ପାଠ ପୂର୍ବରୁ ସମାଚାର

ଖଣ୍ଡଓ୍ବା: ନମସ୍କାର, ଆଜିର ମୁଖ୍ୟ ସମାଚାର, ‘ଅଯୋଧ୍ୟା ନିଷ୍ପତ୍ତି ପରେ ସହରରେ ଶାନ୍ତି, ସୌହାର୍ଦ୍ଦ୍ୟ ଜାରି’।….‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ଦ୍ୱନ୍ଦ୍ୱରେ ପଡ଼ିଛି ଯବନିକା’। ଏ କୌଣସି ଟେଲିଭିଜନର ସମାଚାର ପାଠ ନୁହେଁ, ବରଂ ମଧ୍ୟପ୍ରଦେଶ ଖଣ୍ଡଓ୍ବାସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ଦୈନନ୍ଦିନ କାର୍ଯ୍ୟ। ଏଠାରେ ସ୍କୁଲ ଖୋଲିବା ଆଗରୁ ପ୍ରାର୍ଥନା ବଦଳରେ ଛାତ୍ରୀମାନେ ଶିକ୍ଷୟିତ୍ରୀଶିକ୍ଷକ ଏବଂ ସହପାଠୀଙ୍କୁ ଦେଶ ବିଦେଶର ତାଜା ସମାଚାର ପଢ଼ି ଶୁଣାଇଥାନ୍ତି। ଏହାଦ୍ୱାରା ପିଲାମାନଙ୍କ ସାଧାରଣଜ୍ଞାନ ବଢୁଛି, ତା’ ସହ ପିଲାମାନଙ୍କ ଭିତରେ ନୂଆ କଥା ଜାଣିବାର ଆଗ୍ରହ ମଧ୍ୟ ସୃଷ୍ଟି ହେଉଛି। କେବଳ ଏତିକି ନୁହେଁ, ଯଦି ଶିକ୍ଷାନୁଷ୍ଠାନର କୌଣସି ଛାତ୍ରୀଙ୍କ ଜନ୍ମଦିନ ଥାଏ ତେବେ ତାଙ୍କୁ ସାମୂହିକ ଭାବେ ଶୁଭେଚ୍ଛା ଜଣାଯାଇଥାଏ। ବିଦ୍ୟାଳୟରେ ଏସବୁ କାର୍ଯ୍ୟ ଲାଗି ପୃଥକ୍‌ ଭାବେ ସମୟନିର୍ଘଣ୍ଟ ତିଆରି କରାଯାଇଛି। ଏଥିଲାଗି ଦୈନିକ ସ୍ବତନ୍ତ୍ର ଭାବେ ୨୦ ମିନିଟ ସମୟ ଦିଆଯାଇଥାଏ। ଏସବୁ କାର୍ଯ୍ୟରେ ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରୁଛନ୍ତି। ପିଲାମାନଙ୍କୁ ସଙ୍ଗୀତ ଶିକ୍ଷାଠୁ ଆରମ୍ଭ କରି ଦେଶବନ୍ଦନା ଯାଏ ସବୁ ଶିକ୍ଷା ଦିଆଯାଉଛି। କେବଳ ଏତିକି ନୁହେଁ, ବିଦ୍ୟାର୍ଥୀଙ୍କୁ ପ୍ରେରଣା ଦେବା ଭଳି ଗୋଟିଏ ଗୋଟିଏ କାହାଣୀ ମଧ୍ୟ ଶୁଣାଯାଇଥାଏ। ଏହାଦ୍ୱାରା ଛାତ୍ରୀମାନେ ସେମାନଙ୍କ ଜୀବନକୁ ମହାପୁରୁଷଙ୍କ ଭଳି ଗଢ଼ି ତୋଳିବାକୁ ଆଗ୍ରହୀ ହେଉଛନ୍ତି। ଏହାକୁ ବାଦ୍‌ ଦେଲେ ପ୍ରତିଦିନ ପଞ୍ଚାଙ୍ଗ, ରାଶିଫଳ, ସୁବିଚାର କଳାପଟାରେ ଲେଖାଯାଇଥାଏ। ‘ଆମେ ଏକ, ଅଭିନ୍ନ, ଆମେ ସବୁ ଭାରତବାସୀ’ ସ୍ଲୋଗାନ୍‌ରେ ଗୁଞ୍ଜରିତ ହୁଏ ଶିକ୍ଷାନୁଷ୍ଠାନ ପରିସର। ଏପରି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ, ସନ୍ଧ୍ୟା ଦୁବେ କୁହନ୍ତି, ଦୁଇମାସ ହେଲା ଏହା ଆରମ୍ଭ ହୋଇଛି। ଏଥିଲାଗି ସିଡ୍ୟୁଲ ପ୍ରସ୍ତୁତ କରାଯାଇଛି। ଏକାଦଶ ଶ୍ରେଣୀର ଛାତ୍ରୀ ସୋଲେହା ଖାନା ଏବଂ କରୀନା ତିରୋଲେ କୁହନ୍ତି, ଦୈନିକ ଜଣେ ଛାତ୍ରୀଙ୍କୁ ମଞ୍ଚ ଉପରେ କହିବାର ସୁଯୋଗ ମିଳେ। ଏହାଦ୍ୱାରା ପିଲାମାନଙ୍କ କଥନ ଶୈଳୀ ଉନ୍ନତ ଧରଣର ହୋଇପାରୁଛି। ତା’ ସାଙ୍ଗକୁ ଜ୍ଞାନ ମଧ୍ୟ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri