ବ୍ରହ୍ମପୁର,୨୨ା୬ (ନରସିଂହ ସାହୁ)ରେଶମ ସହର ବ୍ରହ୍ମପୁରରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଭୀଷଣ ଜଳ କଷ୍ଟର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଜାନିବିଲି ବୃହତ୍ତର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ପଦକ୍ଷେପ ନେଲେ। ପ୍ରାୟ ୫ ଶହ କୋଟି ଟଙ୍କାର ଏହି ଯୋଜନା ପାଇଁ ୨୦୧୬ ନଭେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ମାତ୍ର ୨ ବର୍ଷ ଅର୍ଥାତ୍ ୨୦୧୮ ନଭେମ୍ବର ୩୦ରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଏବଂ ଧରାକୋଟ ବ୍ଲକର ଜାନିବିଲି ଆନିକଟରୁ ମୋଟା ପାଇପ ଯୋଗ ପାଣି ଆସି କୁକୁଡ଼ାକଣ୍ଡି ବ୍ଲକର ଜଗଦଳପୁର ଠାରେ ବିଶୋଧନ କରାଯାଇ ସହରକୁ ଛଡ଼ାଯିବ। ଫଳରେ ମହାନଗରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳିବାର ସେ ଆଙ୍କୁଶପୁର ନିକଟରେ ଆୟୋଜିତ ବିଶାଳ ଜନ ସମାବେଶରେ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ଜାନିବିଲି ଠାରୁ ବ୍ରହ୍ମପୁର ମଧ୍ୟରେ ଥିବା ୧୬ ପଞ୍ଚାୟତର ୫୩ ଗ୍ରାମବାସୀଙ୍କୁ ଏହି ସୁବିଧା ଉପଲବ୍ଧ ହେବାର ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ହେଲା। ଏକ ନାମୀଦାବୀ ଘରୋଇ ଉଦ୍ୟୋଗକୁ ନିର୍ମାଣ ଦାୟିତ୍ୱ ଦିଆଗଲା। ସେହି ସଂସ୍ଥା ବିପୁଳ ପରିମାଣର ଲୁହା ପାଇପ ଆଣି ସହର ସାରା ରଖିଲା। ଟାର୍ଗେଟ ୨୦୧୮ ନଭେମ୍ବର ୩୦ ସୁଦ୍ଧା ଏକ ଚତୁର୍ଥାଂଶ କାମ ମଧ୍ୟ ହୋଇନଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ ଦରଖଣ୍ଡିଆ ବା ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଭୋଟ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଏହାର ଏବେ ସାଢ଼େ ୪ ବର୍ଷ ବିତିଛି ଏବଂ ଆଗାମୀ ନିର୍ବାଚନ ପାଖେଇ ଆସୁଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ପାଇପ ବିଛା କାର୍ଯ୍ୟ ଚାଲିଛି। ୫୩ ଗ୍ରାମାଞ୍ଚଳ ତେଣେ ଥାଉ ରେଶମ ନଗରୀବାସୀ ଏଯାବତ୍ ୨୪ ଘଣ୍ଟିଆ ପାଣିରୁ ବଞ୍ଚିତ ହୋଇଛନ୍ତି। ଜାନିବିଲି ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି।
ସମ୍ପୃକ୍ତ ଠିକା ସଂସ୍ଥା ନିର୍ବାଚିତ ଜନ ପ୍ରତିନିଧି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଖାତିରି ନ କରି ମନଇଚ୍ଛା କାର୍ଯ୍ୟ କରୁଛି। ପାଇପ ବିଛା ପାଇଁ ମହାନଗରର ଶତାଧିକ ରାସ୍ତା ଖୋଳି କଦର୍ଯ୍ୟ କରିଦେଉଛି। ନିଗମ ପକ୍ଷରୁ ନିର୍ମିତ ନୂଆ ରାସ୍ତା ଖୋଳି ତାଡ଼ି ଦେଇଛି। ଫଳରେ ଯାନବାହନ ଓ ଲୋକଙ୍କ ଯାତାୟତ ବିପଜ୍ଜନକ ହୋଇଯାଇଛି। ଘନଘନ ବିଦ୍ୟୁତ କାଟ ଯୋଗୁ ଷ୍ଟ୍ରିଟ ଲାଇଟ ଲିଭିଯାଉଛି ଏବଂ ଲୋକେ ଅନ୍ଧାରରେ ଯିବା ଆସିବା ବେଳେ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜାନିବିଲି ପ୍ରକଳ୍ପ ଯନ୍ତ୍ରଣାରେ ମହାନଗରବାସୀ ତ୍ରାହି ତ୍ରାହି ଡ଼ାକୁଛନ୍ତି। ଠିକା ସଂସ୍ଥା ମନଇଚ୍ଛା ରାସ୍ତା ଖୋଳି ମାଟି ସଫା କରୁନଥିବାରୁ ତାହା ଡ୍ରେନରେ ପଡ଼ୁଛି ଏବଂ ସାମାନ୍ୟ ବର୍ଷା ହେଲେ ବିଚ ରାସ୍ତାରେ ମଇଳା ପାଣି ଲହଡ଼ି ମାରୁଛି।
ସୂଚନାଯୋଗ୍ୟ ନବୀନ ସରକାରଙ୍କ ୫ମ ପାଳି ଶାସନର ୪ର୍ଥ ବର୍ଷ ଗତ ମେ ୨୯ରେ ପୁରିଥିଲା। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲାର ଗ୍ରାମ୍ୟ ଜଳ ଯୋଗାଣ ନିମନ୍ତେ ୧୫୦୯.୯୧ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ମଞ୍ଜୁର ହୋଇଛି। ଫଳରେ ୧୨ ବ୍ଲକ ଅନ୍ତର୍ଗତ ୨୨୮ ପଞ୍ଚାୟତର ୭୨୦ ଗ୍ରାମରେ ବସବାସ କରୁଥିବା ୯ ଲକ୍ଷାଧିକ ଲୋକଙ୍କୁ ନିୟମିତ ବିଶୁଦ୍ଧ ପାଣି ଯୋଗାଣ ହେବାର ସରକାରୀ ଭାବେ ଘୋଷଣା କରାଯାଇଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହୋଇଛି ଜାନିବିଲି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ଭିତରେ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଥିବା ସେହି ଠିକା ସଂସ୍ଥାକୁ ଦେଢ଼ ହଜାର କୋଟିର ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସରକାର ଓ ଠିକା ସଂସ୍ଥା ମଧ୍ୟରେ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଯାଇଛି।
ଅପରପକ୍ଷରେ ଜାନିିବଲି ଯୋଜାନ ସମ୍ପୂର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରିଥିବା ଠିକା ସଂସ୍ଥା ବିରୋଧରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏଭଳି ସ୍ଥିତିରେ ସେହି ଠିକାକୁ କାହିଁକି ଅନୁଗ୍ରହ ପୂର୍ବକ ଏକ ବୃହତ୍ତ ଯୋଜନାର ନିର୍ମାଣ ଦାୟିତ୍ୱ ଦିଆଗଲା ତାହା ରହସ୍ୟଘେରକୁ ଆସିଛି। ଗ୍ରାମାଞ୍ଚଳ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କେବେ ଆରମ୍ଭ ଓ ଶେଷ ହେବ ସେଥିପାଇଁ ଜିଲାର ସଚେତନ ଲୋକେ ଅପେକ୍ଷା କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
Archives


