ଯୋଡ଼ାରେ ୧୮ ହାତୀଙ୍କ ଉପଦ୍ରବ: ଭାଙ୍ଗିଲେ ୩ ଘର

ଯୋଡ଼ା, ୧୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅନ୍ତର୍ଗତ ଜଜାଙ୍ଗଠାରେ ୧୮ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ୩ ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି। ବୁଧବାର ରାତିରେ ଏହି ହାତୀପଲ ଗୁରୁବେଡା ଜଙ୍ଗଲ ମଧ୍ୟରେ ଥିବା ପମ୍ପ ହାଉସ୍‌ ଭିତରେ ପଶିଥିଲେ। ପରେ ରାତିପ୍ରାୟ ୧୦ଟା ସମୟରେ ବାଲିବନ୍ଧ ଫରେଷ୍ଟ ଅନ୍ତର୍ଗତ କନକନା ଓ ଗୁଗୁଦୁରୀ ଅଭିମୁଖେ ଯାଇ ସେଠାରୁ ପୁଣି ବନ୍ଧୁଆବେଡା ଓ ଜଜାଙ୍ଗ ଅଭିମୁଖେ ଆସିଥିଲେ। ରାତି ପ୍ରାୟ ୧ଟା ସମୟରେ ହାତୀପଲ ଜଜାଙ୍ଗ ଅଞ୍ଚଳର ପୂର୍ଣ୍ଣ ନାଏକ, ଗିଡୁ ମାଝି ଓ ଟୁନିଆ ମାଝିଙ୍କ ଘର ଭାଙ୍ଗି ଦେଇଥିଲେ ଓ ଘରେ ରଖାଯାଇଥିବା ଧାନଚାଉଳକୁ ଖାଇ ଦେଇଥିବା ଜଣାପଡିଛି। ଖବର ପାଇ ଯୋଡା ବନପାଳ ପିଅନ ନାଏକ, ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ବେହେରା ଓ ଦୋଳ ଗୋବିନ୍ଦ ଦେଓ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିଥିଲେ। ଘରଭଙ୍ଗା ଯାଇଥିବା ଲୋକଙ୍କର ଲିଖିତ ଅଭିଯୋଗ ହେବା ପରେ ଆଇନ ଅନୁଯାୟୀ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଯୋଡା ବନପାଳ ନାଏକ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବୈତରଣୀ ସଂରକ୍ଷିତ ଜଙ୍ଗଲରେ ୭ ଟି ହାତୀ ଓ ଚିପିଣ୍ଡା ଜଙ୍ଗଲରେ ଗୋଟିଏ ହାତୀ ବିଚରଣ କରୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଖଣି ଗୁଡିକରେ ବାରୁଦ ବିସ୍ଫୋରଣ ଏବଂ ଜଙ୍ଗଲ ମଧ୍ୟରେ ଭାରିଯାନ ଚଳାଚଳ ତତ୍‌ସହିତ ବିଭିନ୍ନ ବଡ ବଡ ପ୍ରକଳ୍ପରେ ଶବ୍ଦ ପ୍ରଦୂଷଣ ଓ ଉଚ୍ଚ ଶକ୍ତି ସମ୍ପନ୍ନ ଆଲୋକ ହେତୁ ହାତୀପଲ ଜଙ୍ଗଲରେ ନ ରହି ପ୍ରତିଦିନ ସନ୍ଧ୍ୟା ହେଲେ ଯୋଡା ତଥା ଆଖପାଖ ଗ୍ରାମଗୁଡିକରେ ପ୍ରବେଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri