ବ୍ରହ୍ମପୁର ଅଫିସ,୧ା୮-ଟାଟା କମ୍ପାନୀ ଅଭିଯୋଗରେ ପୋଲିସ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଇଥିବା ବିସ୍ଥାପିତ ପରିବାରର ୭୮ ଜଣଙ୍କୁ ଅବିଳମ୍ବେ ବିନା ସର୍ତ୍ତରେ ଖଲାସ କରିବାକୁ ଗଞ୍ଜାମ ଜିଲା ଭାଜପା ଦାବି କରିଛି। ନଚେତ୍ ଏହାର ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
ବୁଧବାର ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି, ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନଁାରେ ଟାଟା କମ୍ପାନୀ ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସାଢ଼େ ୩ ହଜାର ଏକର ଜମି କମ୍ ମୂଲ୍ୟରେ ଅଧିଗ୍ରହଣ କରିଛି ।
ସେତେବେଳେ ରାଜ୍ୟର ତତ୍କାଳୀନ କଂଗ୍ରେସ ସରକାର କମ୍ପାନୀକୁ ସମସ୍ତ ଅନୁକମ୍ପା ଦେଇଥିଲା। ଘରୋଇ ଜମି ନ ଛାଡ଼ିବା ପାଇଁ ଆନ୍ଦୋଳନ ଚଳାଇଥିବା ମାଲିକମାନଙ୍କୁ ଭୟଭୀତ କରି ଜବରଦସ୍ତ ନିଆଯାଇଥିଲା। ୧୯୯୬ରୁ ଜମି ଦଖଲ ପ୍ରକ୍ରିୟା ଆରମ୍ଭ କରିବାର ଏବେ ୨୩ ବର୍ଷ ବିତିିଛି। ତେବେ ଇସ୍ପାତ କାରଖାନା ପ୍ରତିଷ୍ଠା କରା ନ ଯାଇ ଅଧିକୃତ ଜମି ପଡ଼ିଆ ରଖାଯାଇଛି ।
ଭାଜପା ଜିଲା ସଭାପତି ଆହୁରି କହିଛନ୍ତି, ଜମି ଦଖଲ ପାଇଁ ପୋଲିସ ଓ ପ୍ରଶାସନିକ କଳର ସହାୟତାରେ ଶହ ଶହ ପରିବାରକୁ ବିସ୍ଥାପିତ କରାଯାଇଥିଲା। ସେହି ପରିବାର ପିଲାଙ୍କୁ ଚାକିରି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ ା କେନ୍ଦ୍ର ସରକାରଙ୍କ ନିୟମ ପ୍ରକାରେ ଜମି ଦଖଲର ୧୦ ବର୍ଷକ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ନ କଲେ ବିସ୍ଥାପିତଙ୍କୁ ସେହି ଜମି ଫେରସ୍ତ କରୁନାହିଁ।
ସୂଚନାଯୋଗ୍ୟ, ଛତ୍ରପୁର ଓ ଗୋପାଳପୁର ଅଞ୍ଚଳର ଶହ ଶହ ଏକର ଜମିରେ ହୋଇଥିବା କିଆଫୁଲ ଚାଷ ଟାଟା କମ୍ପାନୀ ଦ୍ୱାରା ନଷ୍ଟ ହୋଇଛି । ଫଳରେ କେବଳ କିଆ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବଂ ଶ୍ରମିକମାନଙ୍କ ଅର୍ଥନୈତିକ ସ୍ଥିତି ଦୁଇ ଦଶନ୍ଧି ହେବ ବିଗାଡ଼ି ଦେଇଛି । ତେଣୁ ଦିନକୁ ଦିନ ଅସନ୍ତୋଷ ବଢ଼ି ଚାଲିଛି। ବିସ୍ଥାପିତଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ ହୋଇଛି। ବିଭିନ୍ନ ମହଲରୁ ଜମି ଫେରସ୍ତ ଦାବି ଜୋରଦାର ହେବାରୁ ଭୂଅଁା ବୁଲାଇବା ପାଇଁ ଅଳ୍ପ କେତେକ ଜମିରେ କମ୍ପାନୀ ଶିଳ୍ପାଞ୍ଚଳ ପାର୍କ ନିର୍ମାଣ କରୁଛି । ତାହା ମଧ୍ୟ ଏବେ ଅସମ୍ପୂର୍ଣ୍ଣ ରହିଛି । ତେଣୁ ଜମି ଫେରାଅ ନ ଚେତ ବିସ୍ଥାପିତଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ ଏବେ ତୀବ୍ର ହୋଇଛି । ଏହାକୁ ଦମନ କରିବା ପାଇଁ ଆନ୍ଦୋଳନକାରୀଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷ ମିଥ୍ୟା ମାମଲା କରି ଗତ ମଙ୍ଗଳବାର ୭୮ ଜଣଙ୍କୁ ପୋଲିସ ଗରିଫ କରି କୋର୍ଟଚାଲାଣ କରିଛି। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଦର୍ଶାଇ ଭାଜପା ଜିଲା ସଭାପତି ଘୋର ନିନ୍ଦା କରିଛନ୍ତି । ସମସ୍ୟାର ସମାଧାନ ଏବଂ ଗିରଫ ବିସ୍ଥାପିତ ଲୋକଙ୍କୁ ଛଡ଼ା ନ ଗଲେ ଆନ୍ଦୋଳନ ପୁନର୍ବାର କରାଯିବାର ପତି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଇସ୍ପାତ କାରଖାନାରୁ ଦୂରେଇଥିବା ଟାଟା କମ୍ପାନୀ ଶୀତଳାପଲ୍ଲୀରେ ମଲଟି ଫ୍ୟାସିଲିଟି ହସ୍ପିଟାଲ ପ୍ରତିଷ୍ଠା ଲାଗି ମନ ବଳାଇଛି । ସେଥିପାଇଁ ୪୫.୦୫ ଏକର ସରକାରୀ ଜମି ଦିଆଯିବାର ଗତ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାକୁ ମଧ୍ୟ ଜିଲା ଭାଜପା ଖୋଲା ବିରୋଧ ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…
ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...
ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…
ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...
କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…
ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...
Archives


