ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା ପ୍ରଶାସନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ନୋ ପାର୍କିଂ ଏବଂ ନୋ ଭେଣ୍ଡିଂ ଜୋନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ବୁଧବାରଠାରୁ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଭକ୍ତମାନେ ଦର୍ଶନ ସାରି ଉତ୍ତର ଦ୍ୱାର, ଦୋଳବେଦି ଦେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡ଼ଦାଣ୍ଡକୁ ବାହାରୁଛନ୍ତି।
ମଙ୍ଗଳବାର ନିଆଯାଇଥିବା ନିଷ୍ପତ୍ତି ମୁତାବକ, ମନ୍ଦିର ଚାରିପାଖରେ କୌଣସି ଭେଣ୍ଡିଂ ଜୋନ୍‌ ରହିବ ନାହିଁ। ୱାନ୍‌ୱେରେ କେହି ଜରିପାଲ ଟାଣିପାରିବେ ନାହିଁ କିମ୍ବା ଉଠାଦେକାନୀ ବସିପାରିବେ ନାହିଁ। ମନ୍ଦିର ଚାରିପାଖ ଏବଂ ସିଂହଦ୍ୱାର ସମ୍ମୁଖରେ କୌଣସି ଚାରିଚକିଆ ଓ ଦୁଇଚକିଆ ଗାଡ଼ି ପାର୍କିଂ ହେବ ନାହିଁ। ସେବାୟତଙ୍କ ଲାଗି ମନ୍ଦିର ନିକଟରେ ପାର୍କିଂ ବ୍ୟବସ୍ଥା ରହିବ। ପ୍ରୋଟୋକଲରେ ଆସୁଥିବା ଭିଆଇପିଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଭିଆଇପିଙ୍କ ଗାଡ଼ି ମଧ୍ୟ ସିଂହଦ୍ୱାର ନିକଟରେ ପାର୍କିଂ କରାଯିବ ନାହିଁ। ଭକ୍ତଙ୍କ ଯା’ଆସ ଲାଗି ମନ୍ଦିର ଚତୁଃପାର୍ଶ୍ୱକୁ ମୁକ୍ତ କରାଯିବ। କୌଣସି ଦୋକାନୀ ସେଠାରେ ବସିପାରିବେ ନାହିଁ। ବୁଧବାରଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ବାରିକେଡ଼ ପକାଇ ଘେରାଇ ଦିଆଯାଇଛି। କେବଳ ଲୁଗାପଟି ପାର୍ଶ୍ୱରେ ୧୦/୧୫ ଫୁଟ ଚଉଡ଼ାର ରାସ୍ତା ଛାଡ଼ି ଦିଆଯାଇଛି। ଏହି ବାଟ ଦେଇ ବାଇକ୍‌ ଏବଂ ଲୋକେ ଚାଲି ଚାଲି ଯିବା ଆସିବା କରୁଛନ୍ତି। ଫଳରେ ଅଧିକାଂଶ ସମୟ ଏହି ସଂକୀର୍ଣ୍ଣ ରାସ୍ତା ଜାମ୍‌ ରହୁଛି। ଜଗନ୍ନାଥବଲ୍ଲଭ ପାର୍କିଂରୁ ବରିଷ୍ଠ ନାଗରିକଙ୍କୁ ଆଣି ଆସୁଥିବା ଗାଡ଼ିି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବାରିକେଡ଼ ପର୍ଯ୍ୟନ୍ତ ଆସୁଛି। ସେଠାରେ ବରିଷ୍ଠ ନାଗରିକମାନେ ଓହ୍ଲାଇ ବାରିକେଡ଼ ଡେଇଁ ସିଂହଦ୍ୱାର ପାର୍ଶ୍ୱରେ ଥିବା ଗାଡ଼ିରେ ବସି ମନ୍ଦିର ନିକଟକୁ ଆସୁଛନ୍ତି।
ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବସୁଥିବା ଉଠାଦୋକାନୀମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ବୁଧବାର ଏମାନେ ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଭେଟି ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ ଜଣାଇଛନ୍ତି। ସେମାନେ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ଆମମାନଙ୍କ ଅଗୋଚରରେ ପ୍ରଶାସନ ହଠାତ୍‌ ଏଭଳି ନିଷ୍ପତ୍ତି ନେଇଛି। ବୁଧବାର ସକାଳୁ ଆମକୁ ଦୟନୀୟ ଭାବେ ଉଠାଇ ଦିଆଯାଇଛି। ବିଭିନ୍ନ ଯାନିଯାତ୍ରା ସମୟରେ ଦୋକାନକୁ ଉଠାଇ ନେଇ ଆମେ ପ୍ରଶାସନକୁ ସହଯୋଗ କରିଥାଉ। କିନ୍ତୁ ଏହି ନିଷ୍ପତ୍ତି ଦ୍ୱାରା ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର ହୋଇପଡ଼ିବ। ତେଣୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବାକୁ ସେମାନେ ଗୁହାରି ଜଣାଇଛନ୍ତି।
ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଶ୍ରୀମନ୍ଦିର ହେଉଛି ବିଶ୍ୱବିଖ୍ୟାତ ମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନକରି ଭଲ ଅନୁଭୂତି ନେଇ ଫେରିବେ ସେଥିଲାଗି ସିଂହଦ୍ୱାର ଅଞ୍ଚଳକୁ ଫ୍ରି ଜୋନ୍‌ କରାଯାଇଛି। ଏ ନେଇ ବିଭିନ୍ନ ବର୍ଗର ଲୋକ, ଉଠାଦୋକାନୀ ଓ ସ୍ଥାନୀୟ ସାହିର ସ୍ବେଚ୍ଛାସେବୀଙ୍କ ସହ ଆଲୋଚନା ହୋଇଛି। ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ଉଠାଦୋକାନୀ ବସିବା ଫଳରେ ଭକ୍ତଙ୍କ ଯିବା ଆସିବାରେ ଅସୁବିଧା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ପ୍ରଭାବିତ ଉଠାଦୋକାନୀଙ୍କ ମତାମତ ନିଆଯାଇ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଫ୍ରି ଜୋନ ମଧ୍ୟରେ ଥିବା ଦୋକାନଗୁଡ଼ିକ ସମ୍ବନ୍ଧରେ ମଧ୍ୟ ତଥ୍ୟ ସଂଗ୍ରହ ଚାଲିଛି। ସେମାନଙ୍କ ଦୋକାନରେ କେତେଜଣ କର୍ମଚାରୀ ଅଛନ୍ତି, ଗାଡ଼ି ପାର୍କିଂ ଆଦି ସବୁ ବିଷୟକୁ ନଜର ରଖାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ଯେପରି କେହି ବସିପାରିବେ ନାହିଁ ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ପରିକ୍ରମା ମାର୍ଗକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯିବ ବୋଲି ଉପଜିଲାପାଳ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ: ୪ ବର୍ଗଙ୍କୁ ଫୋକସ୍‌

ଭୁବନେଶ୍ୱର,୫।୫: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା...

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri