ଶିଳ୍ପୀ ଅଶୋକ ମହାନ୍ତିଙ୍କୁ ସୃଜନ ସମ୍ମାନ

ପୁରୁଣା ଭୁବନେଶ୍ୱର,୬ା୬(ଡି.ଏନ.ଏ.): ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ କଳା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଜୀବନବ୍ୟାପୀ ଚିତ୍ର ଶିଳ୍ପୀ ଭାବେ ସାଧନା କ୍ଷେତ୍ରରେ ଅଶୋକ କୁମାର ମହାନ୍ତିଙ୍କୁ ଚଳିତବର୍ଷର ସୃଜନ ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ମୁଖ୍ୟଅତିଥି ଓଡ଼ିଶା ଲଳିତକଳା ଏକାଡ଼େମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଲଳିତକଳା ଏକାଡ଼େମୀର ପୂର୍ବତନ ସମ୍ପାଦକ ରବିନାରାୟଣ ରଥ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସୁବାସ ରଥ, ମହାବିଦ୍ୟାଳୟର ସଦସ୍ୟା କମଳିନୀ ରଥ ପ୍ରମୁଖ ଯୋଗଦେଇ ପୁରସ୍କୃତ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ନିରବଚ୍ଛିନ୍ନ କଳା ସାଧନା ଶିଳ୍ପୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ ବୋଲି ମତପ୍ରକାଶ କରିଥିଲେ। ଉତ୍ସବ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ, ଇଷ୍ଟର୍ଣ୍ଣ ଫାଉଣ୍ଡେଶନର ସଭାପତି ଓ ସମ୍ପାଦକ ଫାଉଣ୍ଡେଶନର କାର୍ଯ୍ୟଧାରା ଶିଳ୍ପୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ରହିବ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଦିଲ୍ଲୀର ମହମ୍ମଦ ନସିମ ଓ ଭୁବନେଶ୍ୱରର କେଶବ ଖାରାଙ୍କ ଶ୍ରେଷ୍ଠ ଚିତ୍ର ମାନ୍ୟତା ସହ ଉଭୟଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ଶ୍ରେଷ୍ଠ ଚିତ୍ର ଓ ଭାସ୍କର୍ଯ୍ୟ ମଧ୍ୟରେ ଓଡ଼ିଶାରୁ ସୁଶାନ୍ତ କୁମାର ସିଂସାମନ୍ତ, ସମରେନ୍ଦ୍ର ବେହେରା, ଅନିରୁଦ୍ଧ ଦାସ, ଦେବୀପ୍ରସାଦ ରାଉତ, ପବିତ୍ର ଦତ୍ତ, ଜୟଦ୍ରଥ ମଣ୍ଡଳ, ରାକେଶ ସିଂ, ନାଇଣ୍ଟିୱାନ ସରଫ, ପଶ୍ଚିମବଙ୍ଗରୁ ଭରତ ଦାସ, ସବିତା ବରୁଆ, ଦିଲୀପ ପାଲ, ବିପ୍ଲବ କର, ସୋମନାଥ ତାମ୍‌ଲି, ଚଣ୍ଡିଗଡ଼ରୁ ଲକ୍ଷ୍ମୀଧର ସିଂ, ଅଭିଶେକ ତିୱାରୀ, ଛତିଶଗଡ଼ରୁ ଅନୁପମା ଦେ, ଚିକାଙ୍ଗୁଲାରୁ ଲିଙ୍ଗାରାଜୁ ଏମ୍‌ଏସ୍‌, ଇନ୍ଦୋରରୁ ପରଭେଜ ଅହମ୍ମଦ, ସ୍ବପ୍ନିଲ ଜୈନ୍‌, ରାଜପାଲରୁ ଦୀକ୍ଷାନ୍ତ ରାଜପାଲ, ବିଶାଖାପାଟଣାରୁ କୋଟାରାଜ ସୁରେନ୍ଦ୍ର ପ୍ରମୁଖଙ୍କୁ କଳା କ୍ଷେତ୍ରରେ ଚତୁର୍ଥ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ‘ଲାଇନ୍ସ ଇଣ୍ଟରନାଲ’ ଶୀର୍ଷକ ଡ୍ରଇଁ କର୍ମଶାଳାରେ ଅନ୍ୟ ଶିଳ୍ପୀମାନଙ୍କ ସହ ଧଉଳି ଚାରୁକଳା ମହାବିଦ୍ୟାଳୟର ୫୦ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ସମସାମୟିକ ଡ୍ରଇଁର ଉତ୍କର୍ଷତା ପ୍ରତିପାଦିତ କରିଥିଲେ। ଅଧ୍ୟାପକ ଚନ୍ଦନ କୁମାର ସାମଲ, ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ବାଇଁ ଓ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସମ୍ପାଦକ ଦିଲୀପ କୁମାର ମଲ୍ଲିକ, ନୃସିଂହ ଚରଣ ଓଝା, ଦେବଦତ୍ତ ସାହୁ ଓ ଦେବବ୍ରତ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri