ବୋମାମାଡ଼ ପରେ ଉତ୍ତେଜନା

ବ୍ରହ୍ମପୁର ଅଫିସ,୧୬ା୩: ଗଞ୍ଜାମ ଜିଲା ଫୁଲଟା ଗାଁରେ ୨ଜଣଙ୍କ ଘର ଉପରକୁ ବୋମାମାଡ ହୋଇଛି। କୋଠଘର ଦାୟିତ୍ୱ ହସ୍ତାନ୍ତରକୁ ନେଇ ଗୋଷ୍ଠୀ ବିବାଦରୁ ଏଭଳି ଘଟଣା ଘଟିଛି। ୧୫ରୁ ୧୬ଜଣ ଯୁବକ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଧରି କୋଠଘର ପୂର୍ବତନ ସଭାପତି ସତ୍ୟ ନାରାୟଣ ପ୍ରଧାନ ଏବଂ ଗାଁ ମୁଖିଆ ରାମ ଶାସମଲଙ୍କ ଘର ଉପରକୁ ବୋମା ପକାଇ ଆତଙ୍କ ଖେଳାଇଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି। ଦୁହିଁଙ୍କ ଅଭିଯୋଗକୁ ନେଇ ନିମଖଣ୍ଡି ଥାନାରେ ଦୁଇଟି ପୃଥକ୍‌ ମାମାଲା (ନଂ. ୮୩/୨୩ ଓ ୮୪/୨୩) ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ୫ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ପୁଲଟା ଗ୍ରାମ ଚର୍ଚ୍ଚା ସାହିର ପିଙ୍କୁ ପ୍ରଧାନ(୨୭), ଗଙ୍ଗା ସାସମଲ (୨୫), ଲିଙ୍ଗରାଜ ସାସମଲ (୩୦), ଗଣେଶ ଚର୍ଚ୍ଚା (୨୨), ପପୁ ପ୍ରଧାନ (୨୯)। ଗୁରୁବାର ସେମାନଙ୍କୁ ମାମଲା ନମ୍ବର ୮୩/୨୩ ରେ କୋର୍ଟଚାଲାଣ କରାଯାଇଛି। ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା, ଗୋଟିଏ ବାଇକ୍‌, ଫୁଟିଯାଇଥିବା ବୋମାର ଅଂଶ ପୋଲିସ ଜବତ କରିଥିଲା।

ସେହିପରି ଦ୍ୱିତୀୟ ମାମଲାରେ ପୋଲିସ ସେମାନଙ୍କ ବିରୋଧରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦାଖଲ କରିବ ବୋଲି କହିଛି। ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ସେଠାରେ ୨ପ୍ଲାଟୁନ୍‌ ଫୋର୍ସ ପଇଁତରା ମାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri