ଗବେଷଣାରେ ସହଯୋଗ ଲାଗି ବୁଝାମଣାପତ୍ର; ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ, ସୃଷ୍ଟି ହେବ ନୂଆ ଅଧ୍ୟାୟ

ବାଲେଶ୍ୱର ଅଫିସ, ୧୭।୧୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀସ୍ଥିତ କଳିଙ୍ଗ ଆନ୍ତର୍ଜାତୀୟ ପ୍ରତିଷ୍ଠାନ ମଧ୍ୟରେ ଶିକ୍ଷା, ସଂସ୍କୃତି ଏବଂ ଗବେଷଣାସ୍ତରରେ ସହଯୋଗ ବୃଦ୍ଧି ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉକ୍ତ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଶିଷ୍ଟ କୁଟନୀତିଜ୍ଞ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଲଳିତ ମାନସିଂ ଯୋଗଦେଇ ଭାରତର ବୈଦେଶିକ ନୀତି ଏବଂ ଓଡ଼ିଶା ପ୍ରତି ତା’ର ଉପାଦେୟତା ତଥା ପ୍ରାସଙ୍ଗିକତା ଉପରେ ଏକ ବାର୍ତ୍ତାଳାପର ଶୁଭାରମ୍ଭ କରିଥିଲେ। ଦେଶର ସ୍ବାଧୀନତା ପରଠୁ ଭାରତର ବୈଦେଶିକ ନୀତି କିପରି ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଗତି କରି ବର୍ତ୍ତମାନର ଅବସ୍ଥାରେ ପହଞ୍ଚତ୍ଛି ତାହା ଉପରେ ଆଲୋକପାତ କରିଥିଲେ। କଳିଙ୍ଗ ଯଦିଓ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଆନ୍ତର୍ଜାତୀୟ ବାଣିଜ୍ୟ ଓ ସଂସ୍କୃତି ବିନିମୟର ପ୍ରମୁଖ କେନ୍ଦ୍ର ଥିଲା ମାତ୍ର ତାହା କ୍ରମଶଃ ଅବକ୍ଷୟ ହୋଇ ଭାରତର ବୈଦେଶିକ ନୀତିରେ ଏକ ଗୁରୁତ୍ୱହୀନ ସ୍ଥାନ ପାଇଛି ବୋଲି କହି ସେ କ୍ଷୋଭ ପ୍ରକାଶ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶା ଅନେକ କ୍ଷେତ୍ରରେ ଗୁରୁତ୍ୱ ପାଇବା ସହ ଉପକୃତ ହେବା ପାଇଁ ଯୋଗ୍ୟ ଏବଂ ସମର୍ଥ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମଧୁମିତା ଦାସ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ର ଓଡ଼ିଶାର ଗବେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଅନୀଲ କୁମାର ମହାପାତ୍ର କହିଥିଲେ, ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଉଭୟ ଅନୁଷ୍ଠାନ ମଧ୍ୟରେ ଭାବବିନିମୟ ବଢିବା ସହ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ଏହା ସହାୟକ ହୋଇପାରିବ। ବିଶ୍ୱବିଦ୍ୟାଳୟ ସ୍ତରରେ ହେଉଥିବା ଗବେଷଣାର ମାନ ମଧ୍ୟ ବଢିପାରିବ।
ସ୍ନାତକୋତ୍ତର ବିଭାଗ ପରିଷଦର ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ଅମର ସିଂ ସୋରେନ୍‌ ବିଶ୍ୱବିଦ୍ୟାଳୟ ତରଫରୁ ଉକ୍ତ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ପ୍ରଫେସର ସିପ୍ରା ସାଗରିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶତାଧିକ ଛାତ୍ରୀଛାତ୍ର ଏଥିରେ ଭାଗନେଇ ଅନେକ ପ୍ରଶ୍ନ ପଚାରିଥିଲେ। ମାନସିଂ ଏହାର ଉତ୍ତର ପ୍ରାଞ୍ଜଳ ଭାବେ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri