ଏଲ୍‌ଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ

ନୂଆଦିଲ୍ଲୀ,୪-୨: ଏଲଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଆସନ୍ତା ଆର୍ଥତ୍କ ବର୍ଷ ଏଲ୍‌ଆଇସିର ଆଇପିଓ ଆସିପାରେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏଲ୍‌ଆଇସି ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେଲେ ଏହା ଦ୍ୱାରା ସ୍ବଚ୍ଛତା, ଲୋକଙ୍କର ସହଭାଗିତା ବଢିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଅଂଶଧନ ବିକ୍ରି ଉପରେ ହୋଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ପ୍ରଥମେ ଏଲ୍‌ଆଇସି ଆଇନରେ ସଂଶୋଧନ ହେବ। ଏହା ପରେ ଯାଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏଲ୍‌ଆଇସି ଏକ ସ୍ବାଧୀନ ଢାଞ୍ଚା ହୋଇଥିବା କେଳେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ କେଉଁଠାରେ ନିବେଶ କରିବ ସେ ନେଇ ନିଷ୍ପତ୍ତି ନେଇଥାଏ। ଆଗାମୀ ଦିନରେ ଏହାର ଆଗାମୀ କାର୍ଯ୍ୟସୂଚୀ ଗ୍ରହଣ କରାଯିବ। ଏଲଆଇସି ଏବଂ ଆଇଡିବିଆଇରେ ସରକାରୀ ଅଂଶଧନ ବିକ୍ରି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟରେ ଘୋଷଣା କରିଥିଲେ। ଏହି ୨ ପ୍ରତିଷ୍ଠାନକୁ ସୂଚୀଭୁକ୍ତ କରାଇବା ଦ୍ୱାରା ୯୦ ହଜାର କୋଟି ଟଙ୍କା ପାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ପୁଞ୍ଜି ପ୍ରତ୍ୟାହାରରୁ ଆସନ୍ତା ଆର୍ଥତ୍କ ବର୍ଷ ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ରଖିଛନ୍ତି। ଏଲ୍‌ଆଇସିରେ ବର୍ତ୍ତମାନ ସରକାରଙ୍କ ୧୦୦% ଅଂଶଧନ ରହିଛି। ସେହିଭଳି ଆଇଡିବିଆଇରେ ସରକାରଙ୍କ ୪୬.୫% ଅଂଶଧନ ରହିଛି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ଆକଳନର ଯଥାର୍ଥତା ରହିଥିବା ସେ ସ୍ପଷ୍ଟ କରିଛନ୍ତି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ। ଏହା ନୋମିନାଲ ଜିଡିପି ଲକ୍ଷ୍ୟ ୧୦% ହାସଲ ଦିଗରେ କାର୍ଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଗତ ୪ ମାସ ତଳେ ସରକାର କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏଥିରୁ ସୁଫଳ ଆସିବା ଲାଗି କିଛି ସମୟ ଲାଗିବ। ଏଣୁ ଜିଡିପିର ପ୍ରକୃତ ବିକାଶ ହାର ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିବା ଲାଗି ସମୟ ଲାଗିବ। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ରାଜସ୍ବ ଏବଂ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ହାସଲଯୋଗ୍ୟ ବୋଲି ସେ ମତ ଦେଇଛନ୍ତି। ବଜେଟରେ ରାଜସ୍ବ ସଂଗ୍ରହ ୨୨.୪୬ ଲକ୍ଷ କୋଟି ଟଙ୍କା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦-୨୧ ଲାଗି ଖର୍ଚ୍ଚ ୩୦.୪୨ ଲକ୍ଷ କୋଟି ଧାର୍ଯ୍ୟ ହୋଇଛି।ସେ କହିଛନ୍ତି ଯେ, ସମାଜର ବିଭିନ୍ନ ବର୍ଗ ଲୋକଙ୍କୁ ଧ୍ୟାନରେ ରଖି ସରକାର ବଜେଟରେ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। କୃଷି ଏବଂ କୃଷକଙ୍କ ବିକାଶ ଲାଗି ସରକାର ୨.୮୩ ଲକ୍ଷ କୋଟି ବ୍ୟୟ ବରାଦ କରିଛନ୍ତି। ଆଗାମୀ ୨ ବର୍ଷରେ କୃଷି ଆୟ ବଢାଇବା ଦିଗରେ ଏହା ସହାୟତା କରିବ। ଶୀଘ୍ର ଖରାପ ହେଉଥିବା କୃଷିଜାତୀୟ ସାମଗ୍ରୀର ପରିବହନ ଦିଗରେ କିଶାନ ରେଲ ଏବଂ କୃଷି ଉଡାନ ଯୋଜନା ସହାୟକ ହେବ। ଏହାବାଦ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଦିଗରେ ସରକାର ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଷ୍ଟାର୍ଟଅପଗୁଡିକ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଭାରତ ବିଶ୍ୱର ଶୀର୍ଘ ୩ ଷ୍ଟାର୍ଟ ଅପ ଦେଶ ହେବ ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri