ଭାରତୀଙ୍କ ମୁହଁରେ ଫୁଟିଲା ହସ

ଭୁବନ, ୧୨।୩(ଡି.ଏନ.ଏ.) ବିବାହ ଆଗରୁ ନିଆଁ ସାଜିଲା ବଇରି। ନିଆଁରେ ଛାରଖାର ହୋଇଗଲା ସବୁକିଛି। ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡ଼ିଥିଲେ ପରିବାର। ହେଲେ ବଦାନ୍ୟ ବ୍ୟକ୍ତି ଏବଂ ସାମାଜିକ ସଙ୍ଗଠନ ସହଯୋଗର ହାତ ବଢ଼ାଇବା ପରେ ସବୁକିଛି ସୁରୁଖୁରୁରେ ସରିଛି। ନୂଆ ଜୀବନ ଆରମ୍ଭ କରିଛନ୍ତି ଭୁବନ ବ୍ଲକ ବାଉଁଶକଣ ଗ୍ରାମର ଭାରତୀ ପଧାନ। ଅନ୍ୟପଟେ ଝିଅକୁ ବିବାହ ଦେଇ ବେଶ୍‌ ଖୁସି ଅଛନ୍ତି ବାପା ବିଶ୍ୱନାଥ ପଧାନ ଏବଂ ପରିବାର ଲୋକେ।
ଫେବୃୟାରୀ ୨୮। ଏହି ଦିନ ବିଶ୍ୱନାଥଙ୍କ ପରିବାର ଉପରେ ଛିଣ୍ଡି ପଡ଼ିଥିଲା ଦୁଃଖର ପାହାଡ଼। ମଧ୍ୟରାତ୍ରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଗ୍ରାମର ୫ ପରିବାର ମୁହଁରୁ ଛଡ଼ାଇନେଲା ଖୁସି। ସବୁଠୁ ବେଶି ଦୁଃଖ ଅଜାଡ଼ି ହୋଇପଡ଼ିଥିଲା ବିଶ୍ୱନାଥଙ୍କ ପରିବାର ଉପରେ। କାରଣ ଝିଅ ଭାରତୀଙ୍କ ବିବାହ ଠିକ୍‌ ହୋଇ ସାରିଥିବାବେଳେ ମୂଲ୍ୟବାନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଖଟିଲେ ଖାଉଥିବା ବିଶ୍ୱନାଥଙ୍କ ପାଇଁ ଏହା କୌଣସି ଅଭିଶାପଠାରୁ କମ୍‌ ନ ଥିଲା। ଝିଅ ବିବାହ କିପରି ହେବ ତାହାକୁ ନେଇ ସେ ଚିନ୍ତାରେ ପଡ଼ିଥିଲେ। ଅନ୍ୟପଟେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ସାମାଜିକ ସଙ୍ଗଠନ ସହାୟତାର ହାତ ବଢ଼ାଇଥିଲେ। ଭାରତୀଙ୍କୁ ଭାବି ଶାଶୁଘରୁ ମିଳିଲା ଆଶ୍ୱାସନା। ଭାବି ବର ତଥା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଦଶରଥ ପ୍ରଧାନଙ୍କ ପୁଅ ଅକ୍ଷୟ ମଧ୍ୟ ନିରାଡ଼ମ୍ବର ଭାବେ ବିବାହ କରିବାକୁ ରାଜି ହୋଇଯାଇଥିଲେ। ବୁଧବାର ଭାରତୀ ଏବଂ ଅକ୍ଷୟଙ୍କ ବିବାହ ଶେଷ ହୋଇଛି। ଖୋର୍ଦ୍ଧା ଜିଲାର ନଖରା ଗ୍ରାମର ଲକ୍ଷେଶ୍ୱର ମହାଦେବ ସେବା ସଙ୍ଗଠନ ପକ୍ଷରୁ ଭାରତୀଙ୍କ ପାଇଁ ସମସ୍ତ ଆସବାବପତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିସହ ୨୦୦ ଜଣଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଏମ୍‌ପି ମହେଶ ସାହୁ, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ମହାସଚିବ ମାତୃପ୍ରସାଦ ମିଶ୍ର, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ନନ୍ଦକିଶୋର ସାହୁ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ସୁଧାକର ସାହୁ, ମଳୟ ତ୍ରିପାଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଭୁବନ ତୃପ୍ତି ପାଠାଗାରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri