ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୫୫ ମିନିଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଧାନକୁଣ୍ଡା ବୋଝେଇ ମାକ୍ସ ପିକଅପ୍‌ ଭ୍ୟାନ୍‌ ଏବଂ ମୋଟରସାଇକେଲ ମଧ୍ୟରେ ସାମ୍ନାସାମ୍ନି ଜୋରଦାର ଧକ୍କା ହେବା ଫଳରେ ଜଣେ ୨୨ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକଜଣକ ହେଲେ କୋଷାବରା ଗ୍ରାମର ହାର୍ଜୁ ମାଝୀଙ୍କ ପୁଅ ହିମାଞ୍ଚଳ ମାଝୀ (୨୨)।

ମିଳିଥିବା ସୂଚନା ମୁତାବକ, ହିମାଞ୍ଚଳ ଏକ ବାଇକ (ଓଡି୦୮ଆର ୭୯୬୭) ଯୋଗେ କୋଷାବରାରୁ ଥୁଆମୂଳ ରାମପୁର ଆଡ଼କୁ ଆସୁଥିଲେ। ଏହି ସମୟରେ ହେଲୋ ପଏଣ୍ଟ ଛକ ନିକଟରେ ଥୁଆମୂଳ ରାମପୁର ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ ଧାନକୁଣ୍ଡା ବୋଝେଇ ମାକ୍ସ ପିକଅପ (ଓଡ଼ି୨୪ଏଫ୩୯୭୪) ସହ ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ବାଇକଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିବା ବେଳେ ପିକଅପ ଗାଡ଼ିର ସମ୍ମୁଖ ଭାଗ ଏବଂ କାଚ ଭାଙ୍ଗିଯାଇଛି। ଦୁର୍ଘଟଣା ଘଟାଇଥିବା ପିକଅପ୍‌ ଗାଡ଼ିଟି ଖମାରପଦର ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଚାଳକଙ୍କୁ ସ୍ଥାନୀୟ ଥାନାରେ ଅଟକ ରଖାଯାଇଛି।
ଦୁର୍ଘଟଣା ପରେ ହିମାଞ୍ଚଳ ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ଗୋଡ଼ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଗ୍ରାମବାସୀ ଓ ପରିବାରଲୋକେ ତାଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ଶକ୍ତି ସାଗର ପ୍ରାଥମିକ ଚିକିତ୍ସା କରିବା ସହ ଅବସ୍ଥା ଗୁରୁତର ଥିବାରୁ ଏବଂ ଅସ୍ଥିଶଲ୍ୟ ଚିକିତ୍ସାର ଆବଶ୍ୟକତା ଥିବାରୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଛନ୍ତି। ଏ ସଂକ୍ରାନ୍ତରେ ଆହତଙ୍କ ପରିବାର ପକ୍ଷରୁ ଚିକିତ୍ସା ଖର୍ଚ୍ଚ ଏବଂ କ୍ଷତିପୂରଣ ଦାବି କରି ଥୁଆମୂଳ ରାମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି।

ଏହି ଦୁର୍ଘଟଣା ସ୍ଥାନୀୟ ସ୍ବାସ୍ଥ୍ୟସେବାର ଏକ ସଂଗୀନ ଚିତ୍ରକୁ ପଦାରେ ଆଣିଛି। ଜରୁରୀକାଳୀନ ସେବା ପାଇଁ ପରିବାର ଲୋକେ ନାହିଁ ନ ଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ଗୁରୁତର ଆହତ ହିମାଞ୍ଚଳଙ୍କୁ ମେଡିକାଲ ଆଣିବା ପାଇଁ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିଥିଲେ, ମାତ୍ର କୌଣସି ଆମ୍ବୁଲାନ୍ସ ଖାଲି ନାହିଁ ବୋଲି ରୋକଠୋକ ମନା କରିଦିଆଯାଇଥିଲା। ଏହାପରେ ୧୧୨ ଜରୁରୀକାଳୀନ ନମ୍ବରକୁ ସମ୍ପର୍କ କରାଯାଇଥିଲେ ମଧ୍ୟ ସେଠାରୁ କୌଣସି ସହାୟତା ମିଳିନଥିଲା। ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଏକ ବୋଲେରୋ ଗାଡ଼ି ଭଡ଼ା କରି ଆହତଙ୍କୁ ମେଡିକାଲ ଆଣିଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଗତ କିଛି ଦିନ ତଳେ ଜିଲା ମେଡିକାଲରୁ ଫେରିବା ସମୟରେ ଭବାନୀପାଟଣା ମେଡିକାଲ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅପରପକ୍ଷରେ, ଦ୍ୱିତୀୟ ଆମ୍ବୁଲାନ୍ସଟି ବିରିକୋଟଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗତ ୨ ଦିନ ହେଲା ଅଚଳ ହୋଇ ପଡ଼ିରହିଛି। ଫଳରେ ଗତ ୩ ଦିନ ହେଲା ସମଗ୍ର ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

କେବଳ ଆମ୍ବୁଲାନ୍ସ ନୁହେଁ, ମେଡିକାଲର ବିଦ୍ୟୁତ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଜି ଆହତ ଯୁବକଙ୍କ ମୁଣ୍ଡ ଏବଂ ଗୋଡ଼ରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଡାକ୍ତର ଷ୍ଟିଚ୍‌ କରୁଥିବା ସମୟରେ ଲାଇଟ ନ ଥିଲା। ଫଳରେ ମେଡିକାଲ କର୍ତ୍ତୃପକ୍ଷ ମୋବାଇଲ ଟର୍ଚ୍ଚ ଆଲୁଅରେ ଷ୍ଟିଚ କରିବାକୁ ବାଧ୍ୟ ହୋଇଥିଲେ।

ତେବେ ସମଗ୍ର ଅଞ୍ଚଳରେ ସାଧାରଣ ଲୋକେ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଥିବାରୁ, ତୁରନ୍ତ ଏହି ଆମ୍ବୁଲାନ୍ସ ଓ ବିଦ୍ୟୁତ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଜନସାଧାରଣରେ ତୀବ୍ର ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁ…

ଲଗାତାର ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ବିନୋଦ ବାତ୍ରା: ଲାଞ୍ଜିଗଡ଼ ହାଇସ୍କୁଲ ପାଇଁ ଗୌରବ…

ଲାଞ୍ଜିଗଡ଼,୨।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ଼ର ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ବାତ୍ରା ପୁଣି ଥରେ…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri