Posted inଖେଳ

ଅଲିମ୍ପିକ ପ୍ରସ୍ତୁତି: ମସାଲାଯୁକ୍ତ, ମିଠା ଖାଦ୍ୟ ମନା

ନୂଆଦିଲ୍ଲୀ,୨୪ା୭(ପି.ଟି.):ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ ୨୦୨୦ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଖେଳାଳିମାନଙ୍କ ଖାଦ୍ୟରେ ପରିବର୍ତ୍ତନ କରାଯାଇଛି। ସେମାନଙ୍କୁ ମସାଲାଯୁକ୍ତ ଏବଂ ମିଠାଯୁକ୍ତ ଖାଦ୍ୟ ନ ଖାଇବା ଲାଗି ପରାମର୍ଶ ଦିଆଯାଇଛି। ଗତମାସରେ ଜାପାନର ହିରୋସୀମାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ସିରିଜ ଫାଇନାଲ୍ସରେ ଚାମ୍ପିୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ ବେଶ ଦୃଢ଼ ରହିଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସର ଅନ୍ତିମ ପର୍ଯ୍ୟାୟରେ ଭାଗନେବାକୁ ଥିବା ଏହି ଦଳ ଏବେ ଜୋର୍‌ଦାର ଅଭ୍ୟାସ ଜାରି ରଖିଛି। ଦଳର ଅଧିନାୟିକା ରାଣୀ ରାମପାଲ କହିଛନ୍ତି ଯେ, ସେ ଯେତେ ଭାରତୀୟ ମହିଳା ହକି ଦଳ ଦେଖିଛନ୍ତି ତାହା ମଧ୍ୟରୁ ଏହି ଦଳ ସବୁଠୁ ଫିଟ୍‌। ସେହିପରି ସାଇଣ୍ଟିଫିକ୍‌ ଆଡଭାଇଜର ଓ୍ବେନ୍‌ ଲୋମ୍ବାର୍ଡଙ୍କୁ ସେ ପ୍ରଶଂସା କରିବା ସହ ସେ ପ୍ରତ୍ୟେକ ଖେଳାଳିଙ୍କ ଫିଟ୍‌ନେସ୍‌ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି ବୋଲି ରାଣୀ କହିଛନ୍ତି। ଆହୁରି ମଧ୍ୟ ପ୍ରତ୍ୟେକ ଖେଳାଳି ତାଙ୍କ ଡାଏଟ୍‌ ପ୍ଲାନ ଅନୁଯାୟୀ ଖାଦ୍ୟ ଖାଉଛନ୍ତି। ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଆମକୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ପଡ଼ିବ। ମାତ୍ର ଖେଳାଳିମାନେ ମିଠା, ଚକୋଲେଟ, ମସାଲାଯୁକ୍ତ ଏବଂ ତୈଳାକ୍ତ ଖାଦ୍ୟ ନ ଖାଇବାକୁ ଓ୍ବେନ୍‌ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଖେଳାଳି ସନ୍ତୁଳିତ ଆହାର ଖାଉଛନ୍ତି ଏବଂ ବେଶ ଆରାମ ଅନୁଭବ କରୁଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଅଲିମ୍ପିକରେ ଅଂଶଗ୍ରହଣ କରି ୪ର୍ଥ ସ୍ଥାନ ଅଧିକାର କରିଥିଲା। ଯାହା ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ତେବେ ଏହାର ୩୬ ବର୍ଷ ପରେ ଭାରତୀୟ ମହିଳା ଦଳ ରିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ୧୨ତମ ସ୍ଥାନରେ ରହିଥିଲା। ରିଓ ଅଲିମ୍ପିକ୍ସରେ ଭାରତ ପ୍ରତିଯୋଗିତାର ସ୍ତର ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ ଏଥିରୁ ଅନେକ କିଛି ଶିକ୍ଷାଲାଭ କରିଛି। ଏହାପରେ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ଓ ଏଥର ପ୍ରତି ଖେଳାଳି ଭଲ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ରାଣୀ କହିଛନ୍ତି। ପ୍ରଥମେ ଦଳ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ପ୍ରୟାସ କରିବ ଓ ସଫଳ ହେବ ବୋଲି ରାଣୀ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ମହିଳା ଦଳ ନିକଟରେ ଚଳିତଥର ଅଲିମ୍ପିକ ମେଡାଲ ଜିତିବାର ଯଥେଷ୍ଟ କ୍ଷମତା ରହିଛି ବୋଲି ସେ କହିଛନ୍ତି। ଭାରତୀୟ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳି ହିମା ଦାସ ଓ ଦୂତୀ ଚାନ୍ଦଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ନେଇ ପ୍ରଭାବିତ ହୋଇଛନ୍ତି। ହିମା ନିକଟରେ ଦେଶ ଲାଗି ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୂତୀ ଲୌରେଲ ଜିତିଛନ୍ତି। କ୍ରୀଡ଼ାରେ ଭାରତୀୟ ମହିଳାମାନେ ଉନ୍ନତ ପ୍ରଦର୍ଶନ କରୁଥିବାବେଳେ ହକିରେ ମଧ୍ୟ ଦଳ ପଛରେ ରହିବ ନାହିଁ ବୋଲି ରାଣୀ କହିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଶିବିର ସମ୍ପର୍କରେ ରାଣୀ କହିଛନ୍ତି ଯେ, ଏହି ଶିବିରରେ ଟେକ୍ନିକାଲ ବିଷୟ ସହ ଦଳର ଏକତା, ଅନ୍‌ ଫିଲ୍ଡ ଓ ଅଫ୍‌ ଫିଲ୍ଡ ନିଷ୍ପତ୍ତି ନେବା ସମ୍ପର୍କରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କିମ୍ବଦନ୍ତୀ ଡିଫେଣ୍ଡର ଫରଗସ୍‌ କାଭାନାଘଙ୍କ ସହ ଡିଫେଣ୍ଡରମାନଙ୍କର ଏକ ଶିବିର ଅନୁଷ୍ଠିତ ହୋଇଯାଇଛି ଯାହା ବେଶ ସଫଳ ହୋଇଛି। ଦଳ ଏବେ ଶିବିରରେ ଡିଫେନ୍ସ, ଆଟାକ, ପେନାଲ୍ଟି କର୍ନର ଏବଂ ଟିମ ବଣ୍ଡିଂ ଉପରେ କାର୍ଯ୍ୟ କରୁଛି ବୋଲି ରାଣୀ ସୂଚନା ଦେଇଛନ୍ତି। ସେହିପରି ଅନ୍‌ଫିଲ୍ଡ ଓ ଅଫ୍‌ଫିଲ୍ଡ ନିଷ୍ପତ୍ତି କିଭଳି ଶୀଘ୍ର ନେଇ ହେବ ତାହା ଉପରେ ଦଳ ଶିକ୍ଷା ନେଉଛି ବୋଲି ସେ କହିଛନ୍ତି। ଆସନ୍ତା ମାସରେ ଭାରତ ଟୋକିଓରେ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏହି ଟୁର୍ନାମେଣ୍ଟରେ ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ ରହିଛନ୍ତି। ଏହାପରେ ଭାରତ ଇଂଲଣ୍ଡ ସହ ଏକ ଟେଷ୍ଟ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଜରଙ୍ଗ ପୁନିଆ ସାମୟିକ ବାସନ୍ଦ

ନୂଆଦିଲ୍ଳୀ,୫ା୫: ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ରେସ୍‌ଲର ବଜରଙ୍ଗ ପୁନିଆଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ସାମୟିକ ବାସନ୍ଦ କରାଯାଇଛି। ଜାତୀୟ ଟ୍ରାଏଲ୍ସ...

ମହିଳା ଟି୨୦ ବିଶ୍ୱକପ୍‌: ଗୋଟିଏ ଗ୍ରୁପ୍‌ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ

ଦୁବାଇ, ୫ା୫:ଚଳିତବର୍ଷ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଂଲାଦେଶରେ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ୯ମ ସଂସ୍କରଣ ଅନୁଷ୍ଠିତ ହେବ। ରବିବାର ଅନ୍ତର୍ଜାତୀୟ କ୍ରିକେଟ...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri