ଜେନେରାଲ କାସିମ ସୁଲେମାନିଙ୍କ ଉପରେ ୟୁଏସ୍‌ ଏୟାର ଷ୍ଟ୍ରାଇକ୍‌ : ଭାରତ ବଜାର ଲାଗି ଚିନ୍ତାଜନକ

ନୂଆଦିଲ୍ଲୀ,୪-୧: ଇରାନର ଶୀର୍ଷ ସେନା ଅଧିକାରୀ ଜେନେରାଲ କାସିମ ସୋଲେମାନିଙ୍କ ଆମେରିକାର ଏୟାର ଷ୍ଟ୍ରାଇକ ଯୋଗୁ ଶୁକ୍ରବାର ମୃତ୍ୟୁ ଘଟିଛି। ଏଥି ଯୋଗୁ ପଶ୍ଚିମ ଏସିଆ ବଜାର ଉପରେ ଗଭୀର ପ୍ରଭାବ ପଡିବ ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବାହ୍ନରେ ଏହି ଖବର ଆସିବା ପରେ ଶେୟାର ବଜାର ଉପରେ ପ୍ରଭାବ ପରିଲକ୍ଷିତ ହୋଇଛି। ଏହାବାଦ ଅଶୋଧିତ ତୈଳ ଦର ୪% ବଢିଥିବା ଜଣାପଡିଛି। ଏବେ ମାନ୍ଦାବସ୍ଥା ଦେଇ ଭାରତ ଗତି କରୁଥିବା ବେଳେ ଏଭଳି କାରଣ ଯୋଗୁ ସୁନା ରୁପା ମୂଲ୍ୟ ବଢିଗଲେ ସରକାରଙ୍କ ପାଇଁ ଏହା ଚିନ୍ତା ବଢାଇବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା କେବଳ ଭାରତ ବଜାର ନୁହେଁ ସାରା ବିଶ୍ୱର ଅନ୍ୟ ଦେଶଗୁଡିକ ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା ଉପୁଜିଛି।

ଅଶୋଧିତ ତୈଳ ଦର ବୃଦ୍ଧି
ଶୁକ୍ରବାର ଆମେରିକାର ଏୟାର ଷ୍ଟ୍ରାଇକ ଖବର ଶୁକ୍ରବାର ପୂର୍ବାହ୍ନରେ ଆସିବା ପରେ ଆର୍ଥତ୍କ ଜଗତର ଚିନ୍ତା ବଢିଯାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୪% ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଚଳିତବର୍ଷ ଅଶୋଧିତ ତୈଳ ଦର ବର୍ତ୍ତମାନ ସୁଦ୍ଧା ୩୫% ମହଙ୍ଗା ହୋଇସାରିଛି। ଭାରତ ଏହାର ଚାହିଦା ମେଣ୍ଟାଇବା ଲାଗି ୮୩% ତୈଳ ଆମଦାନୀ କରୁଛି। ଅଶୋଧିତ ତେଲ ଦର ବଢିବା ଯୋଗୁ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚକରିବାକୁ ପଡିବ।
ଶେୟାର ବଜାର ଖସିଲା
ବିଶ୍ୱର ୨ ପ୍ରମୁଖ ତେଲ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥିବା କଳି ଯୋଗୁ ଇରାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୨.୦୩ ପଏଣ୍ଟ ଖସିବା ସହ ୪୧,୪୪୬.୬୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୫୫.୫୫ ପଏଣ୍ଟ ଖସିବା ଯୋଗୁ ଏହା ୧୨,୨୨୬.୬୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ରେକର୍ଡ ଉଚ୍ଚ ସ୍ତରରେ ସୁନା
ଇରାନ ମଧ୍ୟରେ ହୋଇଥିବା ଏୟାର ଷ୍ଟ୍ରାଇକ ଯୋଗୁ ସୁନା ରୁପା ବଜାର ଉପରେ ପ୍ରଭାବ ପକାଇଛି। ସୁନା,ରୁପା ଦର ଦ୍ରୁତ ଭାବେ ବଢିଥିବା ଜଣାପଡିଛି। ମୁଦ୍ରା ଦୁର୍ବଳ ହେବା କାରଣରୁ ଶୁକ୍ରବାର ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପିଛା ୭୫୨ ଟଙ୍କା ବଢି ୪୦,୬୫୨ ସ୍ତର ଛୁଇଁଥିଲା। ଗୁରୁବାର ସୁନାର ବଜାର ଦର ୩୯,୯୦୦ ଟଙ୍କା ସ୍ତରରେ ରହି ବନ୍ଦ ହୋଇଥିଲା। ସେହିଭଳି ରୁପା ଦର କିଲୋ ପ୍ରତି ୯୬୦ ଟଙ୍କା ବଢି ୪୮,୮୭୦ ଟଙ୍କା ଛୁଇଁଥିବା ନଜରକୁ ଆସିଛି। ଗୋଟିଏ ଦିନ ପୂର୍ବର କାରବାରରେ ରୁପା ଦାମ ୪୭,୯୯୦ ଟଙ୍କା ରହିଥିଲା। ଆର୍ଥତ୍କ ଅନିଶ୍ଚିତତା ବଢୁଥିବା ଯୋଗୁ ନିବେଶକମାନେ ସୁନା ଭଳି ସୁରକ୍ଷିତ ବିକଳ୍ପ ଆଡକୁ ବଢିବାକୁ ଚାହିଁବେ। ଚାହିଦା ଯୋଗୁ ସୁନା ଦର ଆହୁରି ବଢିବାର ସମ୍ଭାବନା ରହିଛି।
ଦରଦାମ ବଢିବ
ଅଶୋଧିତ ତୈଳ ଦର ବଢିବା ଯୋଗୁ ଏହାର ପ୍ରଭାବ ସିଧାସଳଖ ଭାରତୀୟଙ୍କ ଉପରେ ପଡିବାର ଆଶଙ୍କା ଉପୁଜିଛି। ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ପେଟ୍ରୋଲ ଡିଜେଲ ଦର ଆହୁରି ବଢିବ। ତେଲ ଦର ବଢିଲେ ଏହାର ପ୍ରଭାବ ଅନ୍ୟ କ୍ଷେତ୍ରରେ ମଧ୍ୟ ପଡିବ। ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢିବା ଯୋଗୁ ଏହାର ପ୍ରଭାବରେ ନଭେମ୍ବରରେ ମୁଦ୍ରାସ୍ଫୀତି ବୃଦ୍ଧି ଘଟି ୫.୫୪% ଛୁଇଁଛି। ଏହା ୩ ବର୍ଷର ସବୁଠାରୁ ଉଚ୍ଚସ୍ତର।

ସରକାରଙ୍କ ଚିନ୍ତା ବଢାଇବ
ଆମେରିକାର ଏଭଳି ଏୟାର ଷ୍ଟ୍ରାଇକ ଅନ୍ତର୍ଜାତୀୟ ବଜାର ଲାଗି ଚିନ୍ତାଜନକ ବୋଲି ପ୍ରଭୁଦାସ ଲିଲାଧରର ସିଇଓ ଅଜୟ ବୋଡକେ କହିଛନ୍ତି। ସୁଲେମାନି ଇରାନର ସବୁଠାରୁ ବଡ ନେତାଙ୍କ ବିଶ୍ୱସ୍ତ ଥିଲେ। ଏହି ଆକ୍ରମଣ ବିରୋଧରେ ଇରାନ ପାଲଟା କାର୍ଯ୍ୟାନୁଷ୍ଠାନ ନେବ। ଏହା ଦ୍ୱାରା ତେଲ ଦର ବଢିବାର ବିଶେଷ ସମ୍ଭାବନା ଉପୁଜିଛି। ତେଲ ଆମଦାନୀ କରୁଥିବା ଦେଶଗୁଡିକ ଏହା ଚିନ୍ତା ବଢାଇବ। ଭାରତ ଭଳି ବାଣିଜି୍ୟକ ନିଅଣ୍ଟ ଏବଂ ଚଳନ୍ତି ଖାତା ନିଅଣ୍ଟ ସମସ୍ୟା ସାମ୍ନା କରୁଥିବା ଦେଶ ଏଭଳି ଘଟଣା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବେ ବୋଲି ବୋଡକେ ମତ ଦେଇଛନ୍ତି।
ବଢିଛି ବିତ୍ତୀୟ ନିଅଣ୍ଟ
ଚଳିତବର୍ଷ ନଭେମ୍ବର ଶେଷସୁଦ୍ଧା ଭାରତର ବିତ୍ତୀୟ ନିଅଣ୍ଟ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟ ଟପିଛି। ବିତ୍ତୀୟ ଲକ୍ଷ୍ୟ ହାସଲ ଚ୍ୟାଲେଞ୍ଜ ଦେଇ ସରକାର ଗତି କରୁଛନ୍ତି। ଗତ ସପ୍ତାହରେ ଆସିଥିବା ଡାଟା ମୁତାବକ ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ବୃଦ୍ଧି ଘଟି ୮.୦୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହାବାଦ ସେପ୍ଟେମ୍ବରରେ ୦.୯% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri