‘କାରବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ’

ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଆୟୁର୍ବେଦର ସହଯୋଗୀ କମ୍ପାନୀ ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌(ପିଏଫ୍‌ଏଲ୍‌)ର ପ୍ରମୋଟରଙ୍କ ଶେୟାରକୁ ଷ୍ଟକ୍‌ ବଜାର ପକ୍ଷରୁ ନିଷ୍କ୍ରିୟ(ଫ୍ରିଜ୍‌)କରି ଦିଆଯାଇଛି। ବିଶେଷକରି ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ନିୟମ ୨୦୧୫ର ଧାରା ୩୮ଆଧାରରେ ଏଫ୍‌ପିଏଲ୍‌ର ପ୍ରମୋଟରଙ୍କ ଅଂଶଧନକୁ ସେବି ପକ୍ଷରୁ ନିଷ୍କ୍ରିୟ କରି ଦିଆଯାଇଛି। ୧୫ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ହେବାକୁ ଥିବା ଏକ୍ସଚେଞ୍ଜ ଫାଇଲିଂରୁ ଏହା ଜଣାପଡ଼ିଛି। ସେହିଭଳି ପୁଞ୍ଜିବଜାର ନିୟାମକ ପ୍ରମୋଟର ଏବଂ ପ୍ରମୋଟର କମ୍ପାନୀର ଶେୟାରକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଫ୍ରିଜ୍‌ କରିଦେଇଛି। ଫଳରେ ଉକ୍ତ ଶେୟାର ଗୁଡ଼ିକର କାରବାର ଉପରେ ବର୍ତ୍ତମାନ କଟକଣା ରହିଛି। ଏପରିକି ନୂ୍ୟନତମ ପବ୍ଲିକ୍‌ ଶେୟାର ହୋଲ୍‌ଡିଂ ସର୍ତ୍ତ ପୂରଣ ନ କରିବା ଯୋଗୁ କମ୍ପାନୀ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜଣାପଡ଼ିଛି। ସୂଚନା ମୁତାବକ କମ୍ପାନୀର ଯେଉଁ ୨୧ ପ୍ରମୋଟର ଏବଂ ପ୍ରମୋଟର କମ୍ପାନୀ ଶେୟାର ଉପରେ କଟକଣା ଲାଗିଛି, ସେଥିମଧ୍ୟରେ ପତଞ୍ଜଳି ମଧ୍ୟ ସାମିଲ ରହିଛି।
ଏ ନେଇ ଗୁରୁବାର କମ୍ପାନୀ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀର କହିବା ମୁତାବକ ୨୦୨୩ ଏପ୍ରଲି ଯାଏ କମ୍ପାନୀର ଶେୟାର ଲକ୍‌ ଇନ୍‌ ରହିଥିବା ବେଳେ କମ୍ପାନୀର କାରବାର ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ବାଦ୍‌ କମ୍ପାନୀର ଆଥିର୍କ ସ୍ଥିତି ଉପରେ ଏହାର ପ୍ରଭାବ ମଧ୍ୟ ରହିବନି ବୋଲି କୁହାଯାଉଛି। ସେହିପରି ପବ୍ଲିକ୍‌ ଶେୟାର ହୋଲ୍‌ଡରଙ୍କ ସ୍ବାର୍ଥ ରକ୍ଷା ଦିଗରେ କମ୍ପାନୀ ବେଶ୍‌ ସଚେତନ ରହିଛି। କମ୍ପାନୀକୁ ଅଭିବୃଦ୍ଧି ପଥକୁ ନେଇଯିବା ଏବଂ ଏକ ପ୍ରମୁଖ ଏଫ୍‌ଏମ୍‌ସିଜିରେ ପରିଣତ କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସେବି ନିୟମ ମୁତାବକ, ଷ୍ଟକ୍‌ ବଜାରରେ କୌଣସି ସୂଚୀଭୂକ୍ତ କମ୍ପାନୀ ଅତିକମ୍‌ରେ ୨୫% ଶେୟାର ପବ୍ଲିକ୍‌ ଶେୟାର ହୋଲ୍‌ଡରଙ୍କ ନିକଟରେ ରହିବା ଆବଶ୍ୟକ। ହେଲେ ପତଞ୍ଜଳି ଏ କ୍ଷେତ୍ରରେ ୮୦.୮୨% ଶେୟାର ନିଜ ପାଖରେ ରଖିଛି। ଏପରିକି ପବ୍ଲିକ୍‌ ଶେୟାର ହୋଲ୍‌ଡରଙ୍କ ଅଂଶ ୧୯.୧୮% ରହିଛି। ଅପରପକ୍ଷରେ ପବ୍ଲିକ୍‌ ଶେୟାର ହୋଲ୍‌ଡିଂ ନିୟମ ପାଳନ କରିବା ଲାଗି କମ୍ପାନୀ ୨୦୨୨ ମାର୍ଚ୍ଚରେ ପ୍ରାୟ ୪୩୦୦ କୋଟି ଟଙ୍କାର ପବ୍ଲିକ ଅଫର ଜାରି କରିଥିଲା। ଫଳରେ କମ୍ପାନୀରେ ପବ୍ଲିକ ଶେୟାର ହୋଲ୍‌ଡିଂ ୧୯.୧୮% କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ କମ୍ପାନୀ ଉକ୍ତ ଶେୟାର ବୃଦ୍ଧି କରି ୨୫%ରେ ରଖିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ କମ୍ପାନୀ ଆଉ ୫.୮୨%ର ଶେୟାର ଜାରି କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ପିଏଫ୍‌ଏଲ୍‌ ଆଣିବ ଆଉ ଏକ ଏଫ୍‌ପିଓ

ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌)ର ୨୧ ପ୍ରମୋଟରଙ୍କ ଉପରେ ଷ୍ଟକ୍‌ ଏକ୍ସଚେଞ୍ଜ କଟକଣା ଲଗାଇଛି। ଏପରିକି ପତଞ୍ଜଳି ପ୍ରମୋଟରଙ୍କ ଶେୟାର ଫ୍ରିଜ୍‌ କରିବା ପରେ କମ୍ପାନୀ ଆଉ ଏକ ଫଲୋ-ଅନ୍‌ ପବ୍ଲିକ୍‌ ଅଫର(ଏଫ୍‌ପିଓ) ଆଣିବାକୁ ଯାଉଛି ବୋଲି ବାବା ରାମଦେବ କହିଛନ୍ତି। ଏ ନେଇ ଚଳିତ ବର୍ଷ ଏପ୍ରଲି ମାସରୁ କମ୍ପାନୀ ଆବଶ୍ୟକ ପଦକ୍ଷେପ ଓ ପ୍ରକ୍ରିୟା ଆରମ୍ଭ କରିବ ବୋଲି ରାମଦେବ ମତବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀ ତା’ର ପବ୍ଲିକ୍‌ ଶେୟାର ହୋଲ୍‌ଡିଂକୁ ୨୫%କୁ ବଢ଼ାଇବା ଦିଗରେ ମଧ୍ୟ ଆବଶ୍ୟକ କାର୍ଯ୍ୟ କରୁଛି। ଏପରିକି ନିବେଶକମାନେ ଆଶଙ୍କା କରିବାର କୌଣସି କାରଣ ନାହିଁ ବୋଲି ରାମଦେବ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ନିୟାମକଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ପିଏଫ୍‌ଏଲ୍‌ର କାର୍ଯ୍ୟଧାରାରେ କୌଣସି ପ୍ରଭାବ ପଡ଼ିବନାହିଁ। ସେହିପରି ପତଞ୍ଜଳି ଗ୍ରୁପ୍‌ ଦ୍ୱାରା ଏହା ପରିଚାଳିତ ହେଉଥିବାର ବିତରଣ, ବାଣିଜ୍ୟ ସମ୍ପ୍ରସାରଣ, ଲାଭ ଏବଂ ପ୍ରଦର୍ଶନ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ରାମଦେବ ନିବେଶକଙ୍କୁ ଭରସା ଦେଇଛନ୍ତି। ଅପରପକ୍ଷରେ କମ୍ପାନୀର ୬% ଅଂଶଧନ ପବ୍ଲିକ୍‌ଙ୍କ ନିକଟକୁ ହସ୍ତାନ୍ତର କରିବୁ। ତେବେ ବଜାର ପ୍ରଭାବିତ ଥିବାରୁ ଏହା ବିଳମ୍ବ ହୋଇଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବା ପରେ ୨୦୨୩ ଏପ୍ରିଲରେ ଏଫ୍‌ପିଓ ନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାମଦେବ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri