ଗାଁ ମାଟିରୁ ଅର୍ଥ ସାଉଁଟୁଛନ୍ତି ନଡିଆ ତୋଳାଳୀ ବୈକୁଣ୍ଠ

ଓଡ଼ଗାଁ ,୨୩।୭(ଆଦର୍ଶ କୁମାର ପଟ୍ଟନାୟକ)-ଗ୍ରାମର ଅନ୍ୟମାନଙ୍କ ଭଳି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ରୋଜଗାର କରିବାକୁ ଉଚିତ ମନେ କଲେନି ସେ। ଗଁ। ରେ ରହି ଅର୍ଥ ଉପାର୍ଜନ କରି ପରିବାର ସଦସ୍ୟଙ୍କ ସୁଖଦୁଃଖରେ ସାମିଲ ହେବାକୁ ସେ ମନସ୍ଥ କଲେ। ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ ପାସ ହୋଇଥିବାବେଳେ ତାହା ତାଙ୍କ କର୍ମ ଚଞ୍ଚଳ ଜୀବନରେ ବାଧକ ସୃଷ୍ଟି କରି ପାରିନି। ନିଜର ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ଏବେ ମାସକୁ ୨୫ ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେ ହେଲେ ନୟାଗଡ ଜିଲା ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଲଣ୍ଡାବାଦୁ ଗ୍ରାମର ବୈକୁଣ୍ଠ ପ୍ରଧାନ(୪୨) ା ମା’ବାପାଙ୍କ ସାନ ପୁଅ ବୈକୁଣ୍ଠ। ପାଠ ପଢା ନାମକୁ ମାତ୍ର ଥିଲା ବେଳେ ପିଲାବେଳୁ ବାପାଙ୍କୁ ଚାଷ କାମରେ ସହଯୋଗ କରି ଯୁବାବସ୍ଥାରେ ପହଞ୍ଚତ୍ଥିଲେ । ବିବାହ ବନ୍ଧନରେ ଆବଦ୍ଧ ହୋଇ ଗ୍ରାହ୍ୟସ୍ଥ ଜୀବନାରମ୍ଭ କଲେ। ଧିରେ ଧିରେ ପରିବାର ସଦସ୍ୟଙ୍କ ସଂଖ୍ୟା ବଢିବାରୁ ରୋଜଗାର ଚିନ୍ତା ବଢିଲା। ମା, ବାପା, ସ୍ତ୍ରୀ ଓ ଦୁଇ ଝିଅଙ୍କ ଦାୟିତ୍ୱ ମୁଣ୍ଡ ଉପରେ ପଡିଲା। ସୁନାମୁହିଁରେ ଥିବା ଆଇସି କ୍ରିମ ଫ୍ୟାକ୍ଟ୍ରିରୁୁ ଆଇସ କ୍ରିମ ଆଣି ଗାଁ ଗାଁ ସାଇକେଲରେ ବୁଲାଇ ବିକ୍ରି କରୁଥିଲେ ା ସେ ଦୈନିକ ହଜାରେ ବାରଶ ଟଙ୍କାର ଆଇସକ୍ରିମ ବିକ୍ରି କଲେ ସେଥିରୁ ମାତ୍ର ୩୦୦ ରୁ ୩୫୦ ଟଙ୍କା ପାରିଶ୍ରମିକ ବାବଦକୁ ପାଉଥିଲେ। ଫଳରେ ସେ ଆଇସ କ୍ରିମ ବିକ୍ରି ସହିତ କେତେକ ଗ୍ରାମକୁ ଯାଇ ନଡିଆ ଗଛ ଚଢି ନଢିଆ ତୋଳି ଆଉ କିଛି ଅର୍ଥ ଉପାର୍ଜନ କରୁଥିଲେ। ଏଥିନିମନ୍ତେ ତାଙ୍କୁ ବିପଦଜନକ ସ୍ଥିତିରେ ନଡିଆ ଗଛ ଚଢିବାକୁ ପଡୁଥିବା ବେଳେ ଶାରିରୀକ ପରିଶ୍ରମ ମଧ୍ୟ କରିବାକୁ ପଡୁଥିଲା ା ଦିନରେ ଗୋଟିଏ ଦୁଇଟି ଗଛ ଚଢିଲାପରେ ଆଉ ଅଧିକ ପାଇଁ ସେ ସାହାସ ଜୁଟାଇ ପାରୁନଥିଲେ । ଏହି ସମୟରେ ଆଇସ କ୍ରିମ ଫ୍ୟାକ୍ଟ୍ରିରୁ ଫ୍ରିଜ୍‌ ସଂଲଗ୍ନ ଆଇସକ୍ରିମ ଗାଡି ପାଇଲେ ା ତା’ ସାଙ୍ଗକୁ ଲୁଣି ଗ୍ରାମର ଜନୈକ ବ୍ୟକ୍ତି ତାଙ୍କର୍‌ ନଡିଆ ଗଛ ଚଢିବା ଆଗ୍ରହ ଦେଖି ତାଙ୍କୁ ଗୋଟିଏ ମାନୁଏଲ ନଡିଆ ଗଛ ଚଢିବା ଯନ୍ତ୍ର ପ୍ରଦାନ କରିଥିଲେ ା ଏହାଦ୍ୱାରା ସେ ଏକରକମ ରୋଜଗାରର ମାଧ୍ୟମଟିଏ ପାଇ ସାରିଥିବା ଅନୁଭବ କରିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କ ପ୍ରତି ସେ ଚିର କୃତଜ୍ଞତା ପ୍ରକାଶ କରିଥିଲେ ା କିଛି ଦିନ ଆଇସକ୍ରିମ ଗାଡି ସହିତ ନଡିଆ ଗଛ ଚଢିବା ଯନ୍ତ୍ର ବାନ୍ଧି ଆଇସ କ୍ରିମ ବିକିବା ସାଙ୍ଗକୁ ଲୋକଙ୍କ ଚାହିଦା କ୍ରମେ ନଡିଆ ଗଛରେ ଚଢି ନଡିଆ ତୋଳିଲେ । ଏଥିସହିତ ନଡିଆ ଗଛ ଝାଡିବା ଏବଂ ଗଛ ଉପରେ ଲୁଣ ସାର ଆଦି ଦେବାରେ ତାଙ୍କର ରୋଜଗାରରେ ଉନ୍ନତି ପରିଲକ୍ଷିତ ହେଲା। ଫଳରେ ସେ ପ୍ରାୟ ବର୍ଷେ ହେଲା ଆଇସକ୍ରିମ ବେପାର ଛାଡି ଗାଁ କୁ ଗାଁ ବୁଲି ଯନ୍ତ୍ର ସାହାଯ୍ୟରେ ଗଛରେ ଚଢି ଭଲ ରୋଜଗାର କରିବା ସହିତ ଏକ ବିଦ୍ୟା ହାସଲ କରି ପାରିଛନ୍ତି। ଦୈନିକ ସେ ୧୦ରୁ ୧୨ ନଡିଆ ଗଛ ଚଢୁଥିବା ବେଳେ ଏଥି ନିମନ୍ତେ ସେ ପ୍ରତି ଗଛ ପିଛା ଶହେ ଟଙ୍କା ପାରିଶ୍ରମିକ ସହିତ ଗୋଟିଏ ନଡିଆ କିମ୍ବା ପଇଡ ଦାବି କରିଥାନ୍ତି ା ଫଳରେ ଏହି ବାବଦରେ ସେ ଦିନକୁ ହଜାରେ ଟଙ୍କାରୁ ବାରଶ ପଯର୍‌ୟନ୍ତ ନିଶ୍ଚିତ ରୋଜଗାର କରିଥାନ୍ତି ା ମାସିକ ୨୫ ରୁ ୩୦ ହଜାର ଟଙ୍କା ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ ା ଏଥିପାଇଁ ସେ ସକାଳୁ ନିତ୍ୟକର୍ମ ସାରି ଘରେ ପେଟପୂରା ପଖାଳ ଖାଇ ମୋପେଡରେ ନଡିଆ ଗଛ ଚଢିବା ଯନ୍ତ୍ର ବାନ୍ଧି ଗନ୍ତବ୍ୟ ପଥରେ ବାହାରିଯାନ୍ତି ା ସେ ନିଜେ ପ୍ରସ୍ତୁତ କରିଥିବା ରୋଡ ମ୍ୟାପ ଅନୁସାରେ ପଡୋଶୀ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ, ନୟାଗଡ ଜିଲାର ବାହାଡ଼ାଖୋଲା ଓ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇଥାନ୍ତି ା ଏପରିକି ଲୋକଙ୍କ ଫୋନ କଲପାଇ ସେଠାରେ ପହଞ୍ଚତ୍ ତାଙ୍କର ନଡିଆ ଗଛରେ ଚଢି ସମସ୍ତ କାଯର୍‌ୟ ସମ୍ପାଦନ କରି ଲୋକଙ୍କ ଆଦର ସାଉଁଟି ଲୋକପ୍ରିୟ ହୋଇପାରିଛନ୍ତି ା ଥରେ ସେ ଘରୁ ବାହାରିଲେ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି। ମଧ୍ୟାହ୍ନ ଭୋଜନ କୌଣସି ଗଁାରେ ହିଁ କରିବାକୁ ପଡିଥାଏ। ରାତ୍ରି ଭୋଜନ ପରିବାର ସହିତ କରିଥାନ୍ତି ା ସେ ତାଙ୍କ ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ପରିବାରର ଉତ୍ତମ ସ୍ବାସ୍ଥ୍ୟ ପ୍ରତି ସେ ବେଶ ସଚେତନ ବୋଲି ବୈକୁଣ୍ଠ କହିଥିଲେ ା ରୋଜଗାର କରିବାକୁ ନିଜ ଗାଁ ମାଟିରେ ପଯର୍‌ୟାପ୍ତ ସୁବିଧା ସୁଯୋଗ ରହିଥିବା ବେଳେ ଏସବୁର କୌଶଳ ହାସଲ କରି ସଫଳ ହେବା ନିମନ୍ତେ ସେ ଯୁବ ପିଢିଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri