Posted inରାଜ୍ୟ

ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ମଙ୍ଗଳବାର ପୁନର୍ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି। ସେହିପରି ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜକିଶୋର ଦାସ, ଧ୍ରୁବଚରଣ ସାହୁ, ବେଙ୍ଗାଲୁରର ଏସିଆନ୍‌ ନେଚର କନ୍‌ଜରଭେଶନ୍‌ ଫାଉଣ୍ଡେଶନର ପ୍ରଫେସର ଆର୍‌. ସୁକୁମାର, ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସରୋଜ କୁମାର ପଟ୍ଟନାୟକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେଶନ୍‌ ଟ୍ରଷ୍ଟର ଡ. ରଜନୀକାନ୍ତ ଜେନା, ଭାରତ ସରକାରଙ୍କ ପୂର୍ବତନ ଜଙ୍ଗଲ ବିଭାଗ ମୁଖ୍ୟ ମହାନିର୍ଦ୍ଦେଶକ ପି. ଆର୍‌. ମହାନ୍ତି, ନ୍ୟାଶନାଲ୍‌ ଟାଇଗର କନ୍‌ଜରଭେଶନ୍‌ ଅଥରିଟିର ପୂର୍ବତନ ସଦସ୍ୟ ସଚିବ ଡ. ଅନୁପ କୁମାର ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ପ୍ରିୟମ୍ବଦା ମହାନ୍ତି (ହେଜମାଦୀ), ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ପ୍ରଫେସର ଡ. ସୁଶୀଲ କୁମାର ଦତ୍ତ, ୱାଇଲ୍ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ବି. ସି. ଚୌଧୁରୀ, ଗଞ୍ଜାମ ଜିଲା ମୟୂର ସୁରକ୍ଷା କମିଟି ସଭାପତି ସମୀର କୁମାର ପ୍ରଧାନ, ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଡ. ବିଭାସ ପାଣ୍ଡବ ଏହି ପୁନର୍ଗଠିତ ବୋର୍ଡର ସଦସ୍ୟ ରହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାର ଇଟାମୁଣ୍ଡିଆର ଗୋପୀନାଥ ସିଂହ, କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲର ବରିକୁମ୍ପା ଗାଁ ନିବାସୀ ମଧୁସୂଦନ କଅଁର, କେନ୍ଦୁଝର ଜିଲା ମଣ୍ଡୁଆ ନିବାସୀ ମାନସିଂ ଦୁର୍ଗାପ୍ରସାଦ ନାୟକ, ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(କ୍ରାଇମ୍‌ବ୍ରାଞ୍ଚ), ସୈନ୍ୟବାହିନୀର ପ୍ରତିନିଧି, ପ୍ରାଣୀପାଳନ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶକ, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି, କୋଲକାତାସ୍ଥିତ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ଏବଂ ଗୋପାଳପୁରସ୍ଥିତ ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ମଧ୍ୟ ସଦସ୍ୟ ରୂପେ କାର୍ଯ୍ୟ କରିବେ।
ଏହି ବୋର୍ଡର ସଦସ୍ୟସଚିବ ରୂପେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଦାୟିତ୍ୱ ତୁଲାଇବେ। ବୋର୍ଡର କାର୍ଯ୍ୟକାଳ ତିନି ବର୍ଷ ହେବ। ସୂଚନାଯୋଗ୍ୟ, ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ବିଭାଗ-୭ ଆଧାରରେ ବନ୍ୟପ୍ରାଣୀ (ସୁରକ୍ଷା) ସଂଶୋଧନ ଆଇନ, ୨୦୦୨ର ବିଭାଗ-୬ ଅନୁଯାୟୀ ଏହି ବୋର୍ଡ ପୁନର୍ଗଠିତ ହୋଇ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଲାଭ କରିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri