Posted inଖେଳ

ସାମିଙ୍କ ୟୁଏସ୍‌ଏ ଭିଜା ରଦ୍ଦ, ବିସିସିଆଇର ହସ୍ତକ୍ଷେପ

ଟୋକିଓ,୨୭।୭(ପି.ଟି.)- ଖରାପ ପୋଲିସ ରେକର୍ଡ ଯୋଗୁ ଭାରତୀୟ ପେସର ମହମ୍ମଦ ସାମିଙ୍କ ଆମେରିକା ଭିଜାକୁ ପ୍ରାଥମିକ ଭାବେ ରଦ୍ଦ କରାଯାଇଥିଲା। ଫଳରେ ସାମି ଭାରତୀୟ ଦଳ ସହ ଆମେରିକା ଗସ୍ତ ନ କରି ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ହସ୍ତକ୍ଷେପ ଯୋଗୁ ସାମି ଲଜ୍ଜିତ ହେବାରୁ ବଞ୍ଚିଯାଇଛନ୍ତି। ତାଙ୍କ ଭିଜା ଆବେଦନ ପତ୍ରରେ ପୋଲିସ ରିପୋର୍ଟ ସମ୍ପୂର୍ଣ୍ଣ ନ ଥିବାରୁ ପ୍ରାଥମିକ ଭାବେ ମୁମ୍ବାଇସ୍ଥିତ ଆମେରିକା ଦୂତାବାସ ନାକଚ କରିଦେଇଥିଲା। ସାମିଙ୍କ ନାମରେ ଯୌତୁକ ନିର୍ଯାତନା (୪୯୮ଏ) ଓ ଯୌନ ଉତ୍ପୀଡ଼ନା (୩୫୪ଏ) ମାମଲା ରହିଛି। ଏଥିଯୋଗୁ ବିସିସିଆଇକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବିସିସିଆଇ କାର୍ଯ୍ୟାଳୟ ପକ୍ଷରୁ ଦେଶ ପାଇଁ ସାମିଙ୍କ ସଫଳତାର ତାଲିକା ପ୍ରଦାନ କରାଯିବା ସହ ସମ୍ପୂର୍ଣ୍ଣ ପୋଲିସ ରିପୋର୍ଟ ଦିଆଯାଇଥିଲା। ଏହାପରେ ସାମିଙ୍କ ଭିଜାକୁ ସ୍ବୀକୃତି ମିଳିଛି। ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୯ ତାରିଖରେ ମୁମ୍ବାଇରୁ ଆମେରିକା ଯାତ୍ରା କରିବ। ସେଠାରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳିବ। ପ୍ରଥମଟି ଲୌଡେରହିଲ୍‌ ଓ ଦ୍ୱିତୀୟ ମ୍ୟାଚ୍‌ ଫ୍ଲୋରିଡାରେ ଖେଳାଯିବ। ତେବେ ଭାରତୀୟ ଟି୨୦ ଦଳରେ ସାମିଙ୍କୁ ସ୍ଥାନ ମିଳିନାହିଁ। ହେଲେ ଟିମ୍‌ ଇଣ୍ଡିଆ ଜାମାଇକାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ଆମେରିକା ଦେଇ ଭାରତ ଫେରିବ। ଏଥିଯୋଗୁ ତାଙ୍କୁ ଆମେରିକା ଭିଜା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri