Posted inଖେଳ

ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ କୋଲମେନ

ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ମି.ରେ ସ୍ବର୍ଣ୍ଣ ପଦକ ହାସଲ କରି ଆମେରିକୀୟ ଯୁବ ଧାବକ ଖ୍ରୀଷ୍ଟିଆନ କୋଲମେନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୯.୭୬ ସେକେଣ୍ଡ ସମୟ ନେଇ ସେ ଇତିହାସର ଷଷ୍ଠ ଦ୍ରୁତତମ ଧାବକ ସାବ୍ୟସ୍ତ ହୋଇଛନ୍ତି। ୨୩ ବର୍ଷୀୟ ଏହି ଧାବକ ୨୦୨୦ ଅଲିମ୍ପିକ୍ସର ଫେଭରାଇଟ୍‌ ବିବେଚିତ ହେଉଛନ୍ତି..

ସୁପରଷ୍ଟାର ତଥା କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କ ଯୁଗର ଅବସାନ ହେବା ପରେ ଆଉ ଜଣେ ସ୍ପ୍ରିଣ୍ଟର ଅଭ୍ୟୁଦୟ ହୋଇଛି। ସେ ହେଉଛନ୍ତି ଆମେରିକୀୟ ଧାବକ ଖ୍ରୀଷ୍ଟିଆନ କୋଲମେନ। ଦୋହାରେ ଚାଲିଥିବା ଇଣ୍ଟରନ୍ୟାସନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କୋଲମେନ ନିଜର ଦକ୍ଷତା ତଥା ପ୍ରତିଭାର ପରିଚୟ ଦେଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ର ଗ୍ଲାମରିୟସ ୧୦୦ମି. ଦୌଡ଼ରେ କୋଲମେନ ୯.୭୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଅନ୍ୟତମ ଆମେରିକୀୟ ଧାବକ ତଥା ଗତଥରର ଚାମ୍ପିୟନ ୩୭ ବର୍ଷୀୟ ଜଷ୍ଟିନ ଗାଟଲିନ୍‌ କୋଲମେନଙ୍କଠାରୁ ୦.୧୩ ସେକେଣ୍ଡ କମ୍‌ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି କାନାଡ଼ାର ଆନ୍ଦ୍ରେ ଡି ଗ୍ରାସି ୯.୯୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
କୋଲମେନଙ୍କ ଏହି ସଫଳତା ବିଭିନ୍ନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରୁଛି। ୧୦୦ମି, ଦୌଡ଼ରେ କିମ୍ବଦନ୍ତୀ ଆଥଲେଟ୍‌ ବୋଲ୍ଟଙ୍କଠାରୁ ମାତ୍ର ୦.୧୮ ସେକେଣ୍ଡ କମ୍‌ ସମୟ ନେଇଛନ୍ତି। ଏହି ବିଜୟ ପରେ ଆଉ ମାତ୍ର ବର୍ଷେ ପରେ ଆୟୋଜନ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସରେ କୋଲମେନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବୋଲ୍ଟଙ୍କ ଯୁଗ ପରେ କୋଲମେନ ଆଥଲେଟର ନୂଆ ପୋଷ୍ଟର ବୟ ହେବାକୁ ଯାଉଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ଜିତିବା ସହ ସେ ବିଶ୍ୱର ଷଷ୍ଠ ଦ୍ରୁତତମ ଧାବକର ମାନ୍ୟତା ପାଇଛନ୍ତି।
ଯଦିଓ କୋଲମେନ ଡ୍ରଗ୍‌ ଟେଷ୍ଟରେ ସାମିଲ ନ ହୋଇପାରି ବେଶ୍‌ ସମାଲୋଚିତ ହୋଇଥିଲେ ଓ ଏଥିପାଇଁ ତାଙ୍କ କ୍ୟାରିୟର ବିପଦକୁ ଯିବାର ଯଥେଷ୍ଟ ସମ୍ଭାବନା ଥିଲା। ଯଦି ସେ ଏହି କାରଣ ପାଇଁ ବାସନ୍ଦ ହୋଇଥାନ୍ତେ ତାହାଲେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିପାରି ନ ଥାନ୍ତେ। ସାଥୀ ଆମେରିକୀୟ ଲିଜେଣ୍ଡ ମାଇକେଲ ଜନସନ ମଧ୍ୟ ଏ ନେଇ କୋଲମେନଙ୍କ ଏହି ସଫଳତାକୁ ନେଇ ଲଘୁ ମନ୍ତବ୍ୟ ଦେଇ ତାଙ୍କୁ ପରିହାସ କରିବାକୁ ପିଛାଇନାହାନ୍ତି। ଜନସନଙ୍କ ମନ୍ତବ୍ୟ ଅବାଞ୍ଚିତ ବୋଲି ସେ କହିଛନ୍ତି।
ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିବାପରେ କୋଲମେନ ଭବିଷ୍ୟତ ସ୍ପ୍ରିଣ୍ଟ ତାରକା ବୋଲି ଆକଳନ କରାଯାଉଛି। ଆଉ ବର୍ଷେପରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ସେ ଫେଭରାଇଟ୍‌ ବିବେଚିତ ହେଉଛନ୍ତି। ଆଟଲାଣ୍ଟାର ଜର୍ଜିଆ ସହରରେ ଜନ୍ମିତ ନିଜର ଦୁଇ ଭଉଣୀଙ୍କ ସହ ବଡ଼ ହୋଇଥିଲେ। ସେ ଏକ କ୍ରୀଡ଼ାବିତ ପରିବାରରୁ ଆସିଛନ୍ତି। ପିଲା ବେଳୁ ସେ ଟ୍ରାକ୍‌ ସହିତ ଜଡିତ ରହିଆସିଛନ୍ତି। ୨୦୦୭ ଆମେଚର ଆଥଲେଟିକ୍‌ ୟୁନିୟନ ଚାମ୍ପିୟନଶିପ୍‌ରେ ସେ ତାଙ୍କ ବୟସ ବର୍ଗରେ ଲଙ୍ଗ ଜମ୍ପରେ ବିଜୟୀ ହୋଇଥିଲେ। ସ୍କୁଲ ଓ କଲେଜ ସ୍ତରରେ ସେ ସବୁ ପ୍ରକାର ସଫଳତା ପାଇଥିଲେ। ଲଣ୍ଡନ ୨୦୧୭ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ୧୦୦ମି. ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ୪ ଗୁଣା ୧୦୦ମି. ରିଲେ ମଧ୍ୟ ରୌପ୍ୟ ପଦକ ପାଇଥିଲେ। ତାଙ୍କ ପାଖରେ ଥିବା ଅସାଧାରଣ ପ୍ରତିଭା ଓ ଦକ୍ଷତା ତାଙ୍କୁ ଦିନେ ଉସେନ ବୋଲ୍ଟଙ୍କ ଭଲି ଧାବକରେ ପରିଣତ କରିବାରେ ସହାୟକ ହେବ। ବୟସ ତାଙ୍କ ସପକ୍ଷରେ ରହିଛି। ବିଶ୍ୱ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଜାମାଇକାର ଆଧିପତ୍ୟକୁ ସେ ପ୍ରତିହତ କରିବେ ବୋଲି ଆଶା କରାଯାଉଛି। ତେବେ ଏଥିପାଇଁ ତାଙ୍କୁ ଫିଟ୍‌ ରହିବା ସହ ଆହୁରି କଠିନ ପରିଶ୍ରମ କରିବାକୁ ହେବ ଓ ଏକଥା ସେ ହୃଦୟଙ୍ଗମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri