିନ୍ନ ଅଭ୍ୟାସ ଶିବିରରେ ଅଂଶଗ୍ରହଣ କରି ଖେଳାଳିମାନେ ସେମାନଙ୍କ ଦକ୍ଷତା ବଢାଇବାରେ ସକ୍ଷମ ହୋଇଛନ୍ତି। ଦିନକୁ ଦିନ ଉନ୍ନତି କରୁଛୁ ବୋଲି ମିଜୋରାମର ଏହି ୧୯ ବର୍ଷୀୟା ଫରଓ୍ବାର୍ଡ କହିଛନ୍ତି। ଅଷ୍ଟ୍ରେଲିଆ ଏବେ ବିଶ୍ୱ ହକିରେ ଶ୍ରେଷ୍ଠ ଦଳ ବିବେଚିତ ହେଉଛି। ଆମ ଦଳ ମଧ୍ୟ ଅନୁରୂପ ଭାବେ ଏକ ଶ୍ରେଷ୍ଠ ଦଳ। ତେଣୁ ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିବୁ ଓ ଅଲିମ୍ପିକ କ୍ୱାଲିଫାୟର ପାଇଁ ପ୍ରସ୍ତୁତି ଜୋରଦାର କରିବୁ ବୋଲି ଲାଲରେମସିଆମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri