ସୋସିଆଲ ମିଡିଆରୁ ସ୍ବାବଲମ୍ବୀ ଉଦିତ

କେନ୍ଦୁଝର, ୨୯ା୧୦(ଡି.ଏନ.ଏ.)- ଆଜିକାଲି ଯୁବପିଢ଼ିଙ୍କ ମନୋରଞ୍ଜନର ମାଧ୍ୟମ ହେଉଛି ସୋସିଆଲ ମିଡିଆ। ତେବେ ଏହା ଖାଲି ମନୋରଞ୍ଜନ ନୁହେଁ କାହାକୁ ଏହି ସୋସିଆଲ ମିଡିଆ ସ୍ବତନ୍ତ୍ର ପରିଚୟ ଦେଇଛି। ଏହାର ଉଦାହରଣ ହେଉଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ର। କେନ୍ଦୁଝର ସଦର ବ୍ଲକର ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିବା ଉଦିତ ନାରାୟଣ ମହାନ୍ତ ୟୁଟ୍ୟୁବ୍‌ ଦେଖି ତାକୁ ଏକ ଭଲ କାମରେ ଲଗାଇଛନ୍ତି। ସମଗ୍ର ଦେଶରେ କରୋନା ମହାମାରୀ ଜାରି ରହିଛି। ଏହାର ସଂକ୍ରମଣ ପାଇଁ ବହୁ ଲୋକ ନିଜର କାମଧନ୍ଦା ହରାଇଛନ୍ତି। କିନ୍ତୁ ଉଦିତ ସୋସିଆଲ ମିଡିଆରୁ କାମ ଶିଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ପ୍ରମାଣ କରିଛନ୍ତି ଯେ, ମଣିଷ ମନରେ ଥିବା ଅଦମ୍ୟ ଇଚ୍ଛା ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇବ।
ଉଦିତ୍‌ ୟୁଟ୍ୟୁବ୍‌ରୁ ଦେଖି ନିଜ ଘରେ ଅଳ୍ପ ଜାଗାରେ ମାଛ ଚାଷ କରିଛନ୍ତି। ତାଙ୍କ ଘର ସଦର ବ୍ଲକ କାଉଁରୀକଳାଠାରେ ଅବସ୍ଥିତ। କଲେଜ ବନ୍ଦ ଥିବାରୁ ବାହାରେ ନ ବୁଲି ଜୈବିକ ପଦ୍ଧତିରେ ମାଛ ଚାଷ ପାଇଁ ମନ ବଳାଇ ଏ ଦିଗରେ ଆଗେଇ ଆସିଛନ୍ତି। ନିଜ ଘରେ ଦଶ ହଜାର ଲିଟର ପାଣି କୁଣ୍ଡ ୨ଟି କରି ମାଛ ଯାଆଁଳା ଛାଡ଼ି ମାଛ ଚାଷ କରୁଛନ୍ତି। ୪ ରୁ ୫ ମାସ ମଧ୍ୟରେ ଦୁଇଟି କୁଣ୍ଡରୁ ପ୍ରାୟ ୮୦୦ କେଜି ମାଛ ପାଇବେ ବୋଲି ଉଦିତ ନାରାୟଣ ଆଶା ରଖିଛନ୍ତି। ଏଥିରୁ ମାଛ ଦାନା ଆଣ୍ଟିବାଇଓଟିକ୍‌ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାଦ ଭଲ ଦୁଇ ପଇସା ରୋଜଗାାର ହେବ ବୋଲି ସେ କହିଛନ୍ତି। ପୁଅର ଆଗ୍ରହ ଦେଖି ବାପା କେଶବ ମହାନ୍ତ ଏ ଦିଗରେ ଉଦିତଙ୍କୁ ଅର୍ଥ ସାହାଯ୍ୟ ସହ ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି। ପ୍ରଥମ ଥର ଚାଷରେ ଅଧିକ ଖର୍ଚ୍ଚ ହେଲେବି ପରବର୍ତ୍ତୀ ସମୟରେ ଏ ଖର୍ଚ୍ଚ କମିଯାଏ ବୋଲି ଉଦିତ ପ୍ରକାଶ କରିଛନ୍ତି। ଜୈବିକ ପଦ୍ଧତିରେ ମାଛ ଚାଷ ଆରମ୍ଭ କରି ଉଦିତ ଅନ୍ୟ ଯୁବକ ଓ ଛାତ୍ରମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ପ୍ରବୀଣ ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri