୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ ଭୂଇଁ ଓ ଜଙ୍ଗଲର ଝରଣା ପାର ହୋଇ ଆଗକୁ ଚାଲିଛନ୍ତି। ଏହି ଦୃଶ୍ୟ ପୁରାତନ ବିକ୍ରମ-ବେତାଳ କାହାଣୀର ଦୃଶ୍ୟକୁ ମନେପକାଇଦିଏ, ଯେଉଁଠି ଜଣେ ବ୍ୟକ୍ତି ଆଉ ଜଣକୁ ପିଠିରେ ବସାଇ ଦୁର୍ଗମ ପଥ ଅତିକ୍ରମ କରୁଛି। କିନ୍ତୁ ଏହା କୌଣସି କାଳ୍ପନିକ ଗପ ବା ଲୋକକଥା ନୁହେଁ, ବରଂ ଛତିଶଗଡ଼ର ଏକ ଦୁର୍ଗମ ଅଞ୍ଚଳରେ ମୌଳିକ ସରକାରୀ ସୁବିଧା ପାଇବା ପାଇଁ ଜଣେ ସାଧାରଣ ମହିଳାଙ୍କ ସଂଘର୍ଷର ଜ୍ୱଳନ୍ତ ଉଦାହରଣ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟି ଛତିଶଗଡ଼ର ସୁରଗୁଜା ଜିଲା ମାଇନପାଟ ଅଞ୍ଚଳର ବୋଲି ଜଣାପଡ଼ିଛି, ଯାହା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସହ ଗ୍ରାମୀଣ ଭାରତରେ ଜନକଲ୍ୟାଣ ଯୋଜନାର ବାସ୍ତବତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କରୁଣ ଦୃଶ୍ୟ ଆମ ବିକାଶର ବଡ଼ ବଡ଼ ଦାବିକୁ ସମ୍ପୂର୍ଣ୍ଣ ରୂପେ ଉପହାସ କରୁଛି।
ସ୍ଥାନୀୟ ସୂଚନା ଅନୁଯାୟୀ, ସୁଖମନିଆ ବାଇ ନାମ୍ନୀ ଏହି ମହିଳା ନିଜର ବୃଦ୍ଧା ଶାଶୁଙ୍କ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ବ୍ୟାଙ୍କ ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ପଥ ପିଠିରେ ବୋହି ଚାଲି ଚାଲି ଯାଇଥିଲେ। ସେହି ଅଞ୍ଚଳରେ ଯାତାୟାତ ପାଇଁ କୌଣସି ପରିବହନ ସୁବିଧା ନ ଥିବାରୁ ଗ୍ରାମବାସୀ ଅତି ସାଧାରଣ ସେବା ପାଇଁ ମଧ୍ୟ ଜଙ୍ଗଲ, ପାହାଡ଼ ଓ ନାଳ ଡେଇଁ ଯିବାକୁ ବାଧ୍ୟ ହୁଅନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ସୁଖମନିଆଙ୍କୁ ପ୍ରତି ମାସରେ ଏଭଳି ଯନ୍ତ୍ରଣାଦାୟକ ଯାତ୍ରା କରିବାକୁ ପଡ଼ିଥାଏ। କାରଣ ବ୍ୟାଙ୍କ ନିୟମ ଅନୁସାରେ, ପେନ୍‌ସନ ଟଙ୍କା ପାଇବାକୁ ହେଲେ ହିତାଧିକାରୀଙ୍କୁ ନିଜେ ବ୍ୟାଙ୍କରେ ଉପସ୍ଥିତ ରହି ଆଙ୍ଗୁଠି ଚିହ୍ନ ବା ବାୟୋମେଟ୍ରିକ ଯାଞ୍ଚ କରିବା ଅନିବାର୍ଯ୍ୟ। ଏହା ନକଲେ ସେମାନଙ୍କର ପେନ୍‌ସନ ବନ୍ଦ ହୋଇଯିବାର ଭୟ ରହିଥାଏ। ଭିଡିଓରେ ରେକର୍ଡ ହୋଇଥିବା ବାର୍ତ୍ତାଳାପ ଏହି ପ୍ରଶାସନିକ ବ୍ୟବସ୍ଥାର ଅତି କଦର୍ଯ୍ୟ ରୂପକୁ ପଦାରେ ପକାଇଛି, ଯାହା ଶୁଣିଲେ ଯେକୌଣସି ସମ୍ବେଦନଶୀଳ ମଣିଷର ଆଖି ଭିଜିଯିବ।
ଭିଡିଓ କରୁଥିବା ବ୍ୟକ୍ତି ଜଣକ ଯେତେବେଳେ ସୁଖମନିଆଙ୍କୁ ସ୍ଥାନୀୟ ଭାଷାରେ ଏତେଦୂର ବୃଦ୍ଧାଙ୍କୁ ବୋହି ନେବାର କାରଣ ପଚାରିଥିଲେ, ସେତେବେଳେ ସେ ଅତି ସରଳ ଭାବେ କହିଥିଲେ ଯେ ଶାଶୁଙ୍କୁ ନେଇ ବ୍ୟାଙ୍କରେ ନ ପହଞ୍ଚତ୍ଲେ ପେନ୍‌ସନ ଟଙ୍କା ମିଳିବ ନାହିଁ। ମାତ୍ର ୧୫୦୦ ଟଙ୍କାର ଭତ୍ତା ପାଇଁ, ଯାହାକି ଅନେକ ସମୟରେ କିଛି ମାସର ଏକାଠି ମିଳିଥାଏ, ସେମାନଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି। ସୁଖମନିଆ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଏହି ଟଙ୍କା ସ୍ଥାନୀୟ ସ୍ତରରେ ଗାଁରେ ସହଜରେ ମିଳିଯାଉଥିଲା, କିନ୍ତୁ ଏବେ ସେହି ସୁବିଧାଜନକ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାରୁ ସେମାନେ ଏଭଳି ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣା ଦର୍ଶାଉଛି ଯେ, ବେଳେବେଳେ ନୂତନ ନିୟମ ଓ କଠୋର ବ୍ୟବସ୍ଥା ଗରିବ ଲୋକଙ୍କ ପାଇଁ ସୁବିଧା ବଦଳରେ କେମିତି ଅଭିଶାପ ପାଲଟିଯାଏ।
ଏହି ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ଦେଶ ଯେତେବେଳେ ‘ଡିଜିଟାଲ ଇଣ୍ଡିଆ’ ଏବଂ କଲ୍ୟାଣକାରୀ ଯୋଜନାର ବା ଡୋରଷ୍ଟେପ ଡେଲିଭରି ବିଷୟରେ ବଡ଼ ବଡ଼ ଦାବି କରୁଛି, ସେତେବେଳେ ଦୁର୍ଗମ ଅଞ୍ଚଳର ଜଣେ ଶଯ୍ୟାଶାୟୀ ବା ଅତି ବୃଦ୍ଧାଙ୍କୁ ଯାଞ୍ଚ ପାଇଁ ବ୍ୟାଙ୍କକୁ ଆସିବାକୁ ବାଧ୍ୟ କରାଯିବା କେତେଦୂର ଯୁକ୍ତିଯୁକ୍ତ? ଏହି ଘଟଣା ସରକାରଙ୍କ କାଗଜପତ୍ରର ନୀତି ଏବଂ ତ୍ରୁଣମୂଳ ସ୍ତରର ବାସ୍ତବତା ମଧ୍ୟରେ ଥିବା ଆକାଶପାତାଳ ପ୍ରଭେଦକୁ ପ୍ରମାଣିତ କରୁଛି। ବିଶେଷକରି ଆଦିବାସୀ ଏବଂ ଜଙ୍ଗଲଘେରା ଅଞ୍ଚଳରେ ଭିତ୍ତିଭୂମିର ଅଭାବ, ପ୍ରଶାସନିକ ଉଦାସୀନତା ଏବଂ ଜଟିଳ ନିୟମ ଯୋଗୁ ଗରିବ ଲୋକମାନେ ସେମାନଙ୍କର ମୌଳିକ ଅଧିକାର ପାଇବାରୁ ବଞ୍ଚତ୍ତ ହେଉଛନ୍ତି ଅଥବା ପ୍ରାଣାନ୍ତକ ସଂଘର୍ଷ କରୁଛନ୍ତି।
ସରକାରଙ୍କୁ ଏହା ବୁଝିବାକୁ ହେବ ଯେ, ଟେକ୍ନୋଲୋଜିର ଉଦ୍ଦେଶ୍ୟ ହେବା ଉଚିତ ମାନବୀୟ ଜୀବନକୁ ସରଳ ଓ ସହଜ କରିବା। କିନ୍ତୁ ଯେତେବେଳେ ନିୟମର ଜଟିଳତା ମାନବିକତାକୁ ହତ୍ୟା କରେ, ସେତେବେଳେ ସମଗ୍ର ବ୍ୟବସ୍ଥା ଓ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠେ। ୯୦ ବଷର୍ର୍ୀୟା ଜଣେ ବୃଦ୍ଧାଙ୍କୁ ତାଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କାହିଁକି କୌଣସି ବିକଳ୍ପ ବ୍ୟବସ୍ଥା କଲେ ନାହିଁ, ତାହା ଚିନ୍ତାର ବିଷୟ। ସରକାରୀ ସ୍ତରରେ ତୁରନ୍ତ ଏଭଳି ଜଟିଳ ନିୟମର ସଂସ୍କାର ହେବା ଆବଶ୍ୟକ ଏବଂ ବ୍ୟାଙ୍କର ପ୍ରତିନିଧିମାନେ ନିଜେ ଗଁାକୁ ଯାଇ ଏହିପରି ଅସହାୟ ବୃଦ୍ଧାବୃଦ୍ଧଙ୍କୁ ପେନ୍‌ସନ ପ୍ରଦାନ କରିବା ଉଚିତ। ଯେପରି କୌଣସି ସୁଖମନିଆଙ୍କୁ ମାତ୍ର କିଛି ଟଙ୍କାର ଭତ୍ତା ପାଇଁ ଆଉ କେବେ ନିଜ ଶାଶୁଙ୍କୁ ପିଠିରେ ବୋହିବାକୁ ନ ପଡ଼େ ଏବଂ ଆମ ସମାଜକୁ ଏଭଳି ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ନ ପଡ଼େ।
ଗଞ୍ଜାମ, ମୋ: ୭୭୮୭୦୦୧୦୦୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri